/odishatv-khabar/media/post_attachments/uploadimage/library/16_9/16_9_0/sachin-2_1626347899.jpg)
sachin
ନୂଆଦିଲ୍ଲୀ: ରାଜସ୍ଥାନରେ ଚାଲିଥିବା ରାଜନୀତିକ ହାଇଡ୍ରାମା ମଧ୍ୟରେ ଏବେ ସଚିନ୍ ପାଇଲଟ୍ ନିଜର ଟ୍ୱିଟର୍ ପ୍ରୋଫାଇଲରେ ବଡ଼ ପରିବର୍ତ୍ତନ କରି କଂଗ୍ରେସକୁ ଜବାବ ଦେଇଛନ୍ତି। କଂଗ୍ରେସ ପାର୍ଟିରୁ ବରଖାସ୍ତ ହେବା ପରେ ସଚିନ୍ ପାଇଲଟ୍ ନିଜର ଟ୍ୱିଟର୍ ଆକାଉଣ୍ଟରୁ କଂଗ୍ରେସକୁ ହଟାଇ ଦେଇଛନ୍ତି।
ପାଇଲଟ୍ ନିଜର ଟ୍ୱିଟର୍ ପ୍ରୋଫାଇଲରେ ଏବେ କେବଳ ଟଙ୍କ ବିଧାୟକ ଉଲ୍ଲେଖ କରିଛନ୍ତି। ଏହାସହ ସେ ଆଇଟି, ଟେଲିକମ୍ ଓ କର୍ପୋରେଟ୍ ବ୍ୟାପାରର ପୂର୍ବତନ ମନ୍ତ୍ରୀ, ଭାରତ ସରକାର ମଧ୍ୟ ଲେଖିଛନ୍ତି। ଟ୍ୱିଟରରେ ପୂର୍ବରୁ ପାଇଲଟ୍ ଉପ ମୁଖ୍ୟମନ୍ତ୍ରୀ ରାଜସ୍ଥାନ ଓ ରାଜସ୍ଥାନ କଂଗ୍ରେସର ସଭାପତି ଉଲ୍ଲେଖ କରିଥିଲେ। ତେବେ ପାର୍ଟି ହାଇକମାଣ୍ଡଙ୍କ କାର୍ଯ୍ୟାନୁଷ୍ଠାନ ପରେ ଏବେ ସେ ନିଜ ପ୍ରୋଫାଇଲରୁ କଂଗ୍ରେସ ସମେତ ଏସବୁକୁ ମଧ୍ୟ ହଟାଇ ଦେଇଛନ୍ତି।
https://twitter.com/SachinPilot/status/1282960796037742598?s=20
ମଙ୍ଗଳବାର କଂଗ୍ରେସ ବିଧାୟକ ଦଳର ବୈଠକ ପରେ ସଚିନ୍ ପାଇଲଟଙ୍କୁ ଉପ ମୁଖ୍ୟମନ୍ତ୍ରୀ ଓ ରାଜସ୍ଥାନ କଂଗ୍ରେସର ସଭାପତି ପଦରୁ ହଟାଇ ଦିଆଯାଇଛି। ଏହାର କିଛି ସମୟ ପରେ ସଚିନ୍ ପାଇଲଟ୍ ନିଜ ଟ୍ୱିଟରରେ ଲେଖିଛନ୍ତି, "ସତ୍ୟକୁ ସମସ୍ୟାରେ ପକାଯାଇ ପରେ, କିନ୍ତୁ ଏହାକୁ କେବେକି ପରାଜିତ କରାଯାଇପାରିବ ନାହିଁ।"
ବୈଠକ ପୂର୍ବରୁ ସଚିନ୍ ପାଇଲଟ୍ ଏବଂ ତାଙ୍କ ସମର୍ଥକ ଅଶୋକ ଗେହଲୋଟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିବାକୁ ମନା କରିଦେଇଥିଲେ। ପାଇଲଟଙ୍କ ବ୍ୟତୀତ ବିଶ୍ୱେନ୍ଦ୍ର ସିଂହ ଓ ରମେଶ ମୀଣାଙ୍କୁ ମଧ୍ୟ ବହିଷ୍କାର କରାଯାଇଛି। ସଚିନଙ୍କ ସମର୍ଥନ କହିଛନ୍ତି, ଯେପର୍ଯ୍ୟନ୍ତ ମାନ ସମ୍ମାନର ଗ୍ୟାରେଣ୍ଟି ନମିଳିଛି, ସେ ଯାଏ ସେମାନେ ଫେରିବେ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)