/odishatv-khabar/media/post_attachments/uploadimage/library/16_9/16_9_0/mukesh-ambani_1622707170.jpg)
mukesh ambani
ସଙ୍କଟ କାଳରେ କର୍ମଚାରୀଙ୍କ ହିତ ଦୃଷ୍ଟିରୁ ବଡ଼ ନିଷ୍ପତ୍ତି ନେଲା ରିଲାଏନ୍ସ କମ୍ପାନୀ । କରୋନା ସଂକ୍ରମଣରେ ଜୀବନ ହାରୁଥିବା କର୍ମଚାରୀଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ । ମୃତ କର୍ମଚାରୀଙ୍କ ପରିବାରକୁ ୫ ବର୍ଷ ପର୍ଯ୍ୟନ୍ତ ପୂରା ବେତନ ପ୍ରଦାନ କରାଯିବ । କେବଳ ଏତିକି ନୁହେଁ ମୃତକଙ୍କ ପରିବାରକୁ କମ୍ପାନୀ ପକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକକାଳୀନ ଆର୍ଥିକ ସହାୟତା ମଧ୍ୟ ଦିଆଯିବ ।
କରୋନା ମୃତକଙ୍କ ପ୍ରୁଅଝିଅଙ୍କ ଦେଖାଶୁଣା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି କମ୍ପାନୀ । ସେମାନଙ୍କ ପାଠପଢ଼ାର ସମସ୍ତ ଦାୟିତ୍ୱ ନେବ । ଭାରତର ଯେକୌଣସି ଅନୁଷ୍ଠାନରେ ସ୍ନାତକୋତ୍ତର ଡିଗ୍ରୀ ପର୍ୟ୍ୟନ୍ତ ୧୦୦ ପ୍ରତିଶତ ଟ୍ୟୁସନ ଫି, ହଷ୍ଟେଲ ରହଣି ଏବଂ ବୁକ୍ ଫି କମ୍ପାନୀ ପକ୍ଷରୁ ପ୍ରଦାନ କରାଯିବ । ସେହିପରି ମୃତକଙ୍କ ସନ୍ତାନ ଗ୍ରାଜୁଏଟ୍ ହେବା ପର୍ଯ୍ୟନ୍ତ, ସ୍ୱାମୀ କିମ୍ବାସ୍ତ୍ରୀ, ବାପାମା’ ଏବଂ ପିଲାମାନେ କେହି ବି ହସ୍ପିଟାଲରେ ଭର୍ତ୍ତି ହେଲେ, ରିଲାଏନ୍ସ ୧୦୦% ପ୍ରିମିୟମ ରାଶି ମଧ୍ୟ ବହନ କରିବ ।
ମୃତକଙ୍କ ସହ କରୋନା ସଂକ୍ରମିତ କର୍ମଚାରୀଙ୍କୁ ମଧ୍ୟ ସହାତା ପ୍ରଦାନ କରୁଛି କମ୍ପାନୀ । ଯେଉଁ କର୍ମଚାରୀମାନେ କରୋନା ସଂକ୍ରମିତ କିମ୍ବା ସେମାନଙ୍କ ପରିବାରର କୌ ଣସି ସଦସ୍ୟ କୋଭିଡ ସଂକ୍ରମିତ ଅଛନ୍ତି, ଶାରୀରିକ ଏବଂ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ୟ୍ୟନ୍ତ ସେମାନେ ଛୁଟି ନେଇପାରିବେ । କରୋନା ସଂକ୍ରମିତ କର୍ମଚାରୀ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ତଥା ପରିବାରର ଦେଖାଶୁଣା କରିବାରେ ଯେପରି ଅସୁବିଧା ନହୁଏ, ସେଥିପାଇଁ କମ୍ପାନୀ ଏପରି ନିଷ୍ପତ୍ତି ନେଇଛି ।
ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ନୀତା ଅମ୍ବାନୀ କହିଛନ୍ତି , କରୋନାରେ ସଂକ୍ରମିତ ହୋଇ ଜୀବନ ହାରିଥିବା ସମସ୍ତ ଅଫ୍ ରୋଲ୍ କର୍ମଚାରୀଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ କମ୍ପାନୀ ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)