Matafa
ଏପିଆ: ପ୍ରଶାନ୍ତ ସାଗର ଅଞ୍ଚଳରେ ଅବସ୍ଥିତ ଦେଶ, ସମୋଆରେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ନିକଟରେ ହୋଇଥିବା ନିର୍ବାଚନ ପରେ ଦେଶରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି । କିନ୍ତୁ ସତ୍ତା ହରାଇଥିବା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଟ୍ୱିଲାଏପା ସେଲେଲେମୈଲିଲେଗାଓଇ ପଦ ଛାଡ଼ିବା ପାଇଁ ମନା କରିଦେଇଛନ୍ତି । ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ, ଦେଶର ମୁଖ୍ୟ ଭାବେ ମନୋନୀତ ହୋଇଥିବା ନାଓମି ମାତାଫାଙ୍କୁ ସଂସଦ ବାହାରେ ଏକ ତମ୍ବୁରେ ଶପଥ ନେବାକୁ ପଡ଼ିଛି । କାରଣ ସତ୍ତା ହରାଇଥିବା ଶାସକ ଦଳ ବିରୋଧ ପ୍ରଦର୍ଶନ କରି ସଂସଦରେ ତାଲା ପକାଇ ଦେଇଥିଲେ । ଏହାପରେ ଦେଶରେ ନେତୃତ୍ୱକୁ ନେଇ ସଂକଟ ଦେଖାଦେଇଛି ।
ସମୋଆରେ ଗତ ୪୦ ବର୍ଷ ଧରି ଶାସନ ଭାର ସମ୍ଭାଳି ଆସୁଥିବା ହ୍ୟୁମାନ ରାଇଟ୍ସ ପ୍ରୋଟେକ୍ସନ ପାର୍ଟିକୁ ମତାଫାଙ୍କର ଫାଷ୍ଟ ପାର୍ଟି ଗତ ଏପ୍ରିଲରେ ହୋଇଥିବା ନିର୍ବାଚନରେ ଗାଦିଚ୍ୟୁତ କରିଥିଲା । ଏହା ପରେ ମତାଫା ଯେତେବେଳେ ସୋମବାର ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ସଂସଦରେ ପହଞ୍ଚିଥିଲେ, ସେତେବଳେ ତାଙ୍କୁ ସଂସଦ ଭିତରେ ପ୍ରବେଶ କରିବାକୁ ଦିଆଯାଇନଥିଲା । କାରଣ ବର୍ତ୍ତମାନର ଶାସକ ଦଳ ଗେଟ୍ରେ ତାଲା ପକାଇ ଦେଇଥିଲା ।
ଅନ୍ୟପଟେ ମୈଲିଲେଗାଓଇ ଏହି ଶପଥ ଗ୍ରହଣ ସମାରୋହକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତିଁ । ସେ ଏହାକୁ ଅଣଆନୁଷ୍ଠାନିକ ବୋଲି ବିବେଚନା କରୁଛନ୍ତି ।
କ’ଣ ଥିଲା ରାଜନୈତିକ ଗଣିତ
ଦେଶରେ HRPP ଏବଂ FAST ଦଳ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଏହି ସମୟ ଉଭୟ ଦଳ ୨୫-୨୫ ଆସନ ନିଜ ନାଁରେ କରିପାରିଥିଲେ । କିନ୍ତୁ ଏହା ପରେ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜେତା FAST ଦଳକୁ ନିଜର ସମର୍ଥନ ଜଣାଇଥିଲେ । ଏହି ନିଷ୍ପତ୍ତି ପରେ HRPP ନିଜ କ୍ଷମତାକୁ ବଞ୍ଚାଇବା ପାଇଁ ଆଇନର ଆଶ୍ରୟ ନେଇଥିଲା । ଏହାସହ କୋର୍ଟରେ ଅଭିଯୋଗ ଆଣିଥିଲେ ଯେ, FAST ଦଳ ମହିଳା ସାଂସଦ କୋଟାକୁ ଠିକ୍ ଭାବରେ ଅନୁପାଳନ କରିନାହାଁନ୍ତି । ଫଳସ୍ୱରୂପ ନିର୍ବାଚନ ଆୟୋଗ ଏପ୍ରିଲ ହୋଇଥିବା ନିର୍ବାଚନ ଫଳାଫଳକୁ ରଦ୍ଦ କରିଥିଲେ । ଅନ୍ୟପଟଷ ୨୧ ମେ’ରେ ପୁଣିଥରେ ନିର୍ବାଚନ କରିବାକୁ ତାରିଖ ଘୋଷଣା କରିଥିଲେ ।
କିନ୍ତୁ ପରିସ୍ଥିତି ଏଭଳି ହେଲା ଯେ, ଦେଶର ସୁପ୍ରିମ୍କୋର୍ଟ ଏପ୍ରିଲରେ ହୋଇଥିବା ନିର୍ବାଚନକୁ ସଠିକ୍ ବୋଲି ଘୋଷଣା କରିଥିଲେ । କୋର୍ଟ HRPP ବିରୋଧରେ ନିଜର ରାୟ ଘୋଷଣା କରି କହିଛନ୍ତି ଯେ, ମତାଫାଙ୍କ ଶପଥ ଗ୍ରହଣ ସମାରୋହ ଆୟୋଜନ ହେବା ଉଚିତ୍ ।
ସବୁଠାରୁ ବଡ଼ କଥା ହେଉଛି, ଏହି ନିର୍ବାଚନ ପୂର୍ବରୁ ମୈଲିଲେଗାଓଇ ଗତ ୨୨ ବର୍ଷ ଧରି ଦେଶର ଶାସନ ଭାର ସମ୍ଭାଳି ଆସୁଥିଲେ । ସମୋଆ ଦେଶ ୧୯୬୨ ମସିହାରେ ନ୍ୟୁଜିଲ୍ୟାଣ୍ଡରୁ ସ୍ୱାଧୀନତା ହାସଲ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture-21_1626261787.jpg)