sara-srdha
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଡ୍ରଗ୍ସ ନେବାକୁ ଅସ୍ୱୀକାର କରିଛନ୍ତି। ସେ ସିଗାରେଟ୍ ନେଇଥିବା ସ୍ୱୀକାର କରୁଥିବା ବେଳେ ଡ୍ରଗ୍ସ ନେବାକୁ ଅସ୍ୱୀକାର କରିଥିବା ନାରକୋଟିକ୍ସ କଣ୍ଟ୍ରୋଲନ୍ ବ୍ୟୁରୋ (NCB)ର ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏନ୍ସିବିର ପଚରାଉଚରା ବେଳେ ସାରା ସିଗାରେଟ୍ ନେଉଥିବା କଥା ସ୍ୱୀକାର କରିଥିଲେ। ତା ସହିତ କେଦାର ନାଥ ଫିଲ୍ମ ଶୁଟିଂ ବେଳେ ସେ ସୁଶାନ୍ତ ସିଂହଙ୍କ ନିକଟତର ହୋଇଥିବା କଥା ମଧ୍ୟ କହିଥିଲେ।
/odishatv-khabar/media/post_attachments/indiatoday/images/bodyeditor/202009/sara-at-ncb-2-1200x853.jpg)
/odishatv-khabar/media/post_attachments/indiatoday/images/bodyeditor/202009/shraddha-kapoor-drug-probe_x.jpeg)
କେବଳ ସେତିକି ନୁହେଁ, ସୁଶାନ୍ତଙ୍କ ସହିତ ପାର୍ଟି କରିବା ଓ ତାଙ୍କ ଫାର୍ମହାଉସ୍କୁ ମଧ୍ୟ ଯାଇଥିବା ସାରା ସ୍ୱୀକାର କରିଥିବା ସୂଚନା ମିଳିଛି। ତେବେ ରିୟା ଚକ୍ରବର୍ତ୍ତୀଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗରେ ସେ କୌଣସି ଉତ୍ତର ଦେଇ ନଥିବା ସୂଚନା ମିଳିଛି। ସେହିଭଳି ଅଭିନେତ୍ରୀ ଶ୍ରଦ୍ଧା କାପୁର ମଧ୍ୟ ଡ୍ରଗ୍ସ ନେଉଥିବା କଥାକୁ ଅସ୍ୱୀକାର କରିଛନ୍ତି।
/odishatv-khabar/media/post_attachments/2020-09/6mf7lb3o_deepika-padukone-ncb-questioning-650-afp_650x400_26_September_20.jpg)
ଏପଟେ ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ଧରି ଜେରା ହେବା ପରେ ଏନ୍ସିବି ଅଫିସ୍ ଛାଡ଼ିଛନ୍ତି ଦୀପିକା ପାଦୁକୋନ। ତାଙ୍କ ମ୍ୟାନେଜର କରିଶ୍ମା ପ୍ରକାଶ ମଧ୍ୟ ଜେରା ପରେ ଏନ୍ସିବି ଅଫିସ୍ରୁ ଫେରିଛନ୍ତି। ଡ୍ରଗ୍ସ କାରବାର ମାମଲାରେ ଦୀପିକାଙ୍କୁ ନୋଟିସ୍ କରାଯାଇଥିଲା। ଏନେଇ ସେ ଆଜି ସକାଳ ୯: ୪୫ ସମୟରେ ଏନ୍ସିବି ଅଫିସ୍ରେ ପହଞ୍ଚିଥିଲେ। ତେବେ ପଚରାଉଚରା ବେଳେ ମ୍ୟାନେଜର୍ କରିସ୍ମାଙ୍କ ସହିତ ଡ୍ରଗ୍ସ ସମ୍ପର୍କରେ ଆଲୋଚନା କରିଥିବା ସ୍ୱୀକାର କରିଛନ୍ତି ଦୀପିକା।
ଅନ୍ୟପଟେ ଡ୍ରଗ୍ସ କାରବାର ମାମଲାରେ କ୍ଷୀତିଜ୍ ପ୍ରସାଦଙ୍କୁ ଗିରଫ କରିଛି ଏନ୍ସିବି। କରନ ଜୋହରଙ୍କ ଧର୍ମାଟିକ୍ସ ଏଣ୍ଟର୍ଟେନ୍ମେଣ୍ଟରେ ଏକ୍ସକ୍ୟୁଟିଭ ପ୍ରଡ୍ୟୁସର ଭାବେ କାର୍ଯ୍ୟ କରୁଥିଲେ କ୍ଷୀତିଜ୍। ଏନେଇ ଗୁରୁବାର କ୍ଷୀତିଜ୍ଙ୍କୁ ନୋଟିସ କରିଥିଲା ଏନ୍ସିବି। ସେ ଶୁକ୍ରବାର ହାଜର ହେବା ସହିତ ଡ୍ରଗ୍ସ କାରବାରକୁ ଅସ୍ୱୀକାର କରୁଥିଲେ। ତେବେ କ୍ଷୀତିଜ୍ଙ୍କ ଘରୁ ଅଳ୍ପ ପରିମାଣରେ ଡ୍ରଗ୍ସ ଜବତ କରିଛି ଏନ୍ସିବି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sara-srdha_1625295603.jpg)