Advertisment

ବିହାରର ୪୦ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

ପାଟଣା: ବିହାର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଆରଜେଡ଼ି ନେତୃତ୍ୱାଧୀନ ମହାମେଣ୍ଟ। ଆରଜେଡି ନେତା ତେଜସ୍ୱୀ ଯାଦବ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀ ତାଲିକା ସହିତ ଆରଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ପ୍ରଥମେ ୨୦ଟି ଆସନରେ ଆରଜେଡ଼ି ଲଢ଼ିବ ବୋଲି ଘୋଷଣା ହୋଇଥିଲା ହେଲେ ଏବେ ତାହା ୧୯ରେ ଛିଣ୍ଡିଛି। ସେହିପରି ମହାମେଣ୍ଟର ସହଯୋଗୀ କଂଗ୍ରେସ ୯ଟି, ଆରଏଲଏସଏପି ୫ଟି, ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀଙ୍କ ଦଳ (ହାମ) ୩ଟି, […]

ବିହାରର ୪୦ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

india-leader-tejashwi-yadav-united-tmc-led_60e4fc96-26f7-11e9-a405-f80f48f5557a

Advertisment

ପାଟଣା: ବିହାର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଆରଜେଡ଼ି ନେତୃତ୍ୱାଧୀନ ମହାମେଣ୍ଟ। ଆରଜେଡି ନେତା ତେଜସ୍ୱୀ ଯାଦବ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀ ତାଲିକା ସହିତ ଆରଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ପ୍ରଥମେ ୨୦ଟି ଆସନରେ ଆରଜେଡ଼ି ଲଢ଼ିବ ବୋଲି ଘୋଷଣା ହୋଇଥିଲା ହେଲେ ଏବେ ତାହା ୧୯ରେ ଛିଣ୍ଡିଛି। ସେହିପରି ମହାମେଣ୍ଟର ସହଯୋଗୀ କଂଗ୍ରେସ ୯ଟି, ଆରଏଲଏସଏପି ୫ଟି, ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀଙ୍କ ଦଳ (ହାମ) ୩ଟି, ଭିଆଇପି ଓ ସିପିଆଇ(ଏମଏଲ) ପାଇଁ ଗୋଟିଏ ଆସନରେ ନିର୍ବାଚନ ଲଢ଼ିବ। ପୂର୍ବରୁ ସିପିଆଇ(ଏମଏଲ) ମେଣ୍ଟରେ ନଥିଲା ଏବେ କିନ୍ତୁ ଆରଜେଡ଼ି ଗୋଟିଏ ଆସନ ତାକୁ ନିଜ ସିଟରୁ ଦେଇ ୨୦ରୁ ୧୯ ହୋଇଛି।

Advertisment

ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଇଛନ୍ତି ଦରଭଙ୍ଗା ସାଂସଦ କୀର୍ତ୍ତି ଆଜାଦ। ଯାହାକୁ ନେଇ କଂଗ୍ରେସ-ଆରଜେଡ଼ି ଉଭୟ ପ୍ରାର୍ଥୀ ଦେବେ ବୋଲି ଅଡ଼ି ବସିଥିଲେ ଏହାପରେ ଆରଜେଡ଼ିର ଦାବି ରହିଥିବା ଦେଖିବାକୁ ମିଳିଛି।

ସେହିପରି ମଧେପୁରା ଆସନରୁ ପୂର୍ବତନ ଜେଡ଼ିୟୁ ଅଧ୍ୟକ୍ଷ ବର୍ତ୍ତମାନର ଆରଜେଡି ନେତା ଶରଦ ଯାଦବ ପ୍ରାର୍ଥୀ ହୋଇଛନ୍ତି । ଏହି ଆସନରେ କିନ୍ତୁ କଂଗ୍ରେସରୁ ଟିକଟ ନମିଳିବା ପରେ ସ୍ୱାଧୀନ ଭାବେ ପପୁ ଯାଦବ ନାମାଙ୍କନ ଭରିଛନ୍ତି। ସେହିପରି ସୁପୋଲ ଆସନରେ ପପୁ ଯାଦବଙ୍କ ପତ୍ନୀ ଓ କଂଗ୍ରେସ ସାଂସଦ ରଞ୍ଜିତା ରଞ୍ଜନଙ୍କୁ ପ୍ରାର୍ଥୀକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ନିଷ୍ପତ୍ତି ହୋଇଛି। ବର୍ତ୍ତମାନର ସାଂସଦ ହିଁ ଟିକେଟ ପାଇବେ ବୋଲି ଜଣାପଡ଼ିଛି।

Advertisment

ପାଟଲିପୁତ୍ର ଆସନରୁ ତେଜସ୍ୱୀ ଯାଦବଙ୍କ ଉଭଣୀ ମୀସା ଭାରତୀ, ଭାଗଲପୁରରୁ ବର୍ତ୍ତମାନର ସାଂସଦ ବୁଲୋ ମଣ୍ଡଳ, ବେଗୁସରାଇରୁ ତନଭୀର ହାସନ, ବିଜେପିର ଗିରିରାଜ ସିଂହ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ