/odishatv-khabar/media/post_attachments/uploadimage/library/16_9/16_9_0/sonu-5_1626697537.jpg)
sonu
ନୂଆଦିଲ୍ଲୀ: ଇଣ୍ଡଷ୍ଟ୍ରିରେ ଏବେ ନେପୋଟିଜିମ୍କୁ ନେଇ ବିବାଦ ଜାରି ରହିଛି। ଏନେଇ ସୋନୁ ନିଗମ ମ୍ୟୁଜିକ୍ କମ୍ପାନୀଗୁଡିକ ଦ୍ୱାରା କରାଯାଉଥିବା ମନଇଛା ରାଜନୀତିକୁ ଖୁଲାସା କରିଛନ୍ତି। ସୋନୁ ଇଣ୍ଡଷ୍ଟ୍ରିର ବଡ଼ ମ୍ୟୁଜିକ୍ କମ୍ପାନୀଗୁଡ଼ିକ ନାଁରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ସେମାନେ ପ୍ରତ୍ୟେକ ଥର ସେମାନଙ୍କର ପ୍ରିୟ କଳାକାରମାନଙ୍କୁ ସୁଯୋଗ ଦେଉଛନ୍ତି। ସୋନୁଙ୍କ ଏଭଳି ବୟାନକୁ କେତେକ ସମର୍ଥନ କରୁଥିବାବେଳେ ଅନ୍ୟକେତେକ ବିରୋଧ ମଧ୍ୟ କରିଥିଲେ। କିନ୍ତୁ ଏବେ ସୋନୁ ନିଗମଙ୍କୁ ସମର୍ଥନ କରିଛନ୍ତି ଜଣାଶୁଣା ମ୍ୟୁଜିକ୍ କମ୍ପୋଜର ସଲିମ ମର୍ଚାଣ୍ଟ ।
ସଲିମ ମର୍ଚାଣ୍ଟ ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ଯେ ସୋନୁ ନିଗମ ଯାହା କହୁଛନ୍ତି ସତ କହୁଛନ୍ତି। ସଲିମ କହିଛନ୍ତି ‘କେବଳ ଗୀତିକାର ନୁହଁନ୍ତି, କମ୍ପୋଜର ମଧ୍ୟ କଠିନ ସମୟ ଦେଇ ଗତି କରୁଛନ୍ତି। ଇଣ୍ଡଷ୍ଟ୍ରିରେ କେତେ ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି, ସେମାନେ କେବଳ ନିଜର ପ୍ରିୟ ଗୀତିକାରକୁ ନେଇ କାମ କରିଥାନ୍ତି। ଏନେଇ ସେମାନେ ଆଗୁଆ ସାଇନ୍ କରିଥାନ୍ତି। ଇଣ୍ଡଷ୍ଟ୍ରିରେ ନେପୋଟିଜିମ୍କୁ ଗୁରୁତ୍ୱ ଦିଆଯାଉଛି ବୋଲି ସଲିମ କହିଛନ୍ତି।
ସଲିମ ଆହୁରି କହିଛନ୍ତି ଯେ ‘ମୋ ଭଳି ଅନେକ କମ୍ପୋଜର ଅଛନ୍ତି ଯେଉଁମାନେ ଗୋଟେ ଫିଲ୍ମରେ କେବଳ ଗୋଟିଏ ଗୀତରେ ସୀମିତ ରହିବାକୁ ଚାହାଁନ୍ତି ନାହିଁ। କିନ୍ତୁ ଏମିତି କିଛି ଅଛନ୍ତି ଯେଉଁମାନେ ରେକର୍ଡ଼ ଲେବଲ୍ ନିୟମକୁ ମାନି ଫିଲ୍ମରେ ଗୋଟିଏ ଗୀତ ଗାଇଥାନ୍ତି। ସୋନୁ ନିଗମ କିଛି ଭୁଲ୍ କହିନାହାଁନ୍ତି। ଯାହା କହିଛନ୍ତି ସବୁ ଠିକ୍ କହିଛନ୍ତି। ଏମିତି କିଛି ଗୀତିକାରଙ୍କୁ ଇଣ୍ଡଷ୍ଟ୍ରିକୁ ଡକାଯାଇଥାଏ। ପୁଣି ସେମାନଙ୍କୁ ବାହାର କରିଦିଆଯାଏ। ଏମିତି କେତେ ନିର୍ଦ୍ଦେଶକ ଅଛନ୍ତି ଯେଉଁମାନେ ଆମ ସହିତ କାମ କରିବାକୁ ଚାହୁଁଛନ୍ତି, କିନ୍ତୁ ରେକର୍ଡ ଲେବଲ୍ ନିୟମ ଯୋଗୁ ସେମାନେ ଆମ ସହିତ କାମ କରି ପାରନ୍ତି ନାହିଁ।’। ସଲିମ ମର୍ଚାଣ୍ଟଙ୍କ ବ୍ୟତୀତ ମୋନାଲି ଠାକୁର, ଅଦନାନ ସାମି, ଆଲିଶା ଚିନାଇ ମଧ୍ୟ ସୋନୁଙ୍କୁ ସମର୍ଥନ କରିଛନ୍ତି।
ସୂଚନାଥାଉକି, ସୋନୁ ନିଗମ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିକୁ ନେଇ ଏକ ଚାଞ୍ଚଲ୍ୟକର କଥା କହିଥିଲେ। ଯାହା ସମସ୍ତଙ୍କୁ ଆଚମ୍ବିତ କରିଥିଲା। ଖୁବ୍ ଶୀଘ୍ର ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରୁ ଆତ୍ମହତ୍ୟା ଖବର ଆସିପାରେ ବୋଲି Sonu Nigam Instagram ରେ ଏକ ଭିଡିଓ ଶେଆର୍ କରିଥିଲେ । ଏଭଳି କଥା କହିବା ପଛରେ ଅନେକ କାରଣ ଅଛି ବୋଲି ସୋନୁ କହିଥିଲେ।
ବର୍ତ୍ତମାନ ତ କେବଳ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ଯେଉଁଭଳି ଭାବରେ ମାଫିଆଙ୍କ ରାଜ୍ ଚାଲିଛି, ଆଗାମୀ ଦିନରେ ହୁଏତ ଏହି ଇଣ୍ଡଷ୍ଟ୍ରିରୁ ମଧ୍ୟ ଆତ୍ମହତ୍ୟା ଖବର ଆସିପାରେ’ ବୋଲି ସୋନୁ ଏହି ଭିଡିଓରେ କହୁଥିବା ଦେଖିବାକୁ ମିଳିଥିଲା।
ସେ ଆହୁରି ମଧ୍ୟ କହିଛନ୍ତି, ଜଣେ-ଦୁଇ ଜଣ ଲୋକ ପୂରା ମ୍ୟୁଜିକ୍ ଇଣ୍ଡଷ୍ଟ୍ରିକୁ ନିଜ୍ କବ୍ଜାରେ ରଖିଛନ୍ତି। ସେମାନେ ହିଁ ନିଷ୍ପତ୍ତି ନେଇଥାନ୍ତି କେଉଁ ସିଙ୍ଗର ଗୀତ ଗାଇବେ ଓ କେଉଁମାନେ ନୁହେଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)