Advertisment

ପୁଣି ଦେଶରେ ମୋଦି ଲହରର ସମ୍ଭାବନା ନେଇ ଶେଆର୍‌ ମାର୍କେଟ୍‌ରେ ଆଶାତୀତ ବୃଦ୍ଧି

ମୁମ୍ବାଇ: ୨୦୧୯ ସାଧାରଣ ନିର୍ବାଚନ ଗଣତିରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ସ୍ପଷ୍ଟ ବହୁମତ ମିଳିବାର ସମ୍ଭାବନା ବଢ଼ିବା ସହ ଶେଆର୍‌ ମାର୍କେଟ୍‌ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଏସ୍‌ଇ ସେନ୍‌ସେକ୍ସ ୫୫୦ ପଏଣ୍ଟ ବା ୧.୫% ଉପରେ ଥିଲାବେଳେ ମୋଟ୍‌ ପଏଣ୍ଟ ୩୯୭୦୦ ଛୁଇଁଥିଲା। ସେହିଭଳି ନିଫ୍‌ଟି୫୦ ଇଣ୍ଡେକ୍ସରେ ୧.୮୦% ବା ୨୧୧ ପଏଣ୍ଟ ବୃଦ୍ଧି ପାଇ ୧୧୯୫୦ରେ ପହଞ୍ଚିଥିଲା। ଓପନିଂ ଡିଲ୍‌ ଭାବେ ସୂଚକାଙ୍କ ପ୍ରଥମ ଥର ପାଇଁ ୧୧୯୦୦ ସ୍ତରକୁ ଛୁଇଁଛି। ସେହିଭଳି ମିଡ୍‌କ୍ୟାପ୍‌ ୧.୫% […]

author-image
Rajalaxmi Sahoo
ପୁଣି ଦେଶରେ ମୋଦି ଲହରର ସମ୍ଭାବନା ନେଇ ଶେଆର୍‌ ମାର୍କେଟ୍‌ରେ ଆଶାତୀତ ବୃଦ୍ଧି

share market

ମୁମ୍ବାଇ: ୨୦୧୯ ସାଧାରଣ ନିର୍ବାଚନ ଗଣତିରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ସ୍ପଷ୍ଟ ବହୁମତ ମିଳିବାର ସମ୍ଭାବନା ବଢ଼ିବା ସହ ଶେଆର୍‌ ମାର୍କେଟ୍‌ ଏହାର ପ୍ରଭାବ ଦେଖିବାକୁ ମିଳିଛି।

Advertisment

ବିଏସ୍‌ଇ ସେନ୍‌ସେକ୍ସ ୫୫୦ ପଏଣ୍ଟ ବା ୧.୫% ଉପରେ ଥିଲାବେଳେ ମୋଟ୍‌ ପଏଣ୍ଟ ୩୯୭୦୦ ଛୁଇଁଥିଲା। ସେହିଭଳି ନିଫ୍‌ଟି୫୦ ଇଣ୍ଡେକ୍ସରେ ୧.୮୦% ବା ୨୧୧ ପଏଣ୍ଟ ବୃଦ୍ଧି ପାଇ ୧୧୯୫୦ରେ ପହଞ୍ଚିଥିଲା।

ଓପନିଂ ଡିଲ୍‌ ଭାବେ ସୂଚକାଙ୍କ ପ୍ରଥମ ଥର ପାଇଁ ୧୧୯୦୦ ସ୍ତରକୁ ଛୁଇଁଛି। ସେହିଭଳି ମିଡ୍‌କ୍ୟାପ୍‌ ୧.୫% ରୁ ଊର୍ଦ୍ଧ୍ୱ ଥିବାବେଳେ ବିଏସ୍ଇ ସ୍ମଲକ୍ୟାପ୍‌ ୧.୬୫% ରହିଥିଲା।

Advertisment

୨୦୧୪ ମସିହାରେ ମୋଦି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ସମୟରେ ଭୋଟ୍‌ ଗଣତି ଚାଲିଥିବାବେଳେ ମଧ୍ୟ ସେନ୍‌ସେକ୍ସରେ ଉତ୍ସାହଜନକ ବୃଦ୍ଧି ଦେଖିବାକୁ ମିଳଥିଲା। ଏଥିରେ ୧୪୭୦ ପଏଣ୍ଟ ବୃଦ୍ଧି ପାଇ ସୂଚକାଙ୍କ ସର୍ବକାଳୀନ ସର୍ବାଧିକ ୨୫,୩୭୫.୬୩ ରେ ପହଞ୍ଚିଥିଲା। ଏହି ନିର୍ବାଚନରେ ବିଜେପି ମୋଟ ୫୪୩ ଆସନରୁ ୨୮୨ଟି ଆସନରେ ଜିତି ସ୍ପଷ୍ଟ ବହୁମତ ହାସଲ କରିଥିଲା।

Advertisment
Advertisment