/odishatv-khabar/media/post_attachments/uploadimage/library/16_9/16_9_0/riya-2_1625348387.jpg)
riya
ମୁମ୍ବାଇ: ଶେଷରେ ଯାହା ଆଶଙ୍କା କରାଯାଉଥିଲା, ସେୟା ଘଟିଲା। ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତି ଗିରଫ ହୋଇଛନ୍ତି। ତିନିଦିନର ମାରାଥନ ଜେରା ପରେ ଆଜି ରିୟାଙ୍କୁ ଗିରଫ କରିଛି ନାର୍କୋଟିସ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)। ରିୟାଙ୍କ ବିରୋଧରେ ଡ୍ରଗ୍ସ ନେବା ସହ ଆଉ କିଛି ଗୁରୁତର ଅଭିଯୋଗ ଆସିଥିଲା, ଯେଉଁ ମାମଲାରେ ଏନସିବି ତାଙ୍କୁ ଲଗାତର ଜେରା କରିଆସୁଥିଲା।
ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟାଙ୍କ ଗିରଫଦାରୀକୁ ନେଇ ପ୍ରଶଂସକ ଦୀର୍ଘ ଦିନ ଧରି ଅପେକ୍ଷା କରିଆସୁଥିଲେ। କିଛି ଦିନ ତଳେ ରିୟାଙ୍କୁ ସିବିଆଇ ଗିରଫ କରିବ ବୋଲି ଲାଗୁଥିଲା। କିନ୍ତୁ ସୁଶାନ୍ତଙ୍କ କେସରେ ଡ୍ରଗ୍ସ ମାମଲା ଆସିବା ପରେ ଏନିସିବର ଏଣ୍ଟ୍ରି ହୋଇଥିଲା।
ଏନସିବି ଏହା ପୂର୍ବରୁ ରିୟାଙ୍କ ଭାଇ ସୌଭିକ୍ ଚକ୍ରକର୍ତ୍ତି ଏବଂ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ୍ ମିରାଣ୍ଡାଙ୍କୁ ଗିରଫ କରିସାରିଛି। ଆଉ ଏବେ ଡ୍ରଗ୍ସ ମାମଲାରେ ରିୟାଙ୍କୁ ମଧ୍ୟ ଗିରଫ କରାଯାଇଛି। ଏନସିବି ଲଗାତର ତିନିଦିନ ଧରି ରିୟାଙ୍କୁ ଜେରା କରୁଥିଲା। ରବିବାର ରିୟାଙ୍କୁ ପ୍ରାୟ ୬ ଘଣ୍ଟା ଜେରା ହୋଇଥିବା ବେଳେ ସୋମବାର ୮ ଘଣ୍ଟା ଧରି ରିୟାଙ୍କୁ ଘନଘନ ଜେରା କରିଥିଲା ଏନିସିବି।
ଜେରା ସମୟରେ ସୁଶାନ୍ତଙ୍କ ପାଇଁ ସୌଭିକ୍ ଜରିଆରେ ଡ୍ରଗ୍ସ ଆଣୁଥିଲେ ବୋଲି ରିୟା ମାନିଯାଇଥିଲେ। ଏପରିକି ରିୟା କିଛି ସେଲିବ୍ରିଟିଙ୍କ ନାଁ ମଧ୍ୟ ନେଇଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)