Advertisment

'ସଚିନଙ୍କୁ କୋଣଠେସା କରାଯାଇଛି'

ନୂଆଦିଲ୍ଲୀ: ରାଜସ୍ଥାନରେ ରାଜନୀତିକ ସଙ୍କଟ ତେଜିବାରେ ଲାଗିଛି। ବିପଦରେ ରାଜ୍ୟର ଗେହଲଟ୍ ସରକାର। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ନିଜର କିଛି ବିଧାୟକଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଛନ୍ତି। କଂଗ୍ରେସରେ ଚାଲିଥିବା ଏହି ଗୋଷ୍ଠୀକନ୍ଦଳର ଫାଇଦା ଉଠାଇବାରେ ଲାଗି ପଡ଼ିଛି ବିଜେପି। ବିଜେପି ପକ୍ଷରୁ ଏବେ ମଇଦାନକୁ ଓହ୍ଲାଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। କଂଗ୍ରେସ ଛାଡ଼ି ବିଜେପିକୁ ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ସଚିନ୍ ପାଇଲଟଙ୍କ ସମର୍ଥନରେ ଟ୍ୱିଟ୍ କରିଛନ୍ତି। ସିନ୍ଧିଆ କହିଛନ୍ତି, ମୋତେ ଦୁଃଖ ଲାଗୁଛି ଯେ ମୋର ପୁରୁଣା […]

author-image
Ranjeet Kumar Jena
'ସଚିନଙ୍କୁ କୋଣଠେସା କରାଯାଇଛି'

shindia

ନୂଆଦିଲ୍ଲୀ: ରାଜସ୍ଥାନରେ ରାଜନୀତିକ ସଙ୍କଟ ତେଜିବାରେ ଲାଗିଛି। ବିପଦରେ ରାଜ୍ୟର ଗେହଲଟ୍ ସରକାର। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ନିଜର କିଛି ବିଧାୟକଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଛନ୍ତି। କଂଗ୍ରେସରେ ଚାଲିଥିବା ଏହି ଗୋଷ୍ଠୀକନ୍ଦଳର ଫାଇଦା ଉଠାଇବାରେ ଲାଗି ପଡ଼ିଛି ବିଜେପି। ବିଜେପି ପକ୍ଷରୁ ଏବେ ମଇଦାନକୁ ଓହ୍ଲାଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ।

Advertisment

କଂଗ୍ରେସ ଛାଡ଼ି ବିଜେପିକୁ ଆସିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ସଚିନ୍ ପାଇଲଟଙ୍କ ସମର୍ଥନରେ ଟ୍ୱିଟ୍ କରିଛନ୍ତି। ସିନ୍ଧିଆ କହିଛନ୍ତି, ମୋତେ ଦୁଃଖ ଲାଗୁଛି ଯେ ମୋର ପୁରୁଣା ସହଯୋଗୀ ସଚିନ୍ ପାଇଲଟଙ୍କୁ ବି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଦ୍ୱାରା କୋଣଠେସା କରାଯାଉଛି। ପାଇଲଟଙ୍କ ଭଳି ଟ୍ୟାଲେଣ୍ଟକୁ ଗୁରୁତ୍ୱ ନ ଦେବା ନିଶ୍ଚିତ ଭାବେ ଦୁଃଖଦାୟକ। ଏହା ଦର୍ଶାଉଛି ଯେ କଂଗ୍ରେସରେ ଦକ୍ଷତା ଏବଂ କ୍ଷମତାକୁ କୌଣସି ଗୁରୁତ୍ୱ ଦିଆଯାଉନାହିଁ।

https://twitter.com/JM_Scindia/status/1282289304572575752?s=20

ରାଜସ୍ଥାନରେ ଯଦି ଆଜି ଗେହଲଟ୍ ସରକାର କ୍ଷମତାରେ ଅଛି, ତାହେଲେ ଏହାର ବହୁତ ଶ୍ରେୟ ସଚିନ୍ ପାଇଲଟଙ୍କୁ ଦିଆଯିବ। ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ଯେତେବେଳେ କଂଗ୍ରେସ ସରକାର ଗଢ଼ିବାରେ ସଫଳ ହୋଇଥିଲା, ସେଥିରେ ସିନ୍ଧିଆଙ୍କ ବହୁତ ହାତ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ହେଲେ ସିନ୍ଧିଆଙ୍କୁ ଏହାର ଫାଇଦା ମିଳିଲା ନାହିଁ।

Advertisment

ପାର୍ଟି ତା'ର ବରିଷ୍ଠ ନେତା କମଲନାଥଙ୍କୁ ହିଁ ମୁଖ୍ୟମନ୍ତ୍ରୀ ପଦ ଦେଲା। ତେବେ ପରେ କଂଗ୍ରେସକୁ ଏହାର ପରିଣାମ ମଧ୍ୟ ଭୋଗିବାକୁ ପଡ଼ିଥିଲା। ସିନ୍ଧିଆ ନିଜର କିଛି ବିଧାୟକଙ୍କ ସହ ବିଜେପିରେ ସାମିଲ୍ ହେଲେ, ଯାହାର ପରିଣାମ ସ୍ୱରୂପ ରାଜ୍ୟରେ କମଲନାଥ ସରକାର ଭାଙ୍ଗିଗଲା ଏବଂ ଶିବରାଜ ସିଂହ ଚୌହାନ୍ ପୁଣିଥରେ କ୍ଷମତାକୁ ଫେରିଥିଲେ।

Advertisment
Advertisment