Advertisment

ପପୁଲାର୍‌ ଶୋ’ ‘ସାବଧାନ ଇଣ୍ଡିଆ’ର ୨ ଅଭିନେତ୍ରୀ ଗିରଫ

ମୁମ୍ବାଇ: ଚୋରି ମାମଲାରେ ମୁମ୍ବାଇର ଆରେ ପୋଲିସ୍‌ ୨ ଜଣ ଟେଲିଭିଜନ ଅଭିନେତ୍ରୀଙ୍କୁ ଗିରଫ କରିଛି। ଏହି ୨ ଅଭିନେତ୍ରୀ ପପୁଲାର ଶୋ’ ‘ସାବଧାନ ଇଣ୍ଡିଆ’ ଓ ‘କ୍ରାଇମ୍‌ ପାଟ୍ରୋଲ’ରେ ଅଭିନୟ କରିଥିଲେ ବୋଲି ଜଣାପଡ଼ିଛି। କରୋନା ଲକ୍‌ଡାଉନ୍‌ ଯୋଗୁ ସିରିୟଲ୍‌…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ପପୁଲାର୍‌ ଶୋ’ ‘ସାବଧାନ ଇଣ୍ଡିଆ’ର ୨ ଅଭିନେତ୍ରୀ ଗିରଫ

Savdhaan India actresses arrested

ମୁମ୍ବାଇ: ଚୋରି ମାମଲାରେ ମୁମ୍ବାଇର ଆରେ ପୋଲିସ୍‌ ୨ ଜଣ ଟେଲିଭିଜନ ଅଭିନେତ୍ରୀଙ୍କୁ ଗିରଫ କରିଛି। ଏହି ୨ ଅଭିନେତ୍ରୀ ପପୁଲାର ଶୋ’ ‘ସାବଧାନ ଇଣ୍ଡିଆ’ ଓ ‘କ୍ରାଇମ୍‌ ପାଟ୍ରୋଲ’ରେ ଅଭିନୟ କରିଥିଲେ ବୋଲି ଜଣାପଡ଼ିଛି। କରୋନା ଲକ୍‌ଡାଉନ୍‌ ଯୋଗୁ ସିରିୟଲ୍‌ ଶୁଟିଂ ବନ୍ଦ ହେବା ଯୋଗୁ ଏମାନେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ବୋଲି ସୂଚନା ମିଳିଛି। କିଛିଦିନ ପୂର୍ବେ ସେମାନେ ମୁମ୍ବାଇର ଆରେ କଲୋନୀରେ ଫେଇଂ ଗେଷ୍ଟ ଭାବେ ରହୁଥିଲେ। ଏଠାରେ ରହୁଥିବା ଜଣେ ମହିଳାଙ୍କ ଲକର୍‌ରୁ ୨ ଅଭିନେତ୍ରୀ ୩ ଲକ୍ଷରୁ ଅଧିକ ଟଙ୍କା ଚୋରି କରି ଖସି ପଳାଇଥିଲେ।

Advertisment

ଜାତୀୟ ଗଣମାଧ୍ୟମ ସଂସ୍ଥା India Todayର ରିପୋର୍ଟ ଅନୁସାରେ, ମେ’ ୧୮ରେ ଆରେ କଲୋନୀର ରୟାଲ୍‌ ପାମ୍‌ ଅଞ୍ଚଳରେ ଏହି ୨ ଅଭିନେତ୍ରୀ ପେଇଂ ଗେଷ୍ଟ ଭାବେ ରହିଥିଲେ। ସେହି ସମୟରେ ସେଠାରେ ରହୁଥିବା ଜଣେ ମହିଳା ପେଇଂ ଗେଷ୍ଟଙ୍କ ଲକ୍‌ର୍‌ରୁ ହଠାତ୍‌ ୩ ଲକ୍ଷ ୨୮ ହଜାର ଟଙ୍କା ଗାଏବ ହୋଇଯାଇଥିଲା। ଏନେଇ ସମ୍ପୃକ୍ତ ମହିଳା ଆରେ ପୋଲିସ୍‌ ଷ୍ଟେସନରେ ଅଭିଯୋଗ କରିଥିଲେ। ଚୋରି ପଛରେ ୨ ଅଭିନେତ୍ରୀଙ୍କ ହାତ ଥିବା ମହିଳା ଜଣକ ସନ୍ଦେହ କରିଥିଲେ ଓ ପୋଲିସ୍‌କୁ ଏସମ୍ପର୍କରେ ଜଣାଇଥିଲେ। ୨ ଅଭିନେତ୍ରୀ ଟଙ୍କା ବଣ୍ଡଲ୍‌ ଧରି ଯାଉଥିବା ଦୃଶ୍ୟ CCTVରେ କଏଦ ହୋଇଥିଲା। ପୋଲିସ୍‌ ସେମାନଙ୍କୁ ଏହି CCTV ଫୁଟେଜ ଦେଖାଇବା ପରେ ସେମାନେ ଅପରାଧ ସ୍ୱୀକାର କରିଥିଲେ।

ଆହୁରି ପଢନ୍ତୁ: ଯବାନଙ୍କ ସହ ନାଚିଲେ ଖିଲାଡ଼ି କୁମାର

ପୋଲିସ୍ ସୂଚନା ଅନୁଯାୟୀ, ‘ସାବଧାନ ଇଣ୍ଡିଆ’ ଓ ‘କ୍ରାଇମ୍‌ ପାଟ୍ରୋଲ’ ଶୋ’ ବ୍ୟତୀତ ଏହି ୨ ଅଭିନେତ୍ରୀ ଅନେକ ୱେବ୍‌ ସିରିଜ୍‌ ଓ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ପୋଲିସ୍‌ ସେମାନଙ୍କ ନିକଟରୁ ଚୋରି ହୋଇଥିବା ଟଙ୍କାରୁ  ୫୦ ହଜାର ଟଙ୍କା ଜବତ କରିଛି। ପୋଲିସ୍‌ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କୁ ଜୁନ୍‌ ୨୩ ଯାଏ ପୋଲିସ୍‌ ହେପାଜତରେ ରଖାଯିବ।

Advertisment
Savdhan India
Advertisment
Advertisment