Advertisment

ପାଣିରେ ଉଡ଼ୁଛି ସି ପ୍ଲେନ୍‌

ନୂଆଦିଲ୍ଲୀ: ପାଣିରେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ପାଇଁ ସିପ୍ଲେନ୍ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ଦେଶର ବିଭିନ୍ନ ରୁଟରେ ସିପ୍ଲେନ୍ ଚଲାଇବା ପାଇଁ ଯୋଜନା ହେଉଛି। ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ଅଟକଳ କରାଯାଉଛି। ତେବେ ଆସାମ ଜୋରହାଟର ଜଣେ…

author-image
Sarbeswar
ପାଣିରେ ଉଡ଼ୁଛି ସି ପ୍ଲେନ୍‌

Plane

ନୂଆଦିଲ୍ଲୀ: ପାଣିରେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ପାଇଁ ସିପ୍ଲେନ୍ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ଦେଶର ବିଭିନ୍ନ ରୁଟରେ ସିପ୍ଲେନ୍ ଚଲାଇବା ପାଇଁ ଯୋଜନା ହେଉଛି। ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ଅଟକଳ କରାଯାଉଛି। ତେବେ ଆସାମ ଜୋରହାଟର ଜଣେ ରାଜମିସ୍ତ୍ରୀ ନିଜସ୍ୱ ଉଦ୍ୟମରେ ଏବଂ ନିଜ ଖର୍ଚ୍ଚରେ ୨ ବର୍ଷ ହେଲା ସିପ୍ଲେନ୍ ତିଆରିରେ ଲାଗିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସିପ୍ଲେନ୍ ପାଣିରେ ଚାଲିଛି ଆଉ ଏବେ ଅପେକ୍ଷା ଏହାର ଆକାଶ ଉଡାଣକୁ।

Advertisment

ଘୁଁ ଘୁଁ ଗର୍ଜନ ସହ ପାଣିରେ ଆଗକୁ ବଢୁଛି ଦେଶୀ ସିପ୍ଲେନ୍। ସ୍ପିଡ୍ ବଢାଇଲେ ବଢୁଛି, କମାଇଲେ କମୁଛି ବେଗ। ବେଶ୍ ଆରାମରେ ପ୍ଲେନକୁ ଚଲାଉଛନ୍ତି ଡ୍ରାଇଭର। ସିପ୍ଲେନରେ ଲାଗିଛି ୨୨୦ଏଚପିର ଶକ୍ତିଶାଳୀ ମୋଟର। ଯାହା ଏକ ପଲସର ବାଇକର ଓଜନ ସହ ସମାନ। ଯେତେ କମ୍ ରହିବ ସେତିକି ସହଜରେ ଏବଂ ଆରାମରେ ଆକାଶରେ ଉଡିପାରିବ। ତେଣୁ ଏଥିରେ ବ୍ୟବହାର ହୋଇଛି ଆଲୁମିନିୟମ୍ ପାଇପ୍। ସିପ୍ଲେନରେ ବସିବା ସ୍ଥାନ, ଫାଇବର ଏବଂ ଆଲୁମିନିୟମରେ ତିଆରି। ବଡ କଥା ହେଉଛି , ଏହି ସିପ୍ଲେନକୁ ତିଆରି କରିଛନ୍ତି ଆସାମ ଜୋରହାଟର ଜଣେ ରାଜମିସ୍ତ୍ରୀ ବୁବୁଲ ସୈକିୟା। ଏଥିପାଇଁ ସେ କୌଣସି ତାଲିମ ନେଇନାହାଁନ୍ତି ବରଂ ନିଜସ୍ୱ ଉଦ୍ୟମରେ ତିଆରି ଏହି ସିପ୍ଲେନ୍ ପାଇଁ ବୁବୁଲ ଏଯାଏଁ ଖର୍ଚ୍ଚ କରିସାରିଛନ୍ତି ପାଖାପାଖି ୨ଲକ୍ଷ ଟଙ୍କା। ଯେବେଠୁ କରୋନା ଆରମ୍ଭ ହୋଇଛି ସେବେଠାରୁ ସିପ୍ଲେନ୍ ତିଆରିରେ ଲାଗିପଡିଥିଲେ ବୁବୁଲ।

ରବିବାର ପ୍ରଥମଥର ପାଇଁ ପାଣିକୁ ଓହ୍ଲାଇଥିଲା ବୁବୁଲଙ୍କ ସିପ୍ଲେନ୍। ଆଉ, ପାଣିରେ ପହଁଚିବା ମାତ୍ରେ ସଫଳତାର ସହ କାମ କରିଥିଲା। ମୋଟର ଜାହଜ ଭଳି ପାଣିରେ ମାଡିଚାଲିଥିଲା ଆଗକୁ ଆଗକୁ। ସଫଳ ହୋଇଥିଲା ପରୀକ୍ଷଣ। ପାଣିରେ ସିପ୍ଲେନର ପରୀକ୍ଷଣ ସଫଳ ହେବା ପରେ ଅପେକ୍ଷା ଏହା କେବେ ପାଣି ଦେଇ ଆକାଶରେ ଉଡିବ ?ଏଥିପାଇଁ ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି ବୁବୁଲ।

Advertisment

Advertisment
Advertisment