Advertisment

ଭାଇରାଲ ହେଲା ରିୟାଙ୍କ ସ୍କୁଲ ଟାଇମ୍‌ ଫଟୋ: ପିଲାଦିନେ ଥିଲେ କେମିତି, କହିଲେ ଶିକ୍ଷକ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବେ ସିବିଆଇର ଚକ୍ରବ୍ୟୁହରେ। ତେବେ ରିୟା ଚକ୍ରବର୍ତ୍ତୀଙ୍କ ଆଗ୍ରାର କ୍ୟା‌ଥୋଲିକ କନଭେଣ୍ଟରେ କିଛି ବର୍ଷ ପାଇଁ ପଢ଼ିଥିବା ବେଳର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।  ମାତ୍ର କିଛି ସମୟ ପାଇଁ ରିୟା କ୍ୟା‌ଥୋଲିକ କନଭେଣ୍ଟରେ ପଢ଼ିଥିଲେ। ଏସବୁ ଭିତରେ ରିୟାଙ୍କ କ୍ୟା‌ଥୋଲିକ କନଭେଣ୍ଟରେ ପଢ଼ୁଥିବା ବେଳର ଫଟୋ ସାମ୍ନାକୁ ଆସିଛି। ଏଥିସହ ସେ ସ୍କୁଲରେ ପଢ଼ୁଥିବା ବେଳେ କେମିତି ସ୍ୱାଭବର ପିଲା ଥିଲେ, ତାହା ମଧ୍ୟ […]

ଅଦ୍ୟତନ ହୋଇଛି
ଭାଇରାଲ ହେଲା ରିୟାଙ୍କ ସ୍କୁଲ ଟାଇମ୍‌ ଫଟୋ: ପିଲାଦିନେ ଥିଲେ କେମିତି, କହିଲେ ଶିକ୍ଷକ

rhea--jps

Advertisment

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବେ ସିବିଆଇର ଚକ୍ରବ୍ୟୁହରେ। ତେବେ ରିୟା ଚକ୍ରବର୍ତ୍ତୀଙ୍କ ଆଗ୍ରାର କ୍ୟା‌ଥୋଲିକ କନଭେଣ୍ଟରେ କିଛି ବର୍ଷ ପାଇଁ ପଢ଼ିଥିବା ବେଳର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।  ମାତ୍ର କିଛି ସମୟ ପାଇଁ ରିୟା କ୍ୟା‌ଥୋଲିକ କନଭେଣ୍ଟରେ ପଢ଼ିଥିଲେ। ଏସବୁ ଭିତରେ ରିୟାଙ୍କ କ୍ୟା‌ଥୋଲିକ କନଭେଣ୍ଟରେ ପଢ଼ୁଥିବା ବେଳର ଫଟୋ ସାମ୍ନାକୁ ଆସିଛି। ଏଥିସହ ସେ ସ୍କୁଲରେ ପଢ଼ୁଥିବା ବେଳେ କେମିତି ସ୍ୱାଭବର ପିଲା ଥିଲେ, ତାହା ମଧ୍ୟ ଜଣାପଡ଼ିଛି।

Advertisment

rhea chakrabortyରିୟାଙ୍କୁ କ୍ଲାସ ୫ରୁ ୯ ଯାଏ ପଢ଼ାଇଥିବା ଜଣେ ଶିକ୍ଷୟିତ୍ରୀ କହିଛନ୍ତି, ରିୟା ପାଠପଢ଼ାରେ ବେଶ ଧୁରନ୍ଧର ରହିବା ସହ କ୍ଲାସରେ ଆକ୍ଟିଭ ରହୁଥିଲେ। ସେ ଶିକ୍ଷକ ଓ ସିନିୟରମାନଙ୍କର ବେଶ ପ୍ରିୟ ହୋଇପାରି ଥିଲେ। ପାରାଚ୍ୟୁଟ ହେୟାର ଅଏଲ ବିଜ୍ଞାପନରେ ସେ ରହିଥିବା କଥା କହି ପ୍ରଥମ ଦିନ କ୍ଲାସରେ ସେ ନିଜର ପରିଚୟ ଦେଇଥିଲେ। ସେ କ୍ଲାସରେ ଯେଉଁଭଳି ଉତ୍ତର ଦେଉଥିଲେ ଓ ଅନ୍ୟମାନଙ୍କ ସହ କଥା ହେଉଥିଲେ ସେବେଠାରୁ ହିଁ ସେ ଜଣେ ବୁଦ୍ଧିମାନ ପିଲା ବୋଲି ସ୍ପଷ୍ଟ ହୋଇଯାଇଥିଲା। ସେ ଶିକ୍ଷକଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସର୍ବଦା ଚେଷ୍ଟା କରୁଥିଲେ ବୋଲି ଶିକ୍ଷୟିତ୍ରୀ ଜଣଙ୍କ କହିଛନ୍ତି।

publive-imageସୂଚନା ଅନୁସାରେ ରିୟାଙ୍କ ବାପା ସେନା ବାହିନୀରେ ଦୀର୍ଘ ୨୫ ବର୍ଷ କାମ କରିଛନ୍ତି। ଏଥିପାଇଁ ତାଙ୍କର ସର୍ବଦା ବଦଳି ହେଉଥିଲା। ଏଥିପାଇଁ ସେ ପରିବାର ଲୋକଙ୍କ ସହ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଉଥିଲେ। ରିୟା ତାଙ୍କ ବାପାଙ୍କ ପୋଷ୍ଟିଂ ବେଳେ ୨୦୦୨ରୁ ୨୦୦୭ ମଧ୍ୟରେ ଆଗ୍ରାର ସବୁଠାରୁ ବଡ଼ ସ୍କୁଲ ଭାବେ ପରିଚିତ St Clare's Senior Secondary Schoolରେ ନାଁ ଲେଖାଇଥିଲେ। ଏଠାରେ ରିୟା ପାଠପଢ଼ା ସହ ଖେଳକୁଦରେ ବି ବେଶ ଚମତ୍କାର ପ୍ରଦର୍ଶନ କରୁଥିଲେ। ରିୟା ସ୍କୁଲର ମନିଟର ରହିବା ସହ ଅନେକ ସିନିୟର ତାଙ୍କର ସାଙ୍ଗ ରହିଥିଲେ। ସ୍କୁଲର ବାସ୍କେଟ ବଲ ଟିମ୍‌ରେ ବି ରିୟା ସଦସ୍ୟ ରହିଥିଲେ। ସ୍କୁଲର ବାସ୍କେଟ ବଲ ଟିମ୍‌ ସହ ରିୟା ଉଠାଇଥିବା ଫଟୋ  ଏବେ ଭାଇରାଲ ହେଉଛି।

Advertisment

ଆହୁରି ପଢ଼ନ୍ତୁ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଙ୍କ ପରଲୋକ

Rhea Chakraborty Sushant Singh Rajput Latest News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ