/odishatv-khabar/media/post_attachments/uploadimage/library/16_9/16_9_0/cocrocha_1625540493.jpg)
cocrocha
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅଦ୍ଭୁତ ପ୍ରକାରର ଅସରପାର ଫଟୋ ଖୁବ୍ ଜୋରେ ଭାଇରାଲ ହେବାରେ ଲାଗିଛି। ଏହା ଏକ ସାମୁଦ୍ରିକ ଅସରପା ବୋଲି ଜଣାପଡ଼ିଛି। ଏହାକୁ ସିଙ୍ଗାପୁରର ଜଣେ ଅନୁସନ୍ଧାନକାରୀ ଟିମ୍ ଭାରତ ମହାସାଗରରୁ ଧରିଛନ୍ତି।
ଖବର ଅନୁଯାୟୀ, ସିଙ୍ଗାପୁରର ନ୍ୟାସନାଲ ୟୁନିଭରସିଟିର ପିଟର ଏନ୍ଜି ଓ ତାଙ୍କ ସହକର୍ମୀମାନେ ସାମୁଦ୍ରିକ ଅନୁସନ୍ଧାନ ସମୟରେ ଏକ ବିରଳ ପ୍ରଜାତିର ଅସରପା ଧରିଛନ୍ତି। ଏହା ଅସରପାମାନଙ୍କର ଏକ ନୂତନ ପ୍ରକାରର ଚିହ୍ନଟ କରାଯାଇଛି। ଏହା ର ନାଁ ‘ବାଥିନୋମସ୍ ରାକ୍ସା’ ରଖାଯାଇଛି।
ନ୍ୟାସନାଲ ୟୁନିଭରସିଟି ଅଫ୍ ସିଙ୍ଗାପୁରର ରିସର୍ଚ୍ଚ ଟିମ୍ ଇଣ୍ଡୋନେସିଆର ପଶ୍ଚିମ ଜାଭା ଉପକୂଳର ଗଭୀର ସମୁଦ୍ରରେ ୧୪ ଦିନିଆ ଅଭିଯାନ ଆରମ୍ଭ କରିଥିଲେ। ଯେଉଁଥିରେ ୧୨,୦୦୦ରୁ ଅଧିକ ସମୁଦ୍ର ପ୍ରାଣୀ ଧରିଥିଲେ। ସେମାନଙ୍କ ମଧ୍ୟରୁ ଏକ ବଡ଼ ଅସରପା ଦେଖିବାକୁ ଆଶ୍ଚର୍ଯ୍ୟଜନକ ଥିଲା।
ସମୁଦ୍ରରୁ ଧରା ଯାଇଥିବା ଏହି ବଡ଼ ଅସରପାର ନାଁ 'ବାଥିନୋମସ୍ ରାକ୍ସା' ରଖାଯାଇଛି। ଯାହାକୁ ସାମୁଦ୍ରିକ କ୍ରୋଟାସିଆନ୍ ମଧ୍ୟ କୁହାଯାଇପାରେ। ଏହି ବିରଳ ପ୍ରଜାତିର ଅସରପା ୨୦ ଇଞ୍ଚ ପର୍ଯ୍ୟନ୍ତ ବଢ଼ିପାରେ। ଏହି ଅସରପାର ୧୪ଟି ଗୋଡ଼ ରହିଛି। ଏହା ସମୁଦ୍ରର ଚିଙ୍ଗୁଡ଼ି ଓ କଙ୍କଡ଼ା ପରି ଦେଖିବାକୁ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ବିରଳ ପ୍ରଜାତି ଅସରପାର ମୁଣ୍ଡ ଓ ଆଖିକୁ ଦେଖି ଏହାର ନାମ ‘ଡାର୍ଥ ଭେଡର୍’ ରଖାଯାଇଛି। ଏମାନ ସମୁଦ୍ରର ଗଭୀର ଭାଗରେ ବାସ କରନ୍ତି। ଏମାନେ ଦୀର୍ଘ ସମୟଧରି ନଖାଇଲେ ବି ବଞ୍ଚି ରହିପାରନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)