Advertisment

ସାମ୍ନାକୁ ଆସିଲା ଭାରତରେ ଘାତକ ସୃଷ୍ଟି କରୁଥିବା କରୋନା ଭାରିଏଣ୍ଟର ଫଟୋ

ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ କରୋନା ଆତଙ୍କ ସୃଷ୍ଟି କରିଛି। ଭାରତରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ କିଛିଦିନ ହେବ ଦେଶରେ ଲଗାତାର ଭାବେ ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ରହୁଛି। କରୋନା ଭାଇରସ B.1.1.7 ଭାରିଏଣ୍ଟ ଯୋଗୁ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ସାମ୍ନାକୁ ଆସିଲା ଭାରତରେ ଘାତକ ସୃଷ୍ଟି କରୁଥିବା କରୋନା ଭାରିଏଣ୍ଟର ଫଟୋ

corona varriant

ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ କରୋନା ଆତଙ୍କ ସୃଷ୍ଟି କରିଛି। ଭାରତରେ ମଧ୍ୟ ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ କିଛିଦିନ ହେବ ଦେଶରେ ଲଗାତାର ଭାବେ ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ରହୁଛି। କରୋନା ଭାଇରସ B.1.1.7 ଭାରିଏଣ୍ଟ ଯୋଗୁ ଦେଶରେ କରୋନାର ଦ୍ଵିତୀୟ ଲହର ଆସିଥିବା କୁହାଯାଉଛି. ଯାହାର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଷ୍ଟ୍ରେନ ଯୋଗୁ ଭାରତ, କାନାଡ଼ା, ୟୁକେ ସମେତ ଅନେକ ଦେଶରେ କରୋନାର ଦ୍ୱିତୀୟ ଲହର ଆସିଛି। କାନାଡାର ରିସଚରର୍ସ ମାନେ ଏହି ଭାରିଏଣ୍ଟର ପ୍ରଥମ Molecular ଇମେଜ ଜାରି କରିଛନ୍ତି।ଗତବର୍ଷ ଡିସେମ୍ବରରେ ୟୁକେରେ କରୋନା ଭାଇରସର B.1.1.7 ଭାରିଏଣ୍ଟ  ଚିହ୍ନଟ କରାଯାଇଥିଲା।

Advertisment

N501Y ନାମକ ଏକ ମ୍ୟୁଟାଣ୍ଟ ଷ୍ଟ୍ରେନ B.1.1.7 ଭାରିଏଣ୍ଟର ସ୍ପାଇକ ପ୍ରୋଟିନରୁ ମିଳିଛି। ଏହି ଭାରିଏଣ୍ଟ ଲଗାତାର ଭାବେ ତାର ପ୍ରକାର ବଦଳାଇ ଚାଲିଛି। ଫଳରେ ସଂକ୍ରମଣ ବଢ଼ିବାରେ ଲାଗିଛି।

University of British Colombia(UBC) ର ପ୍ରଫେସର ଡାକ୍ତର ସୁବ୍ରମଣ୍ୟମ କହିଛନ୍ତି, ଗୋଟିଏ ପିନ ପଏଣ୍ଟର ୧ ଲକ୍ଷ ଭାଗ ଛୋଟ ଭାଗ ଆକାରର ହେଉଛି କରୋନା ଭାଇରସ। ଏହାର ଆକାରକୁ ଠାବ କରିବା ପାଇଁ ବ୍ୟବହାର କରାଯାଇଥିଲା।

Advertisment

University of British Colombia ଏକ ବୟାନରେ କହିଛି, ଜାରି ହୋଇଥିବା B.1.1.7 ଭାରିଏଣ୍ଟର ଫଟୋରୁ ଜଣାପଡୁଛି କିଭଳି  ଏହା  ଅଧିକ ସଂକ୍ରମଣ କରୁଛି ? ଏହି ଭାରିଏଣ୍ଟ ମଣିଷ ଶରୀରର କୋଷ ଗୁଡିକରେ ଅତି ସହଜରେ ପ୍ରବେଶ କରିପାରୁଛି। ତେଣୁ ଏହା ଅଧିକ ଲୋକଙ୍କୁ ସଂକ୍ରମଣ କରୁଛି। ସବୁଠାରୁ ବଡ଼ କଥା, ଏହି ଷ୍ଟ୍ରେନକୁ ରୋକିବାରେ ଭ୍ୟାକସିନ ସହାୟକ ହେବ ବୋଲି ଜଣାପଡିଛି।

ଗତକାଲି ଦେଶରେ ୩ ଲକ୍ଷ ୫୭ ହଜାର ୨୨୯ ଜଣ କରୋନା ସଂକ୍ରମିତ ହୋଇ ଥିବା ବେଳେ ୩୪୪୯ ଲୋକଙ୍କର ଜୀବନ ନେଇଥିଲା କରୋନା ।

ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବେଙ୍ଗଲ ଷ୍ଟ୍ରେନ ପରେ ଏବେ ଭାରତରେ କରୋନା ଭାଇରସର ଏକ ନୂଆ ଭାରିଏଣ୍ଟ ସାମ୍ନାକୁ ଆସିଛି। ଯାହାର ନାଁ ‘AP Strain’ । ଅର୍ଥାତ ଏହି ଭାରିଏଣ୍ଟ ଆନ୍ଧ୍ର ପ୍ରଦେଶରୁ ଠାବ କରାଯାଇଥିବାରୁ ଏହାକୁ AP Strain କୁହାଯାଉଛି।

Advertisment
Advertisment