Advertisment

ବଢ଼ିବ ମୋବାଇଲ ଦର : ଜାଣନ୍ତୁ ଆଉ କେଉଁ କେଉଁ ଦର ବଢାଇବେ କେନ୍ଦ୍ର ସରକାର?

ମହିଳାଙ୍କ ମନ କଥା ବୁଝିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିଜର ତୃତୀୟ ବଜେଟରେ ନିର୍ମଳା ମହିଳାମାନେ ବିଶେଷ ବ୍ୟବହାର କରୁଥିବା ଅଳଙ୍କାର ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। ସୁନା ଓ ରୁପା ଉପରେ ଆମଦାନୀ ଶୁଳ୍କ ୧୨.୫ ପ୍ରତିଶତରୁ ୭.୫ ପ୍ରତିଶତକୁ ହ୍ରାସ କରାଯାଇଛି

author-image
Sarbeswar
ବଢ଼ିବ ମୋବାଇଲ ଦର : ଜାଣନ୍ତୁ ଆଉ କେଉଁ କେଉଁ ଦର ବଢାଇବେ କେନ୍ଦ୍ର ସରକାର?

Nirmala

ନୂଆଦିଲ୍ଲୀ: ମହିଳାଙ୍କ ମନ କଥା ବୁଝିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିଜର ତୃତୀୟ ବଜେଟରେ ନିର୍ମଳା ମହିଳାମାନେ ବିଶେଷ ବ୍ୟବହାର କରୁଥିବା ଅଳଙ୍କାର ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। ସୁନା ଓ ରୁପା ଉପରେ ଆମଦାନୀ ଶୁଳ୍କ ୧୨.୫ ପ୍ରତିଶତରୁ ୭.୫ ପ୍ରତିଶତକୁ ହ୍ରାସ କରାଯାଇଛି। ଏହା ପୂର୍ବରୁ ୨୦୧୯ ଜୁଲାଇରେ ଆମଦାନୀ ଶୁଳ୍କ ୧୦ ପ୍ରତିଶତରୁ ୧୨.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା ଏଥିଯୋଗୁଁ ବିଭିନ୍ନ ଅଳଙ୍କାର ସାମଗ୍ରୀର ଦରବୃଦ୍ଧି ଘଟିଥିଲା।

Advertisment

ପୂର୍ବଭଳି ସୁନା ଓ ରୁପା ଅଳଙ୍କାର ଉପରେ ଗ୍ରାହକଙ୍କ ଚାହିଦା ରହିବ, ସେଥିପାଇଁ ଆମଦାନୀ ଶୁଳ୍କକୁ କମାଇ ଦିଆଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଏଥିସହ ଚମଡ଼ା ସାମଗ୍ରୀ, ନାଇଲନ୍ ପୋଷାକ, ଲୁହା, ଷ୍ଟିଲ ଓ ତମ୍ବା ନିର୍ମିତ ସାମଗ୍ରୀର ମୂଲ୍ୟ ହ୍ରାସ ହେବ।

ଅନ୍ୟପକ୍ଷରେ ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ଦେବା ପାଇଁ ବିଦେଶୀ ସାମଗ୍ରୀ ଉପରେ ଅଧିକ ଆମଦାନୀ ଶୁଳ୍କ ଲାଗୁ କରାଯାଇଛି। ମୋବାଇଲ୍ ଫୋନ ଏହାର ପାଟର୍ସ ଓ ଚାର୍ଜର ଗୁଡିକ ପାଇଁ ଗ୍ରାହକଙ୍କୁ ଏଣିକି ଅଧିକ ଖର୍ଚ୍ଚ କରିବାକୁ ପଡିବ। ପୂର୍ବରୁ ମୋବାଇଲ ପାଟର୍ସ ଉପରେ କୌଣସି ଆମଦାନୀ ଶୁଳ୍କ ଲାଗୁ ହେଉ ନଥିବା ବେଳେ ନିର୍ମଳା ଏଥର ବଜେଟରେ ୨.୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି।

Advertisment

ସେହିପରି ରେଫ୍ରିଜେରେଟର ଓ ଏୟାର କଣ୍ଡିସନ କମ୍ପେରସର ଉପରେ କଷ୍ଟମସ ଡ୍ୟୁଟି ୧୨.୫ ପ୍ରତିଶତରୁ ୧୫ ପ୍ରତିଶତକୁ ବଢିଥିବାରୁ ଏହାର ମୂଲ୍ୟ ବଢିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ବିଦେଶରୁ ଆମଦାନୀ ହେଉଥିବା ଅଟୋ ପାର୍ଟସ, ରତ୍ନ ପଥରଗୁଡିକ ମଧ୍ୟ ମହଙ୍ଗା ହେବ। ଏପରିକି ସୋଲାର ସେଲ୍, ଇନଭର୍ଟର, ସୌର ଲଣ୍ଠନଗୁଡିକର ମଧ୍ୟ ଦରବୃଦ୍ଧି ହେବ ବୋଲି  ସୂଚନା ମିଳିଛି।

Union Budget 2021
Advertisment
Advertisment