Advertisment

ସଫଳ ହେଲା କରୋନା ଭ୍ୟାକସିନ୍ କ୍ଲିନିକାଲ୍ ଟ୍ରାଏଲ୍!

କରୋନା ଟିକାକୁ ନେଇ ବଢ଼ୁଛି ଆଶା। ପ୍ରଥମ ସମ୍ଭାବ୍ୟ ଭ୍ୟାକସିନ୍ ଭାବେ କ୍ଲିନିକାଲ୍ ଟ୍ରାଏଲ୍ ସଫଳ ହୋଇଥିବା ଦାବି କଲା ଋଷ୍‌ର ସେଚେନୋଭ୍ ବିଶ୍ୱବିଦ୍ୟାଳୟ। ଏହା ମଣିଷର ସ୍ୱାସ୍ଥ୍ୟ ପ୍ରତି ନିରାପଦ ବୋଲି ସୁନିଶ୍ଚିତ ହୋଇଥିବା ଦାବି କରାଯାଇଛି। ଏନେଇ ଦିଲ୍ଲୀ ସ୍ଥିତ ଋଷ ଦୂତାବାସ ପକ୍ଷରୁ ମଧ୍ୟ ଟୁଇଟ୍ କରାଯାଇଛି। ଜୁନ୍ ୧୮ରୁ ୨ଟି ପର୍ଯ୍ୟାୟରେ ଏହି ସମ୍ଭାବ୍ୟ ଟିକାର କ୍ଲିନିକାଲ୍ ଟ୍ରାଏଲ୍ ସେଚେନୋଭ୍ ଫାଷ୍ଟ୍ ମସ୍କୋ ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟିରେ ହୋଇଥିଲା। ଜୁନ୍ ୧୮ରେ […]

ସଫଳ ହେଲା କରୋନା ଭ୍ୟାକସିନ୍ କ୍ଲିନିକାଲ୍ ଟ୍ରାଏଲ୍!

vaccine

Advertisment

କରୋନା ଟିକାକୁ ନେଇ ବଢ଼ୁଛି ଆଶା। ପ୍ରଥମ ସମ୍ଭାବ୍ୟ ଭ୍ୟାକସିନ୍ ଭାବେ କ୍ଲିନିକାଲ୍ ଟ୍ରାଏଲ୍ ସଫଳ ହୋଇଥିବା ଦାବି କଲା ଋଷ୍‌ର ସେଚେନୋଭ୍ ବିଶ୍ୱବିଦ୍ୟାଳୟ। ଏହା ମଣିଷର ସ୍ୱାସ୍ଥ୍ୟ ପ୍ରତି ନିରାପଦ ବୋଲି ସୁନିଶ୍ଚିତ ହୋଇଥିବା ଦାବି କରାଯାଇଛି। ଏନେଇ ଦିଲ୍ଲୀ ସ୍ଥିତ ଋଷ ଦୂତାବାସ ପକ୍ଷରୁ ମଧ୍ୟ ଟୁଇଟ୍ କରାଯାଇଛି।

Advertisment

ଜୁନ୍ ୧୮ରୁ ୨ଟି ପର୍ଯ୍ୟାୟରେ ଏହି ସମ୍ଭାବ୍ୟ ଟିକାର କ୍ଲିନିକାଲ୍ ଟ୍ରାଏଲ୍ ସେଚେନୋଭ୍ ଫାଷ୍ଟ୍ ମସ୍କୋ ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟିରେ ହୋଇଥିଲା। ଜୁନ୍ ୧୮ରେ ୧୮ ଜଣ ଓ ଜୁନ୍ ୨୩ରେ ୨୦ ଜଣ ସ୍ୱେଚ୍ଛାସେବୀ ଏହି କ୍ୟାଣ୍ଡିଡେଟ୍ ଭ୍ୟାକସିନ୍ ନେଇଥିଲେ। ସେମାନଙ୍କ ଠାରେ ଏହା ସୁରକ୍ଷିତ ପ୍ରମାଣିତ ହେବା ପରେ ଆସନ୍ତା ବୁଧବାର ପ୍ରଥମ ସ୍ୱେଚ୍ଛାସେବୀ ଦଳଙ୍କୁ ଡିସଚାର୍ଜ କରାଯିବ ଓ ଦ୍ୱିତୀୟ ଦଳ ଜୁଲାଇ ୨୦ରେ ଛାଡ଼ ପାଇବେ।

ଏହାପରେ ସେମାନେ ମଝିମଝିରେ ଆସି ନିଜ ସ୍ୱାସ୍ଥ୍ୟ ସଂପର୍କରେ ଅବଗତ କରାଇବେ ବୋଲି ସୂଚନା ମିଳିଛି। ଆଗକୁ ଏହି ସମ୍ଭାବ୍ୟ ଟିକାରୁ ନେଇ ମହାମାରୀର ଜଟିଳତା ଓ ଏକାଥରେ ବିପୁଳ ସଂଖ୍ୟାରେ ଉତ୍ପାଦନ ଦୃଷ୍ଟିରୁ ବିଚାର କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ