Advertisment

କରୋନାରୁ ମୁକ୍ତି ପାଇବା ପାଇଁ ଗାଁରେ ବୁଲିଲା ମଶାଲ

ଅଗର ମାଲୱା: କରୋନାର ଦ୍ୱିତୀୟ ଲହରୀ ସାରା ଦେଶରେ ଉଗ୍ର ରୂପ ଧାରଣ କଲାଣି। ମହାମାରୀକୁ ଦମନ କରିବା ପାଇଁ ଦେଶର ପ୍ରତିଷ୍ଠିତ ଫାର୍ମା କମ୍ପାନୀମାନେ ଦିନରାତି ଏକ କରିଦେଇଛନ୍ତି। କିନ୍ତୁ ଦେଶର କିଛି ଏମିତି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ରାମଦାସ ଅଠୱାଲେଙ୍କ ‘ଗୋ କରୋନା ଗୋ’ ପରେ ଏବେ ଆଉ ଏକ ସ୍ଲୋଗାନ୍ ଚର୍ଚ୍ଚାକୁ ଆସିଛି। କରୋନାକୁ ତଡ଼ିବା ପାଇଁ ଏବେ ଚର୍ଚ୍ଚା ହୋଇଛି ‘ଭାଗ୍‌ କରୋନା […]

କରୋନାରୁ ମୁକ୍ତି ପାଇବା ପାଇଁ ଗାଁରେ ବୁଲିଲା ମଶାଲ

OTV-Portal

Advertisment

ଅଗର ମାଲୱା: କରୋନାର ଦ୍ୱିତୀୟ ଲହରୀ ସାରା ଦେଶରେ ଉଗ୍ର ରୂପ ଧାରଣ କଲାଣି। ମହାମାରୀକୁ ଦମନ କରିବା ପାଇଁ ଦେଶର ପ୍ରତିଷ୍ଠିତ ଫାର୍ମା କମ୍ପାନୀମାନେ ଦିନରାତି ଏକ କରିଦେଇଛନ୍ତି। କିନ୍ତୁ ଦେଶର କିଛି ଏମିତି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ରାମଦାସ ଅଠୱାଲେଙ୍କ 'ଗୋ କରୋନା ଗୋ' ପରେ ଏବେ ଆଉ ଏକ ସ୍ଲୋଗାନ୍ ଚର୍ଚ୍ଚାକୁ ଆସିଛି। କରୋନାକୁ ତଡ଼ିବା ପାଇଁ ଏବେ ଚର୍ଚ୍ଚା ହୋଇଛି 'ଭାଗ୍‌ କରୋନା ଭାଗ୍'। କରୋନା ମହାମାରୀକୁ ବିଦା କରିବା ପାଇଁ ଲୋକେ ବିଚିତ୍ର ଉପାୟ ଆପଣେଇଛନ୍ତି। ଗାଁର ଗୋଟିଏ ମୁଣ୍ଡରୁ ଲୋକେ ମଶାଲ୍ ଧରି ଭାଗ୍ କରୋନା ଭାଗ୍ ସ୍ଲୋଗାନ୍‌ରେ ଦୌଡୁଛନ୍ତି। ଏପରି ଘଟଣା ଘଟିଛି ମଧ୍ୟପ୍ରଦେଶର ଅଗର ମାଲୱାରେ। ତେବେ ଏପରି କରିବାର କାରଣ କଣ ଆସନ୍ତୁ ଜାଣିବା...

Advertisment

ମଧ୍ୟପ୍ରଦେଶ ଅଗର ମାଲୱା ଜିଲ୍ଲାର ଏକ ଗାଁ ଗଣେଶପୁର। ଏହି ଗାଁ ଅନେକ ଶିକ୍ଷିତ ଲୋକ ମଧ୍ୟ ଅଛନ୍ତି। ମଧ୍ୟପ୍ରଦେଶ କରୋନା ସକ୍ରମଣ ରକେଟ୍ ବେଗରେ ମାଡ଼ିଚାଲୁଛି। ଏଭଳି ସ୍ଥିତିରେ କରୋନାରୁ ରକ୍ଷା ପାଇବା ଲାଗି ଏହି ଗାଁର ଲୋକେ ଏକ ଉପାୟ ଆପଣେଇଛନ୍ତି। ଏମାନଙ୍କ ବିଶ୍ୱାସ ଯେ ମଶାଲ ଦ୍ୱାରା ହିଁ କରୋନା ପଳାଇବ। ସେଥିପାଇଁ ଗାଁ ଲୋକେ ମିଶି ମଶାଲ ତିଆରି କରିଥିଲେ। ସମସ୍ତେ ଗୋଟିଏ ଲେଖାଏଁ ହାତରେ ମଶାଲ ଧରି ଗାଁ ଗୋଟିଏ ମୁଣ୍ଡରୁ ଦୋଡିବା ଆରମ୍ଭ କରିଥିଲେ। ପରେ ଲୋକେ ଚାରିଆଡେ ବିଚ୍ଛୁରିତ ଗାଁର ଶେଷ ମୁଣ୍ଡ ଆଡ଼କୁ ଦୌଡିଥିଲେ। ଆଉ ସମସ୍ତଙ୍କ ମୁହଁରେ ସ୍ଲୋଗାନ ଥିଲା 'ଭାଗ୍‌ କରୋନା ଭାଗ୍‌'। ଶେଷ ମୁଣ୍ଡରେ ପହଞ୍ଚିବା କ୍ଷଣି ହାତରେ ଧରିଥିବା ମଶାଲକୁ ଫୋପାଡ଼ିଥିଲେ।

style="text-align: center;">video credit- News18 Virals

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଚାରିଆଡେ ମହାମାରୀ ତାର କାୟାବିସ୍ତାର କରୁଛି। ସେଥିପାଇଁ ପ୍ରତି ପରିବାରର ଜଣେ ଲୋକ ନିଆଁ ହୁଳା(ମଶାଲ୍) ଧରି ରବିବାର ଗାଁର ଗୋଟିଏ ମୁଣ୍ଡରୁ ଶେଷ ମୁଣ୍ଡ ପର୍ଯ୍ୟନ୍ତ ଦୌଡିବା ପାଇଁ ନିଷ୍ପତ୍ତି ନେଇଥିଲୁ। ଗାଁର ଶେଷ ମୁଣ୍ଡରେ ମଶାଲକୁ ଫୋପାଡି ଦେଇଥିଲୁ। ସମସ୍ତଙ୍କ ପାଟିରେ ଥିଲା ସେଇ ଗୋଟିଏ କଥା 'ଭାଗ୍‌ କରୋନା ଭାଗ'। ଏହି ନିଆଁ ଦ୍ୱାରା କରୋନା ଭୂତାଣୁ ଦାଉରୁ ମୁକ୍ତି ପାଇପାରିବା ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି।

Advertisment

ସେହିପରି ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ଏହା ଗାଁରେ ଅନେକ ଲୋକ ଥଣ୍ଡା ଜ୍ୱର ପୀଡିତ ହୋଇଥିଲେ। ଏହି ମଶାଲ ବା ନିଆଁହୁଳା ଧରି ଦୌଡିବା ପରେ ଗାଁରେ ଆଉ ଜଣେ ବି ସଂକ୍ରମିତ ହୋଇନଥିବା ସେ ଦାବି କରିଛନ୍ତି।  ତେବେ ନିଆଁ ହୁଳା (ମଶାଲ) ଧରି ଦୌଡିବା ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ତେବେ ପ୍ରଥମ କରୋନା ଲହର୍‌ ସମୟରେ ମନ୍ତ୍ରୀ ରାମଦାସ ଆଠୱାଲେଙ୍କ ସ୍ଲୋଗାନ ଗୋ କରୋନା ଗୋ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା।

Corona Breaking News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ