Advertisment

କୃଷକ ଆନ୍ଦୋଳନ ନେଇ ମୁହଁ ଖୋଲିଲେ ସଲମାନ ଖାନ

ମୁମ୍ବାଇ: କୃଷକ ଆନ୍ଦୋଳନକୁ ନେଇ ବଲିଉଡ୍, ହଲିଉଡ୍ କିମ୍ବା କ୍ରୀଡ଼ା ଜଗତ ନିଜ ନିଜର ପ୍ରତିକ୍ରିୟା ଦେବା ପରେ ଏହି ବିଷୟରେ ନିଜର ମତ ରଖିଛନ୍ତି ବଲିଉଡ୍‌ ଦବଙ୍ଗ ଖାନ ସଲମାନ ଖାନ। ଗୁରୁବାର ଏକ ମ୍ୟୁଜିକ ରିୟାଲିଟି ଶୋ’ର ଲଞ୍ଚ ଇଭେଣ୍ଟ ଯୋଗ ଦେବା ବେଳେ ସଲମାନଙ୍କୁ କୃଷକ ଆନ୍ଦୋଳନ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତର ଦେଇ ସଲମାନ କହିଥିଲେ ଯାହା ଠିକ୍ ତାହା ହେବା ଉଚିତ୍। ଗୁରୁବାର ମୁମ୍ବାଇର ଏକ ମ୍ୟୁଜିକ୍‌ ଶୋ’ […]

କୃଷକ ଆନ୍ଦୋଳନ ନେଇ ମୁହଁ ଖୋଲିଲେ ସଲମାନ ଖାନ

salman-khan

Advertisment

ମୁମ୍ବାଇ: କୃଷକ ଆନ୍ଦୋଳନକୁ ନେଇ ବଲିଉଡ୍, ହଲିଉଡ୍ କିମ୍ବା କ୍ରୀଡ଼ା ଜଗତ ନିଜ ନିଜର ପ୍ରତିକ୍ରିୟା ଦେବା ପରେ ଏହି ବିଷୟରେ ନିଜର ମତ ରଖିଛନ୍ତି ବଲିଉଡ୍‌ ଦବଙ୍ଗ ଖାନ ସଲମାନ ଖାନ। ଗୁରୁବାର ଏକ ମ୍ୟୁଜିକ ରିୟାଲିଟି ଶୋ’ର ଲଞ୍ଚ ଇଭେଣ୍ଟ ଯୋଗ ଦେବା ବେଳେ ସଲମାନଙ୍କୁ କୃଷକ ଆନ୍ଦୋଳନ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତର ଦେଇ ସଲମାନ କହିଥିଲେ ଯାହା ଠିକ୍ ତାହା ହେବା ଉଚିତ୍।

Advertisment

ଗୁରୁବାର ମୁମ୍ବାଇର ଏକ ମ୍ୟୁଜିକ୍‌ ଶୋ’ ଲଞ୍ଚ ଇଭେଣ୍ଟରେ ଯୋଗ ଦେବାକୁ ଯାଇଥିଲେ ସଲମାନ। ସେଠାରେ ଜଣେ ସାମ୍ବାଦିକ ତାଙ୍କୁ କୃଷକ ଆନ୍ଦୋଳନ ସମ୍ପର୍କରେ ପ୍ରଶ୍ନର କରିଥିଲେ। ଯାହାର ଉତ୍ତରରେ ସଲମାନ କହିଥିଲେ “ଠିକ୍ କାମ କରିବା ଉଚିତ, ସବୁଠାରୁ ସଠିକ୍ ଜିନିଷ ହେବା ଦରକାର। ସବୁଠାରୁ ଉତ୍ତମ କାର୍ଯ୍ୟ ହେବା ଦରକାର।”

ଏହା ପୂର୍ବରୁ ବଲିଉଡ୍‌ର ତିନି ଖାନ୍‌ ଷ୍ଟାର୍ ସଲମାନ, ଶାହରୁଖ ଓ ଅମିର ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇ ନଥିଲେ। ଏମିତିକି ତାଣ୍ଡବ ୱେବ୍‌ ସିରିଜ୍‌କୁ ନେଇ ବିବାଦରେ ଥିବା ସୈଫ ଅଲ୍ଲୀ ଖାନ୍‌ ମଧ୍ୟ କୃଷକ ଆନ୍ଦୋଳନକୁ ନେଇ କୌଣସି ମନ୍ତବ୍ୟ ଦେଇ ନଥିଲେ।

Advertisment

ସଲମାନଙ୍କ ପୂର୍ବରୁ ଅନେକ ବଲିଉଡ୍ ଷ୍ଟାର ଓ କ୍ରୀଡ଼ାବିତ କୃଷକ ଆନ୍ଦୋଳନ ନେଇ ସୋସିଆଲ୍‌ ମଡିଆରେ ନିଜର ମତ ରଖିଛନ୍ତି। ବିରାଟ କୋହଲି, ରୋହିତ ଶର୍ମା, ସଚିନ ତେନ୍ଦୁଲକର ଆଦି ଖେଳାଳି ହୁଅନ୍ତୁ କିମ୍ବା ଅକ୍ଷୟ କୁମାର, କଙ୍ଗନା ରାଣାୱତ୍ ଓ ତାପସ୍ୱୀ ପନ୍ନୁଙ୍କ ଭଳି ଫିଲ୍ମ ଷ୍ଟାର୍ ସମସ୍ତେ କୃଷକ ଆନ୍ଦୋଳନକୁ ନେଇ ନିଜ ନିଜର ମତ ଦେଇଛନ୍ତି।

କୃଷି ଆନ୍ଦୋଳନ କାରଣ

ନୂଆ ତିନି କୃଷି ଆଇନ୍‌କୁ ବିରୋଧ କରି ନଭେମ୍ବର ମାସରୁ ଦିଲ୍ଲୀର ସିଂଘୁ ବୋର୍ଡରରେ ଧାରଣାରେ ବସିଛନ୍ତି ପଞ୍ଜାବ, ହରିୟାଣା ସେମେତ ପଶ୍ଚିମ ଉତ୍ତର ପ୍ରଦେଶର ହଜାର ହଜାର କୃଷକ। ନୂଆ ଆଇନ ଉଠାଇ ନେବାକୁ ସେମାନେ ଦାବି କରୁଥିବା ବେଳେ ସରକାର କିନ୍ତୁ ତାଙ୍କ ଜିଦ୍‌ରେ ଅଟଳ ଅଛନ୍ତି। ଜାନୁଆରୀ ୨୮ ତାରିଖରେ କୃଷକଙ୍କ ଟ୍ରାକ୍ଟର ରାଲି ହିଂସା ପରେ ଘଟଣା ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଛି।

Advertisment

ଅନ୍ତର୍ଜାତୀୟ ସ୍ତରରେ କୃଷକ ଆନ୍ଦୋଳନର ଚର୍ଚ୍ଚା

ଆମେରିକାର ପ୍ରଖ୍ୟାତ ପପ୍ ସିଙ୍ଗର ରିହାନା ଓ ସ୍ୱିଡେନ୍‌ର ପରିବେଶବିତ ଗ୍ରେଟା ଥନବର୍ଗ ଭାରତର କୃଷି ଆନ୍ଦୋଳନ ସମର୍ଥନରେ ଟ୍ୱିଟ୍ କରିବା ପରେ ବିଶ୍ୱସ୍ତରରେ କୃଷି ଆଇନ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କୃଷକ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିବା ଉଚିତ୍‌ ବୋଲି ଟ୍ୱିଟ୍ କରିଥିଲେ ରିହାନା। ଗ୍ରେଟା ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇ ଆନ୍ଦୋଳନ ସମ୍ପର୍କିତ ପୂରା ଟୁଲକିଟ୍ ଶେୟାର କରିଥିଲେ। ପରେ ଏହି ଟୁଲ୍‌କିଟ୍‌କୁ ନେଇ ମାମଲା ରୁଜୁ କରିଛି ଦିଲ୍ଲା ପୋଲିସ। କିଏ ଟୋଲ୍‌କିଟ୍ ପ୍ରସ୍ତୁତ କରିଛି ଓ କିଏ ଏହାକୁ ଶେୟାର କରିଛି ସେମାନଙ୍କୁ ଖୋଜା ଚାଲିଛି।

 ବଲିଉଡରେ କୃଷକ ଆନ୍ଦୋଳନ

ରିହାନା ଓ ଗ୍ରେଟାଙ୍କ ଟ୍ୱିଟ୍ ପରେ କୃଷକ ଆନ୍ଦୋଳନକୁ ନେଇ ବଲିଉଡ୍ ସେଲିବ୍ରେଟିମାନେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଅକ୍ଷୟ କୁମାର, କରନ ଜୋହର, ସୁନୀଲ ଶେଟ୍ଟୀ, ତାପସୀ ପନ୍ନୁ, ଏବଂ ଅଲ ଫଜଲଙ୍କ ଭଳି ଷ୍ଟାରମାନେ ଟ୍ୱିଟ୍ କରି ନିଜର ପ୍ରତିକ୍ରିୟା ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ