/odishatv-khabar/media/post_attachments/uploadimage/library/16_9/16_9_0/r-day_1626690801.jpg)
r day
ନୂଆଦିଲ୍ଲୀ: ରବିବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଗଣତନ୍ତ୍ର ଦିବସରେ ଜଣେ ଫୋର୍ଥ ଜେନେରେସନ୍ ସେନା ଅଧିକାରୀ ତାନିଆ ଶେରଗିଲ୍ ଏକ ଅଲ୍ ମେନ୍ ମାର୍ଚ୍ଚିଂ କଣ୍ଟିଜେଣ୍ଟର ନେତୃତ୍ୱ ନେଉଥିଲେ। ଏହି ଦୃଶ୍ୟ ସମସ୍ତଙ୍କୁ ଅଭିଭୂତ କରିଛି।
୨୬ ବର୍ଷ ବୟସ୍କ ଶେରଗିଲ ଇତିହାସର ପ୍ରଥମ ପରେଡ୍ ଆଡଜଟାଣ୍ଟ ଥିଲେ। ସେ ଏହା ପୂର୍ବରୁ ଗଣମାଧ୍ୟମକୁ କହିଥିଲେ, ଏହି ଉତ୍ସବରେ ସେ କେବେ ମଧ୍ୟ ଭାଗ ନେଇନଥିଲେ। କିନ୍ତୁ ସେ ପିଲାବେଳୁ ଏଥିପାଇଁ ଆଗ୍ରହୀ ଥିବା କହିଥିଲେ।
Tell a woman she cant do it, and she will show you how its done !!
Captain Tanya Shergil, a 4th Generation #Army Officer leads Corps of Signals marching contingent #RepublicDay2020#RepublicDayIndiapic.twitter.com/vXi5RA6CuQ
— PIB India (@PIB_India) January 26, 2020
ତେବେ ସେ ୩ ସେବାର ମହିଳା ଅଧିକାରୀଙ୍କ ପାଇଁ ରୋଲ୍ ମଡେଲ୍ ହୋଇପାରିବେ କି ବୋଲି ପଚରାଯିବାରୁ ସେ ଗଣମାଧ୍ୟମକୁ କହିଥିଲେ, ମୁଁ ଯାହା କରୁଛି କିଛି ମହିଳା ତା’ଠାରୁ ବଡ଼ କାମ କରୁଛନ୍ତି। ଏଭଳି କିଛି ମହିଳା ମୋତେ ଅନୁପ୍ରାଣିତ କରିଥା’ନ୍ତି। ତେବେ ସେହି ଅର୍ଥରେ ଜଣେ ଛୋଟ ଝିଅ ଯଦି କହେ ତାଙ୍କଠାରୁ ଅନୁପ୍ରାଣିତ ହୋଇଛି ତାହା ତାଙ୍କ ପାଇଁ ବଡ଼ କଥା ହେବ ବୋଲି କ୍ୟାପଟେନ୍ ତାନିଆ କହିଛନ୍ତି।
ହୋସିଆରପୁର ଜନ୍ମିତ କ୍ୟାପଟେନ୍ ତାନିଆ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲିକମ୍ୟୁନିକେସନ୍ସ ବିଷୟରେ ନାଗପୁର ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ କହିଛନ୍ତି, ସେନା ସବୁବେଳେ ମେରିଟ୍ରେ ବିଶ୍ୱାସ କରେ। ଏଥିରେ ଲିଙ୍ଗ, ଜାତି ଏବଂ କେଉଁଠୁ ଆସିଛନ୍ତି ତାହା ଫରକ ପଡ଼େନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)