Advertisment

କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା। ସେ କୋଭିଡ-୧୯ ପଜିଟିଭ ହୋଇଥିବା ଟ୍ୱିଟ୍ କରି ଜଣାଇଛନ୍ତି। ତାଙ୍କ ସଂସ୍ପର୍ସରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଆଇସୋଲେସନ୍‌ରେ ରହିବାକୁ ନିବେଦନ କରିଛନ୍ତି ପଟେଲ। ସେ କରୋନା ଟେଷ୍ଟ କରାଇବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ତୁରନ୍ତ ସେ ସେ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଆଇସୋଲେସନରେ ରହିଛନ୍ତି। ଏନେଇ ଟ୍ୱିଟ୍ କରି ପଟେଲ ଲେଖିଥିଲେ “ମୋର କରୋନା ଟେଷ୍ଟ ପଜିଟିଭ ଆସିଛି। ନିକଟରେ ମୋ […]

କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ahamd-patel

Advertisment

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା। ସେ କୋଭିଡ-୧୯ ପଜିଟିଭ ହୋଇଥିବା ଟ୍ୱିଟ୍ କରି ଜଣାଇଛନ୍ତି। ତାଙ୍କ ସଂସ୍ପର୍ସରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଆଇସୋଲେସନ୍‌ରେ ରହିବାକୁ ନିବେଦନ କରିଛନ୍ତି ପଟେଲ। ସେ କରୋନା ଟେଷ୍ଟ କରାଇବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ତୁରନ୍ତ ସେ ସେ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଆଇସୋଲେସନରେ ରହିଛନ୍ତି।

Advertisment

ଏନେଇ ଟ୍ୱିଟ୍ କରି ପଟେଲ ଲେଖିଥିଲେ "ମୋର କରୋନା ଟେଷ୍ଟ ପଜିଟିଭ ଆସିଛି। ନିକଟରେ ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ତୁରନ୍ତ ନିଜକୁ ସେଲଫ ଆଇସୋଲେସନ କରିନିଅନ୍ତୁ।"

ତେବେ ଏହା ପୂର୍ବରୁ ଅଭିଷେଖ ସିଂଘବୀ ଓ ତରୁଣ ଗୋଗୋଇ, ଉପରାଷ୍ଟ୍ରପତି, ଗୃହମନ୍ତ୍ରୀ ଅମିତ ଶାହ, ନୀତିନ ଗଡ଼କାରୀ ଏବଂ ପ୍ରହଲ୍ଲାଦ ପଟେଲ କରୋନା ପଜିଟିଭ ହୋଇସାରିଛନ୍ତି। ତେବେ ଗତକାଲି ନୀତିନ ଗଡ଼କାରୀ କୋଭିଡ୍‌ରୁ ସୁସ୍ଥ ହୋଇଥିବା ବେଳେ ଅମିତ ଶାହ ବି ସୁସ୍ଥ ହୋଇସାରିଛନ୍ତି।

Advertisment

୨୪ ଘଣ୍ଟାରେ ଦେଶରେ ୮୬,୮୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୩,୧୨,୫୮୫ ହୋଇଛି। ସେହିପରି ଗୋଟିଏ ଦିନରେ ୧୧୮୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୯୮,୬୭୮ ହୋଇଛି। ଅନ୍ୟପଟେ ଦିନକରେ ୮୫,୩୭୬ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି। ଏହାକୁ ମିଶାଇ ଦେଶଅର ମୋଟ ସୁସ୍ଥ ସଂଖ୍ୟା ୫୨,୭୩,୨୦୨ ହୋଇଛି। ସେହିପରି ଏବେସୁଦ୍ଧା ୯,୪୦,୭୦୫ ଆକ୍ଟିଭ୍‌ କେସ୍ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ