Advertisment

ସାଇବର୍ ହ୍ୟାକିଂର ପର୍ଦ୍ଦାଫାଶ୍: କେନ୍ଦ୍ରାପଡ଼ା‌ରୁ ହେଉଥିଲା ଅପରେସନ୍

ବେଙ୍ଗାଲୁରୁ: ଇ-ଟିକେଟିଂ ବେଳେ ସାଇବର୍ ହ୍ୟାକିଂର ଅଭିଯୋଗ ଆସିଥିଲା। ଏ ନେଇ ଚଳିତ ବର୍ଷ ଜାନୁଆରୀରେ ଗିରଫ ହୋଇଥିବା କେନ୍ଦ୍ରାପଡ଼ା ଯୁବକ ପାଖରୁ ସତ ଓଗାଳିଛି ଆରପିଏଫ୍। ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଜଣକ ଇସଲାମାବାଦରେ ବସିଥିବା ହ୍ୟାକର୍ ସହିତ ମିଶି ରେଳ ବିଭାଗ, ବ୍ୟାଙ୍କ ଡକ୍ୟୁମେଣ୍ଟ ଏବଂ ଅନେକ ସରକାରୀ ସଂସ୍ଥାର ତଥ୍ୟ ହ୍ୟାକିଂ କରୁଥିଲେ। ତେବେ ପିଟିଆଇ ଅଭିଯୁକ୍ତର ନାମ ଏବଂ ପରିଚୟ ସୁରକ୍ଷା ଦୃଷ୍ଟିରୁ ଗୋପନ ରଖିଛି। ଏଥିରେ […]

author-image
Ranjeet Kumar Jena
ସାଇବର୍ ହ୍ୟାକିଂର ପର୍ଦ୍ଦାଫାଶ୍: କେନ୍ଦ୍ରାପଡ଼ା‌ରୁ ହେଉଥିଲା ଅପରେସନ୍

irctc

ବେଙ୍ଗାଲୁରୁ: ଇ-ଟିକେଟିଂ ବେଳେ ସାଇବର୍ ହ୍ୟାକିଂର ଅଭିଯୋଗ ଆସିଥିଲା। ଏ ନେଇ ଚଳିତ ବର୍ଷ ଜାନୁଆରୀରେ ଗିରଫ ହୋଇଥିବା କେନ୍ଦ୍ରାପଡ଼ା ଯୁବକ ପାଖରୁ ସତ ଓଗାଳିଛି ଆରପିଏଫ୍। ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଜଣକ ଇସଲାମାବାଦରେ ବସିଥିବା ହ୍ୟାକର୍ ସହିତ ମିଶି ରେଳ ବିଭାଗ, ବ୍ୟାଙ୍କ ଡକ୍ୟୁମେଣ୍ଟ ଏବଂ ଅନେକ ସରକାରୀ ସଂସ୍ଥାର ତଥ୍ୟ ହ୍ୟାକିଂ କରୁଥିଲେ। ତେବେ ପିଟିଆଇ ଅଭିଯୁକ୍ତର ନାମ ଏବଂ ପରିଚୟ ସୁରକ୍ଷା ଦୃଷ୍ଟିରୁ ଗୋପନ ରଖିଛି।

Advertisment

ଏଥିରେ ଭାରତ ସମେତ ସୀମା ପାର ଦେଶରେ ପାଖାପାଖି ୨୫ ହଜାର ହ୍ୟାକର୍ସ ସଦସ୍ୟ ସାମିଲ୍ ଥିବା ଜଣାପଡ଼ିଛି। ହ୍ୟାକିଂ ଜରିଆରେ ଏହି ଗ୍ୟାଙ୍ଗ ଶହେ କୋଟିରୁ ଅଧିକ ଟଙ୍କା ଚୋରି କରିଥିବା ଜଣାପଡ଼ିଛି। ଏହି ଗ୍ୟାଙ୍ଗ ହ୍ୟାକିଂ ବ୍ୟତୀତ ଦେଶ ଏବଂ ଦେଶ ବାହାରେ ଅନେକ ଦେଶ ବିରୋଧୀ କାର୍ଯ୍ୟରେ ସାମିଲ୍ ଥିବା ଜଣାପଡ଼ିଛି।

କେନ୍ଦ୍ରାପଡ଼ାରୁ ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ପାଖରେ ହ୍ୟାକିଂ ଉପକରଣ ଥିଲା ବୋଲି ଜଣାପଡ଼ିଛି। ଇସ୍ରୋ ସମେତ ଅନେକ ସରକାରୀ ସଂସ୍ଥାର ଆପ୍ସକୁ ସେ ହ୍ୟାକିଂ କରିପାରୁଥିବାର ପ୍ରମାଣ ମିଳିଥିବା ସୂଚନା ରହିଛି। ହ୍ୟାକିଂ ବାବଦରେ ଗତ ବର୍ଷ ସେପ୍ଚେମ୍ୱରରେ ଦକ୍ଷିଣ ପଶ୍ଚିମ ରେଲୱେ ଗୁଇନ୍ଦା ବିଭାଗକୁ ଅବଗତ କରାଇଥିଲା। ମୁଖ୍ୟତଃ ତତ୍କାଳ ଟିକେଟ ବୁକିଂ ବେଳେ ଏହି ହ୍ୟାକର ଗ୍ୟାଙ୍ଗ ସକ୍ରିୟ ରହୁଥିଲେ ବୋଲି ଜଣାପଡ଼ିଛି।

Advertisment

ମୁଖ୍ୟତଃ ଅକ୍ଟୋବର ୨୦୧୯ରୁ କେନ୍ଦ୍ରାପଡାର ଅଭିଯୁକ୍ତ ଏହି ବେଆଇନ୍ କାମରେ ସକ୍ରିୟ ଥିଲା। ଏହାପରେ ଜାନୁଆରୀ ୨୦୨୦ରେ ଗିରଫ ହୋଇଥିଲା। ଆରପିଏଫ୍ ଟିମ୍ ବେଙ୍ଗାଲୁରୁକୁ ଆଣି ପଚରାଉଚରା କରିବା ପରେ ଏବେ ସମସ୍ତ ଘଟଣାର ପର୍ଦ୍ଦାଫାଶ ହୋଇଛି।

ଆରପିଏଫ୍ ଟିମ୍ ପଚରାଉଚରା ବେଳେ ଜଣାପଡ଼ିଛି, କେନ୍ଦ୍ରାପଡ଼ାର ଅଭିଯୁକ୍ତ ଜଣଙ୍କ ପାଖରେ ଲିନକ୍ସ ଅପରେଟିଂ ସିଷ୍ଟମର ଏକ କମ୍ୟୁଟର ଥିଲା। ଏହି ସିଷ୍ଟମ ଜରିଆରେ ସେ ପାକିସ୍ତାନର ମାଷ୍ଟର ମାଇଣ୍ଡ ସହିତ ଯୋଗାଯୋଗରେ ଥିଲା। ତିନି ହଜାର ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ, ରେଳ ବିଭାଗ ଏବଂ ଅନ୍ୟାନ୍ୟ ସରକାରୀ ସଂସ୍ଥାର ତଥ୍ୟ ସହିତ ଅନ୍ୟାନ୍ୟ ବେଆଇନ୍ ଲିଙ୍କ୍ ସହିତ ସେ ଜଡ଼ିତ ଥିବା ଜଣାପଡ଼ିଛି। ଏ ନେଇ ଦକ୍ଷିଣ ପଶ୍ଚିମ ରେଲୱେ ବୋର୍ଡ ପ୍ରତିକ୍ରିୟାରେ କହିଛି।

ଏବେ ଅଭିଯୁକ୍ତ ଜଣଙ୍କ ବ୍ୟବହାର କରୁଥିବା ସମସ୍ତ କମ୍ପ୍ୟୁଟର ଡିଭାଇସ ସମେତ ଅନ୍ୟାନ୍ୟ ଜିନିଷକୁ ସିବିଆଇକୁ ଦେବାକୁ ଆରପିଏଫ୍ ଚିନ୍ତା କରିଛି। ସିବିଆଇ ଏହି ମାମଲାରେ ଚେର ପର୍ଯ୍ୟନ୍ତ ଯାଇପାରିବ ବୋଲି ଆରପିଏଫ୍ କହିଛି।

Advertisment
Advertisment