Advertisment

ନୂଆ ଡିଜାଇନ୍‌ର କ୍ୱାରେଣ୍ଟିନ୍‌ କେନ୍ଦ୍ର କରି ରହିଲେ ଦୁଇ ଭାଇ

ସୁଲତାନପୁର: କରୋନାକୁ ନେଇ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଘରକୁ ଫେରୁଛନ୍ତି। କିନ୍ତୁ କରୋନା ଭୟରେ ସେମାନେ ଘରକୁ ନଯାଇ ପ୍ରଥମେ କିଛିଦିନ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହୁଛନ୍ତି। ଏହି ସମୟରେ ଉତ୍ତରପ୍ରଦେଶର ସୁଲତାନପୁରରେ ବାହାରୁ ଆସିଥିବା ଦୁଇଭାଇ ନିଜ ପାଇଁ ଏକ ସ୍ୱତନ୍ତ୍ର କ୍ୱାରେଣ୍ଟିନ୍‌ କେନ୍ଦ୍ର ପ୍ରସ୍ତୁତ କରିଛନ୍ତି। ଦୁହେଁ ଗାଁରେ ଏକ ମଞ୍ଚା ନିର୍ମାଣ କରିଛନ୍ତି। ମଞ୍ଚାଟିକୁ କ୍ୱାରେଣ୍ଟିନ୍‌ କେନ୍ଦ୍ର କରି ଦୁଇଭାଇ ସେଠାରେ ତଳ ଉପର […]

ନୂଆ ଡିଜାଇନ୍‌ର କ୍ୱାରେଣ୍ଟିନ୍‌ କେନ୍ଦ୍ର କରି ରହିଲେ ଦୁଇ ଭାଇ

sultanpur

Advertisment

ସୁଲତାନପୁର: କରୋନାକୁ ନେଇ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଘରକୁ ଫେରୁଛନ୍ତି। କିନ୍ତୁ କରୋନା ଭୟରେ ସେମାନେ ଘରକୁ ନଯାଇ ପ୍ରଥମେ କିଛିଦିନ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହୁଛନ୍ତି। ଏହି ସମୟରେ ଉତ୍ତରପ୍ରଦେଶର ସୁଲତାନପୁରରେ ବାହାରୁ ଆସିଥିବା ଦୁଇଭାଇ ନିଜ ପାଇଁ ଏକ ସ୍ୱତନ୍ତ୍ର କ୍ୱାରେଣ୍ଟିନ୍‌ କେନ୍ଦ୍ର ପ୍ରସ୍ତୁତ କରିଛନ୍ତି। ଦୁହେଁ ଗାଁରେ ଏକ ମଞ୍ଚା ନିର୍ମାଣ କରିଛନ୍ତି। ମଞ୍ଚାଟିକୁ କ୍ୱାରେଣ୍ଟିନ୍‌ କେନ୍ଦ୍ର କରି ଦୁଇଭାଇ ସେଠାରେ ତଳ ଉପର ହୋଇ ରହୁଛନ୍ତି। କରୋନା ଭାଇରସଠୁ ରକ୍ଷା ପାଇବା ପାଇଁ ଦୁହେଁ ଏଭଳି ଅଭିନବ ଉପାୟରେ ମଞ୍ଚା ପ୍ରସ୍ତୁତ କରିଥିବା କହିଛନ୍ତି।

Advertisment

ଖବର ଅନୁଯାୟୀ, ଲକ୍‌ଡାଉନ୍‌ ଯୋଗୁ ଦିଲ୍ଲୀରୁ ଦୁଇଭାଇ ଗାଁକୁ ଫେରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, ଆମେ ଦୁହେଁ ଏକ ଟ୍ରକ୍‌ ସାହାଯ୍ୟରେ ଅଯୋଧ୍ୟାରୁ ଆସିଥିଲୁ। ତା’ପରେ ସେଠାରୁ ସୁଲତାନପୁର ଦେଇ ଗାଁରେ ପହଞ୍ଚିଥିଲୁ। କରୋନା ଭାଇରସକୁ ଦୃଷ୍ଟିରେ ରଖି, ଗାଁରେ ଥିବା ଘରଠାରୁ ପ୍ରାୟ ୬୦୦ମିଟର ଦୂରରେ ଆମେ ଦୁହେଁ ଏକ କ୍ୱାରେଣ୍ଟିନ୍‌ ସେଣ୍ଟର ପ୍ରସ୍ତୁତ କରିଥିଲୁ। ଦୁହେଁ ସେଠାରେ ମଞ୍ଚା ତିଆରି କରି ତଳ ଉପର ହୋଇ ରହିଥିଲୁ।

କିଛିଦିନ ପୂର୍ବରୁ ହାପୁଡ଼ ଜିଲ୍ଲାର ଜଣେ ବ୍ୟକ୍ତି ମଧ୍ୟ ଠିକ୍‌ ଏହିପରି ଭାବେ ରହିବାପାଇଁ ଏକ କ୍ୱାରେଣ୍ଟିନ୍‌ କେନ୍ଦ୍ର ନର୍ମାଣ କରିଥିଲେ। ବ୍ୟକ୍ତି ଜଣକ ଗଛ ଉପରେ ଏକ ଟ୍ରି ହାଉସ୍‌ କରି ନିଜକୁ ଆଇସୋଲେସନ୍‌ରେ ରଖିଥିଲେ।

Advertisment

ଉତ୍ତରପ୍ରେଦଶରେ ୫,୭୩୫ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୧୫୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥି ସହିତ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧.୨୫ଲକ୍ଷରୁ ଅଧିକ ଥିବା ଜଣାପଡିଛି। ସେଥିମଧ୍ୟରୁ ୩,୭୨୦ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ