Advertisment

ଆସିଲା ରୁଷ୍ କରୋନା ଭ୍ୟାକସିନର ରେଜଲ୍ଟ

ନୂଆଦିଲ୍ଲୀ: କରୋନା ଭ୍ୟାକସିନ୍ ପ୍ରସ୍ତୁତ କରିବାରେ ବିଶ୍ୱର କିଛି ଅଗ୍ରଣୀ ଦେଶ ଦିନରାତି କଠିନ ପରିଶ୍ରମ କରୁଛନ୍ତି। ଏହିକ୍ରମରେ ରୁଷ୍ ପ୍ରଥମ ଦେଶ ଭାବେ ଗତ ମାସ ଅର୍ଥାତ୍ ଅଗଷ୍ଟ ୧୧ ତାରିଖରେ କରୋନା ଭ୍ୟାକସିନ୍ ବାହାର କରିବା ନେଇ ଦାବି କରିଥିଲା। ତେବେ ଋଷିଆନ୍ ଭ୍ୟାକସିନ୍ ‘Sputnik-V’ ଉପରେ ୱାର୍ଲ୍ଡ ହେଲଥ ଅର୍ଗାନାଇଜେସନ୍ (WHO), ଆମେରିକା ଏବଂ ଦୁନିଆର ସବୁ ବଡ଼ ବିଶେଷଜ୍ଞ ଆରମ୍ଭରୁ ହିଁ ଭରସା ଦେଖାଇନଥିଲେ। ଏବେ ରୁଷ୍ ଭ୍ୟାକସିନକୁ ନେଇ ନୂଆ […]

ଆସିଲା ରୁଷ୍ କରୋନା ଭ୍ୟାକସିନର ରେଜଲ୍ଟ

vaccine

Advertisment

ନୂଆଦିଲ୍ଲୀ: କରୋନା ଭ୍ୟାକସିନ୍ ପ୍ରସ୍ତୁତ କରିବାରେ ବିଶ୍ୱର କିଛି ଅଗ୍ରଣୀ ଦେଶ ଦିନରାତି କଠିନ ପରିଶ୍ରମ କରୁଛନ୍ତି। ଏହିକ୍ରମରେ ରୁଷ୍ ପ୍ରଥମ ଦେଶ ଭାବେ ଗତ ମାସ ଅର୍ଥାତ୍ ଅଗଷ୍ଟ ୧୧ ତାରିଖରେ କରୋନା ଭ୍ୟାକସିନ୍ ବାହାର କରିବା ନେଇ ଦାବି କରିଥିଲା। ତେବେ ଋଷିଆନ୍ ଭ୍ୟାକସିନ୍ 'Sputnik-V' ଉପରେ ୱାର୍ଲ୍ଡ ହେଲଥ ଅର୍ଗାନାଇଜେସନ୍ (WHO), ଆମେରିକା ଏବଂ ଦୁନିଆର ସବୁ ବଡ଼ ବିଶେଷଜ୍ଞ ଆରମ୍ଭରୁ ହିଁ ଭରସା ଦେଖାଇନଥିଲେ। ଏବେ ରୁଷ୍ ଭ୍ୟାକସିନକୁ ନେଇ ନୂଆ ଷ୍ଟଡି ସାମ୍ନାକୁ ଆସିଛି। ନୂଆ ଷ୍ଟଡି ମୁତାବକ, ରୁଷ୍ ଭ୍ୟାକସିନ୍ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଏବଂ ଫଳପ୍ରଦ ସାବ୍ୟସ୍ତ ହେଉଛି।

Advertisment

Sputnik-5 Vaccine Update: India in Communication With Russia For  Partnership Over COVID-19 Vaccine

ତେବେ ସ୍ପୁଟନିକ୍-ଭି ଭ୍ୟାକସିନର ଯେଉଁ ରେଜଲ୍ଟ ସାମ୍ନାକୁ ଆସିଛି, ସେଥିରେ ସାମାନ୍ୟ ସାଇଡ୍ ଇଫେକ୍ଟ ଥିବା କୁହାଯାଉଛି, କିନ୍ତୁ ଏହି ଭ୍ୟାକସିନ୍ ସମ୍ପୂର୍ଣ୍ଣ ଭାବେ ସୁରକ୍ଷି ତ। ମେଡିକାଲ୍ ଜେନେରାଲ୍ 'ଦି ଲାନ୍ସେଟ୍'ର ରିପୋର୍ଟ ମୁତାବକ, ଯେଉଁ ବ୍ୟକ୍ତିମାନଙ୍କୁ ଏହି ଭ୍ୟାକସିନ୍ ଦିଆଯାଇଥିଲା, ସେଥିରୁ କିଛି ଲୋକଙ୍କ ଭିତରେ ହାଲକା ସାଇଡ୍ ଇଫେକ୍ଟ ଥିବା କୁହାଯାଉଛି। କିନ୍ତୁ ସେହି ସାଇଡ୍ ଇଫେକ୍ଟ ସେତେଟା ଗୁରୁତର ନୁହେଁ।

Russia publishes coronavirus vaccine results, weeks after approval | CTV  News

ଭ୍ୟାକସିନ୍ ନେଉଥିବା ପ୍ରାୟ ୫୮ ପ୍ରତିଶତ ରୋଗୀ ଇଞ୍ଜେକ୍ସନ୍ ନେଉଥିବା ସ୍ଥାନରେ ସାମାନ୍ୟ ଯନ୍ତ୍ରଣ ଅନୁଭୂତ କରୁଥିବା କହିଥିଲେ। ଏପରିକି ୫୦ ପ୍ରତିଶତ ରୋଗୀଙ୍କୁ ଜ୍ୱର, ୪୨ ପ୍ରତିଶତ ଲୋକଙ୍କୁ ମୁଣ୍ଡବ୍ୟଥା, ୨୮ ପ୍ରତିଶତ ଲୋକଙ୍କୁ ଦୁର୍ବଳତା ଏବଂ ୨୪ ପ୍ରତିଶତ ଲୋକଙ୍କୁ ଜଏଣ୍ଟ ପେନ୍ ହେଉଥିବା କହିଥିଲେ। କିନ୍ତୁ ହାଲୁକା ସାଇଡ୍ ଇଫେକ୍ଟ ସତ୍ତ୍ୱେ ଭ୍ୟାକସିନ୍ ନେଉଥିବା ସବୁ ରୋଗୀଙ୍କ ଭିତରେ କରୋନା ବିରୋଧରେ ଲଢ଼ିବା ପାଇଁ ଆଣ୍ଟିବଡ଼ି ବିକଶିତ ହୋଇଛି, ଯାହା ଆଶ୍ୱସ୍ତିକର କଥା। ତେଣୁ ଏଥିରୁ ଜଣାପଡ଼ୁଛି ଯେ ଏହି ଭ୍ୟାକସିନ୍ କରୋନାକୁ ମାତ୍ ଦେବାରେ ସଫଳ ହେଉଛି ଏବଂ ଶରୀରର ଇମ୍ୟୁନ୍ ଶକ୍ତିକୁ ମଜଭୁତ୍ କରୁଛି।

Advertisment

Third coronavirus vaccine reaches major hurdle: Final US testing

ରୁଷରେ ବିକଶିତ ହୋଇଥିବା ଭ୍ୟାକସିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲରେ ମୋଟ ୭୮ ଲୋକଙ୍କ ଉପରେ ଟେଷ୍ଟିଂ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୯ ଲୋକଙ୍କୁ ଏହି ଭ୍ୟାକସିନର ଗୋଟିଏ ଫର୍ମ୍ୟୁଲେସନର ଔଷଧ ଦିଆଯାଇଥିଲା ଏବଂ ୯ ଜଣଙ୍କୁ ଦ୍ୱିତୀୟ ଫର୍ମ୍ୟୁଲେସନ୍ ଔଷଧ ଦିଆଯାଇଥିଲା।

ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଜଣ ଲୋକଙ୍କୁ ଦୁଇଟି ଯାକ ଫର୍ମ୍ୟୁଲେସନର ଭ୍ୟାକସିନ୍ ଦିଆଯାଇଥିଲା। କେବଳ ଦୁଇ ପର୍ଯ୍ୟାୟ ପରେ ରୁଷ୍‌ ଭ୍ୟାକସିନ୍ ଲଞ୍ଚ୍ କରି ସାରା ଦୁନିଆ ଆଗରେ ନିନ୍ଦିତ ହୋଇଥିଲା। ଏହା ପରେ ରୁଷ୍ କହିଥିଲା ଯେ ସେମାନେ ତୁରନ୍ତ ତୃତୀୟ ପର୍ଯ୍ୟାୟର ଟ୍ରାଏଲ୍ ମଧ୍ୟ କରିବେ ଏବଂ ସାରା ଦୁନିଆର କିଛି ଦେଶରେ ଏହି ଟ୍ରାଏଲ୍ କରାଯିବ।

Advertisment

Scientists uneasy as Russia approves 1st coronavirus vaccine

ବର୍ତ୍ତମାନ ସାରା ଦୁନିଆରେ କରୋନା ଭ୍ୟାକସିନର ପ୍ରାୟ ୩୦ଟି ଭ୍ୟାକସିନ୍ ଉପରେ କାର୍ଯ୍ୟ ଜାରି ରହିଛି ଏବଂ ଏଥିରୁ ୩ଟି ସବୁଠାରୁ ଆଗରେ ରହିଛି। ପ୍ରଥମ ଭ୍ୟାକସିନ୍ 'ଫାଇଜର୍ ଫାର୍ମା' କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଛି। ଦ୍ୱିତୀୟ ଭ୍ୟାକସିନ୍ ଆଷ୍ଟ୍ରାଜେନେକାର ସହଯୋଗରେ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରସ୍ତୁତ କରୁଛି। ସେହିପରି ତୃତୀୟ ଭ୍ୟାକସିନକୁ ମଡର୍ନା କମ୍ପାନୀ ତିଆରି କରୁଛି। ଏହି ତିନୋଟି ଯାକ ଭ୍ୟାକସିନର ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ