Advertisment

ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ 'ସ୍ପୁଟନିକ୍-ଭି'

ମସ୍କୋ: ପୁଣି ବଢିଲା କରୋନା ଟିକା ଆଶା। ନିଜ ଦ୍ୱାରା ପ୍ରସ୍ତୁତ ସ୍ପୁଟନିକ୍-ଭି ୯୫ ପ୍ରତିଶତ ଫଳପ୍ରଦ ହୋଇଥିବା ଦାବି କରିଛି ରୁଷ୍। ଏମିତିକି ଷ୍ଟେଜ-୩ ପରୀକ୍ଷଣ ବେଳେ ସଫଳତା ମିଳିଥିବା ନେଇ ଦାବି କରିଛି ଏହି ଦେଶ। ଏମିତିକି ୧୮, ୭୯୪ ଆକ୍ରାନ୍ତଙ୍କ ଉପରେ ପରୀକ୍ଷଣ ପରେ ଏହି ସଫଳତା ମିଳିଥିବା ଦାବି କରାଯାଇଛି। ଟିକା ନେବାର ୨୮ ଦିନ ପରେ ୯୧ ପ୍ରତିଶତ ଓ ୪୨ ଦିନ ପରେ ୯୫ ପ୍ରତିଶତ ଫଳପ୍ରଦ ହୋଇଥିବାର […]

ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ 'ସ୍ପୁଟନିକ୍-ଭି'

russia

Advertisment

ମସ୍କୋ: ପୁଣି ବଢିଲା କରୋନା ଟିକା ଆଶା। ନିଜ ଦ୍ୱାରା ପ୍ରସ୍ତୁତ ସ୍ପୁଟନିକ୍-ଭି ୯୫ ପ୍ରତିଶତ ଫଳପ୍ରଦ ହୋଇଥିବା ଦାବି କରିଛି ରୁଷ୍। ଏମିତିକି ଷ୍ଟେଜ-୩ ପରୀକ୍ଷଣ ବେଳେ ସଫଳତା ମିଳିଥିବା ନେଇ ଦାବି କରିଛି ଏହି ଦେଶ।

Advertisment

publive-imageଏମିତିକି ୧୮, ୭୯୪ ଆକ୍ରାନ୍ତଙ୍କ ଉପରେ ପରୀକ୍ଷଣ ପରେ ଏହି ସଫଳତା ମିଳିଥିବା ଦାବି କରାଯାଇଛି। ଟିକା ନେବାର ୨୮ ଦିନ ପରେ ୯୧ ପ୍ରତିଶତ ଓ ୪୨ ଦିନ ପରେ ୯୫ ପ୍ରତିଶତ ଫଳପ୍ରଦ ହୋଇଥିବାର ସୂଚନା ମିଳିଛି।

ତେବେ ରୁଷିଆର ସ୍ପୁଟନିକ୍-ଭି କରୋନା ଭ୍ୟାକସିନ୍‌ର ମୂଲ୍ୟ ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ମୁଣ୍ଡ ପିଛା ୨୦ ଡଲାରରୁ କମ୍ ରହିବ। ଯାହା ଭାରତୀୟ ବଜାରରେ ମୂଲ୍ୟ ପାଖାପାଖି ୧୫ ଶହ ଟଙ୍କା ରହିବ। ଆସନ୍ତାବର୍ଷ ସୁଦ୍ଧା ୧୦ ହଜାର କୋଟି ଭ୍ୟାକ୍‌ସିନ୍ ବଜାରରେ ଉପଲବ୍ଧ ହେବ ବୋଲି ମସ୍କୋ ଲକ୍ଷ୍ୟ ରଖିଛି।

Advertisment

https://twitter.com/sputnikvaccine/status/1331187014188806145?s=20

ସ୍ପୁଟନିକ୍-ଭି ଟ୍ୱିଟ୍‌ରର ସୂଚନା ଅନୁସାରେ ଏହି ଭ୍ୟାକ୍‌ସିନ୍ ଦୁଇଟି ଡୋଜ୍ ଆକାରରେ ପ୍ରତ୍ୟେକଙ୍କୁ ଦିଆଯିବ।  ଯାହାର ପ୍ରତି ଡୋଜ୍‌ର ମୂଲ୍ୟ ୧୦ ଡଲାର ରହିବ। ବିଶେଷ କରି ଋଷ୍ ବାସୀଙ୍କୁ ଏହି ଟିକା ମାଗଣାରେ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ