Advertisment

ଭାରତ ପାଇଁ ବଡ଼ ଘୋଷଣା କଲା ସାମସଙ୍ଗ

ନୂଆଦିଲ୍ଲୀ: ଦେଶବାସୀ ଏବେ କରୋନା ମହାମାରୀ ସଙ୍କଟ ଦେଇ ଗତି କରୁଛନ୍ତି। କେଉଁଠି ଅକ୍ସିଜେନ ଅଭାବ ଯୋଗୁ ଲୋକଙ୍କ ମୃତ୍ୟୁ ଘଟିଲାଣି ତ ଆଉ କେଉଁଠି ଆମ୍ବୁଲାନ୍ସ ଠିକ ସମୟରେ ନପହଞ୍ଚି ପାରିବା ଯୋଗୁ ଲୋକଙ୍କ ମୃତ୍ୟୁ ଘଟୁଛି। ଏଭଳି ସ୍ଥିତିରେ…

author-image
Rajalaxmi Sahoo
ଭାରତ ପାଇଁ ବଡ଼ ଘୋଷଣା କଲା ସାମସଙ୍ଗ

samsung

ନୂଆଦିଲ୍ଲୀ: ଦେଶବାସୀ ଏବେ କରୋନା ମହାମାରୀ ସଙ୍କଟ ଦେଇ ଗତି କରୁଛନ୍ତି। କେଉଁଠି ଅକ୍ସିଜେନ ଅଭାବ ଯୋଗୁ ଲୋକଙ୍କ ମୃତ୍ୟୁ ଘଟିଲାଣି ତ ଆଉ କେଉଁଠି ଆମ୍ବୁଲାନ୍ସ ଠିକ ସମୟରେ ନପହଞ୍ଚି ପାରିବା ଯୋଗୁ ଲୋକଙ୍କ ମୃତ୍ୟୁ ଘଟୁଛି। ଏଭଳି ସ୍ଥିତିରେ ଦକ୍ଷିଣ କୋରିଆର କମ୍ପାନୀ ସାମସଙ୍ଗ(SAMSUNG) ମଧ୍ୟ ସହାୟତାର ହାତ ବଢ଼ାଇଛି।

Advertisment

ସୂଚନା ଅନୁସାରେ, ମହାମାରୀ କରୋନା ସହ ଲଢ଼ିବା ପାଇଁ ସାମସଙ୍ଗ ଭାରତକୁ ୩୭ କୋଟି ଟଙ୍କା(୫ ମିଲିଅନ ଡଲାର ) ସହାୟତା ରାଶି ପ୍ରଦାନ କରିବା ନେଇ ଘୋଷଣା କରିଛି। ଏହି ସହାୟତା ରାଶି କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ସହାୟତା ରାଶିରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଜରୁରୀ ମେଡିକାଲ ଉପକରଣ କିଣାଯାଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

୫ ମିଲିଅନ ଡଲାର ମଧ୍ୟରୁ ୩ ମିଲିଅନ ଡଲାର କେନ୍ଦ୍ର ସରକାର ଓ ଉତ୍ତର ପ୍ରଦେଶ ଏବଂ ତାମିଲନାଡୁ ସରକାରଙ୍କୁ ସାମସଙ୍ଗ ଦେବାକୁ ଯୋଜନା କରିଥିବା ବେଳେ ବାକି ୨ ମିଲିଅନ ଡଲାରରେ ମେଡିକାଲ ଉପକରଣ ସମେତ ୧୦୦ ଅକ୍ସିଜେନ କନସେନଟ୍ରେଟର୍ସ, ୩,୦୦୦ ଅକ୍ସିଜେନ ସିଲିଣ୍ଡର ଓ ୧ ମିଲିଅନ LDS ସିରିଞ୍ଜ କିଣାଯିବ।

Advertisment

ଭାରତର ଅନେକ ଷ୍ଟେକ ହୋଲଡର୍ସଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି. ଏଥିପାଇଁ ସ୍ଥାନୀୟ ପ୍ରଶାସନ ସହ ମଧ୍ୟ କମ୍ପାନୀ ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ସୂଚନାଥାଉ କି, ଗତବର୍ଷ କରୋନା ମହାମାରୀ ସମୟରେ ୨୦ କୋଟି ଟଙ୍କା ସହାୟତା କରିଥିଲା।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୫୭ ହଜାର ୨୨୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୪୪୯ ଲୋକଙ୍କର ଜୀବନ ନେଇଛି କରୋନା । ସେହିପରି ସୋମବାର ଦିନ ୨.୯୯ ଲକ୍ଷ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Advertisment
Advertisment