Advertisment

କଂଗ୍ରେସରୁ ସସ୍‌ପେଣ୍ଡ୍ ହେଲେ ସଞ୍ଜୟ ଝା

ମୁମ୍ବାଇ: ମହଙ୍ଗା ପଡ଼ିଲା ଦଳ ବିରୋଧୀ କାମ। ରାଜସ୍ଥାନରେ ସଚିନ୍ ପାଇଲଟ୍ ଓ ତାଙ୍କ ସମର୍ଥକଙ୍କ ପରେ କଂଗ୍ରେସ ଆଉ ଏକ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। କଂଗ୍ରେସ ଏବେ ମହାରାଷ୍ଟ୍ରରେ ପାର୍ଟିର ନେତା ଥିବା ସଞ୍ଜୟ ଝା’ଙ୍କୁ ସସପେଣ୍ଡ କରିଛି। Sanjay Jha has been suspended from Congress party with immediate effect "for anti-party activities and breach of discipline." pic.twitter.com/ZLIkHvyn0A — ANI (@ANI) July 14, 2020 […]

author-image
Ranjeet Kumar Jena
କଂଗ୍ରେସରୁ ସସ୍‌ପେଣ୍ଡ୍ ହେଲେ ସଞ୍ଜୟ ଝା

sanjay-jha

ମୁମ୍ବାଇ: ମହଙ୍ଗା ପଡ଼ିଲା ଦଳ ବିରୋଧୀ କାମ। ରାଜସ୍ଥାନରେ ସଚିନ୍ ପାଇଲଟ୍ ଓ ତାଙ୍କ ସମର୍ଥକଙ୍କ ପରେ କଂଗ୍ରେସ ଆଉ ଏକ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। କଂଗ୍ରେସ ଏବେ ମହାରାଷ୍ଟ୍ରରେ ପାର୍ଟିର ନେତା ଥିବା ସଞ୍ଜୟ ଝା'ଙ୍କୁ ସସପେଣ୍ଡ କରିଛି।

Advertisment

https://twitter.com/ANI/status/1283074212916195328?s=20

ତତ୍କାଳ ଭାବେ ଏହି ଆଦେଶ କାର୍ଯ୍ୟକାରୀ ହେବ ବୋଲି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଏହାପୂର୍ବରୁ ସଞ୍ଜୟ ଝା ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସର ସଭାପତି ପଦରୁ ଇସ୍ତଫା ଦେଇଥିଲେ।

ଗତ ମାସରେ କଂଗ୍ରେସ ବିରୋଧରେ ଗୋଟିଏ ସ୍ତମ୍ଭ ଲେଖିବାରୁ ସୋନିଆ ଗାନ୍ଧି ସଞ୍ଜୟ ଝା'ଙ୍କୁ ମୁଖପାତ୍ର ପଦରୁ ବରଖାସ୍ତ କରିଥିଲେ। ଏହାକୁ ନେଇ କଂଗ୍ରେସ ଓ ଶ୍ରୀ ଝାଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଏବେ ଏହା ବିସ୍ଫୋରକ ରୂପ ନେଇଛି ଓ ଦଳ ବିରୋଧୀ କାମ ପାଇଁ ଝା'ଙ୍କୁ ନିଲମ୍ବିତ କରାଯାଇଛି।

Advertisment
Advertisment
Advertisment