Advertisment

ଏଇ ଦେଶରେ ପ୍ରସ୍ତୁତ ହେଉଛି ସବୁଠାରୁ ପ୍ରଭାବଶାଳୀ କରୋନା ଭାକ୍ସିନ

ନୂଆଦିଲ୍ଲୀ: କରୋନା ସହ ସାରା ବିଶ୍ୱ ଲଢୁଛି। ଭାକ୍ସିନକୁ ନେଇ ସେପରି କୌଣସି ସଫଳତା ମିଳିନାହିଁ। ଯଦିଓ ଋଷ ପ୍ରଥମ କରୋନା ଟିକା ବାହାର କରିପାରିଛି ବୋଲି ଦାବି କରୁଛି ତେବେ ଏହାର ସାଇଡ୍‌ ଇଫେକ୍ଟ ନେଇ ପ୍ରଶ୍ନ ଉଠିଛି। ଇତିମଧ୍ୟରେ ଆମେରିକା ସବୁଠାରୁ ପ୍ରଭାବଶାଳୀ ଭାକ୍ସିନ ବାହାର କରିଛି ବୋଲି ଦାବି କରିଛି। ଏଇ ଭାକ୍ସିନର ପ୍ରୟୋଗ ପଶୁମାନଙ୍କ ଶରୀରରେ ହୋଇ ସାରିଲାଣି। ଏହି ଭାକ୍ସିନ ପ୍ରସ୍ତୁତ କରୁଥିବା ଗବେଷକଙ୍କ ମଧ୍ୟରେ ୟୁନିଭର୍ସିଟି ଅଫ ୱାଶିଂଟନର […]

ଅଦ୍ୟତନ ହୋଇଛି
ଏଇ ଦେଶରେ ପ୍ରସ୍ତୁତ ହେଉଛି ସବୁଠାରୁ ପ୍ରଭାବଶାଳୀ କରୋନା ଭାକ୍ସିନ

Vaccine-1

Advertisment

ନୂଆଦିଲ୍ଲୀ: କରୋନା ସହ ସାରା ବିଶ୍ୱ ଲଢୁଛି। ଭାକ୍ସିନକୁ ନେଇ ସେପରି କୌଣସି ସଫଳତା ମିଳିନାହିଁ। ଯଦିଓ ଋଷ ପ୍ରଥମ କରୋନା ଟିକା ବାହାର କରିପାରିଛି ବୋଲି ଦାବି କରୁଛି ତେବେ ଏହାର ସାଇଡ୍‌ ଇଫେକ୍ଟ ନେଇ ପ୍ରଶ୍ନ ଉଠିଛି। ଇତିମଧ୍ୟରେ ଆମେରିକା ସବୁଠାରୁ ପ୍ରଭାବଶାଳୀ ଭାକ୍ସିନ ବାହାର କରିଛି ବୋଲି ଦାବି କରିଛି। ଏଇ ଭାକ୍ସିନର ପ୍ରୟୋଗ ପଶୁମାନଙ୍କ ଶରୀରରେ ହୋଇ ସାରିଲାଣି।

Advertisment

ଏହି ଭାକ୍ସିନ ପ୍ରସ୍ତୁତ କରୁଥିବା ଗବେଷକଙ୍କ ମଧ୍ୟରେ ୟୁନିଭର୍ସିଟି ଅଫ ୱାଶିଂଟନର ଗବେଷକମାନେ ସାମିଲ ଅଛନ୍ତି। ଏହି ଗବେଷକମାନଙ୍କ କହିବା ଅନୁଯାୟୀ,  ଏହି ଭାକ୍ସିନ ନେବା ପରେ ଶରୀରରେ ଅନେକ ଗୁଣ ଅଧିକ ଆଣ୍ଟିବଡି ତିଆରି କରୁଛି ଯାହା କରୋନା ଭାଇରସ ସହ ଲଢି ପାରୁଛି। ଏହି ଭାକ୍ସିନକୁ ନାନୋ ପାଟିକିଲ୍ସରେ ତିଆରି କରାଯାଇଛି।

ଏହି ଭାକ୍ସିନ ମୂଷା ଶରୀରରେ ପ୍ରୟୋଗ କରାଯାଇଥିଲା। ଏହାକୁ ନେବା ପରେ କରୋନାରୁ ମୁକ୍ତ ହୋଇଥିବା ଲୋକଙ୍କ ତୁଳନାରେ ମୂଷା ଶରୀରରେ ଅନେକ ଗୁଣ ଅଧିକ ନ୍ୟୁଟିଲାଇଜିଂ ଆଣ୍ଟିବଡ଼ି ବିକଶିତ ହୋଇପାରୁଛି। ପରୀକ୍ଷଣରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି, ୬ ଗୁଣ କମ୍‌ ଡୋଜ୍‌ରେ ବି ୧୦ ଗୁଣା ଅଧିକ ନ୍ୟୁଟିଲାଇଜିଂ ଆଣ୍ଟିବଡି ସୃଷ୍ଟି ହେଉଛି। ଏହାବ୍ୟତୀତ ଏହି ଭାକ୍ସିନ ଶକ୍ତିଶାଳୀ ବି-ସେଲ ଇମ୍ୟୁନ ରେସ୍‌ପନ୍ସ କରୁଥିବା ଦେଖାଯାଇଛି। ଗବେଷକମାନେ ଦାବି କରିଛନ୍ତି, ଭ୍ୟାକ୍ସିନ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ