/odishatv-khabar/media/post_attachments/uploadimage/library/16_9/16_9_0/jamia-1_1626687584.jpg)
jamia-1
ନୂଆଦିଲ୍ଲୀ : ଜାମିଆ ହିଂସା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ମାମଲାର ଶୁଣାଣି ପାଇଁ ହାଇକୋର୍ଟରେ ଆବେଦନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତିମାନେ ଏହି ପ୍ରସଙ୍ଗରେ ସଠିକ ବିଚାର କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଶୁଣାଣି ବେଳେ ସୋଲିସିଟର ଜେନେରାଲ ତୁସାର ମେହେଟ୍ଟା ଜାମିଆ ହିଂସା ପାଇଁ ଜଣେ ହେଲେ ବି ଛାତ୍ରଙ୍କୁ ଗିରଫ କରାଯାଇ ନଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ।
ନାଗରିକତା ସଂଶୋଧନ ଆଇନ୍ , ଦିଲ୍ଲୀ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହିଂସାକାଣ୍ଡ, ପୁଲିସ କାର୍ଯ୍ୟାନୁଷ୍ଠାନ ଏବଂ ଆଲିଗଡ଼ ମୁସଲିମ୍ ୟୁନିଭର୍ସିଟିରେ ପୁଲିସ-ଛାତ୍ର ସଂଘର୍ଷ ଘଟଣାକୁ ନେଇ ଦେଶ ବ୍ୟାପି ବଢୁଛି ପ୍ରତିବାଦର ସ୍ୱର। ଚେନ୍ନାଇରେ ଆଜି ଡିଏମକେ ପକ୍ଷରୁ ବିକ୍ଷୋଭ କରାଯାଇଛି । ଶହ ଶହ ଡିଏମକେ ସମର୍ଥକ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପ୍ରତିବାଦ କରୁଛନ୍ତି । ପଶ୍ଚିମବଂଗର ହାଓଡାରେ ଇଣ୍ଟରନେଟ ସେବାକୁ ବନ୍ଦ କରରାଯାଇଛି। ଅନ୍ୟପଟେ ଦିଲ୍ଲୀ ପୁଲିସ କହିଛି ଜାମିଆ ଘଟଣାରେ ଅପରାଧିକ ରେକର୍ଡ ଥିବା ୧୦ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତେବେ ଜଣେ ବି ଛାତ୍ରଙ୍କୁ ଗିରଫ କରାଯାଇନଥିବା ପୁଲିସ ସ୍ପଷ୍ଟ କରିଛି ।
ସେପେଟ ସିଏଏକୁ ନେଇ ଆଜି ବିରୋଧୀ ଦଳ ମାନେ ଅପରାହ୍ନରେ ରାଷ୍ଟ୍ରପତିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)