/odishatv-khabar/media/post_attachments/uploadimage/library/16_9/16_9_0/riya-3_1625342073.jpg)
riya
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ଯୁ ମାମଲାରେ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚିଛି। ଫଳରେ ରିୟା ଆଜି ମଧ୍ୟ ମୁମ୍ବାଇର ବାଏକୁଲା ଜେଲରେ ରାତି କାଟିବେ। ରିୟାଙ୍କ ସହ ତାଙ୍କ ଭାଇ ସୋୱିକ୍ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ପୂର୍ବତନ ହାଉସ୍ ମ୍ୟାନେଜର ସାମୁଏଲ ମିରାଣ୍ଡା, ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ଅନ୍ୟ ୩ ଅଭିଯୁକ୍ତ ଅବ୍ଦୁଲ ବସିତ, ଜାଏଦ ଭିଲାତ୍ରା ଓ ଦୀପେଶ ସାୱନ୍ତଙ୍କ ଜାମିନ ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚାଇଛନ୍ତି ମୁମ୍ବାଇ ସ୍ପେସାଲ କୋର୍ଟ। ଡ୍ରଗ୍ସ ଲିଙ୍କ୍ ମାମଲାରେ ଏ ସମସ୍ତଙ୍କୁ ଗିରଫ କରିଥିଲା ଏନସିବି।
ଅନ୍ୟପଟେ ଜେଲରେ ଥିବା ରିୟାଙ୍କ ବିସ୍ଫୋରକ ବୟାନ ଦେଇଛନ୍ତି। ସୁଶାନ୍ତଙ୍କୁ ଡ୍ରଗ୍ସ ଯୋଗାଇବାରେ ତାଙ୍କର ସଂପୃକ୍ତି ଥିଲା ବୋଲି ସ୍ୱୀକାର କରିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା। ହେପାଜତରେ ଥିବାବେଳେ ତାଙ୍କ ଉପରେ ଚାପ ପକାଇ ତାଙ୍କଠାରୁ ବୟାନ ନିଆଯାଇଛି ବୋଲି ରିୟା କହିଛନ୍ତି। ରିୟା ତାଙ୍କ ଜାମିନ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ, ଡ୍ରଗ୍ସ ମାମଲାରେ ତାଙ୍କର କୌଣସି ସଂପୃକ୍ତି ନାହିଁ କି ସେ କିଛି ଭୁଲ୍ କରିନାହାନ୍ତି। ହେଲେ ଏନ୍ସିବି ହେପାଜତରେ ଥିବାବେଳେ ତାଙ୍କ ଉପରେ ଚାପ ପ୍ରୟୋଗ କରି ଡ୍ରଗ୍ସ ମାମଲାରେ ସଂପୃକ୍ତି ଥିବା ନେଇ ସ୍ୱୀକାର କରିବାକୁ ବାଧ୍ୟ କରାଯାଇଥିଲା।
ଜାମିନ ଆବେଦନରେ ସେ ଆହୁରି କହିଛନ୍ତି ଯେ, ତାଙ୍କୁ ଗିରଫ କରାଯିବାକୁ କୌଣସି ପ୍ରକାର ୱାରେଣ୍ଟ ଦିଆଯାଇନଥିଲା ଓ ଗିରଫଦାରୀ ସଂପୂର୍ଣ୍ଣ ବେଆଇନ ବୋଲି ସେ ଦର୍ଶାଇଛନ୍ତି। ଏପରିକି ଜେରାବେଳେ ଆଇନଗତ ପରାମର୍ଶ ହାସଲ କରିବାକୁ ସୁଯୋଗ ଦିଆଯାଇନଥିଲା ବୋଲି ରିୟା କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)