/odishatv-khabar/media/post_attachments/uploadimage/library/16_9/16_9_0/sachin-5_1625536773.jpg)
sachin
ଜୟପୁର: ରାଜସ୍ଥାନରେ କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ୍ ଏବଂ ତାଙ୍କ ଗୋଷ୍ଠୀଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ବାଚସ୍ପତି ତିନି ଦିନ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବନି। ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ ମାମଲାରେ ଶୁଣାଣି କରି ଆଜି ରାଜସ୍ଥାନ ହାଇକୋର୍ଟ ସଚିନ ପାଇଲଟ ଓ ତାଙ୍କ ଗୋଷ୍ଠୀକୁ ଏହି ଆଶ୍ୱସ୍ତି ଦେଇଛନ୍ତି। ଜୁଲାଇ ୨୪ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ସର୍ବୋଚ୍ଚ ନ୍ୟାୟାଳୟ ବାଚସ୍ପତି ସିପି ଜୋଶୀଙ୍କୁ କହିଛନ୍ତି।
ଆଜି କୋର୍ଟରେ ସଚିନ ଗୋଷ୍ଠୀଙ୍କ ପକ୍ଷରୁ ଦଲିଲ ରଖିଥିଲେ ଆଇନଜୀବୀ ମୁକୁଲ ରୋହତଗୀ ଓ ହରିଷ ସାଲେଭ। ବାଚସ୍ପତି ପଠାଇଥିବା ନୋଟିସ ସମ୍ପର୍କରେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରି ମୁକୁଲ ରୋହତଗୀ କହିଥିଲେ, ନୋଟିସର ଜବାବ ଦେବା ପାଇଁ କମ ସମୟ ଦିଆଯାଇଥିଲା।
ନୋଟିସରେ ସେସବୁ ଲେଖାଯାଇଥିଲା ଯାହା ଅଭିଯୋଗକାରୀ ଅଭିଯୋଗ କରିଥିଲେ। ସେହିଭଳି ବାଚସ୍ପତି ତରବରିଆ ନିଷ୍ପତ୍ତି ନେଇ ନୋଟିସ ପଠାଇଥିବା ମଧ୍ୟ ଆଇନଜୀବୀ ରୋହତଗୀ ଯୁକ୍ତି ବାଢ଼ିଥିଲେ। କରୋନା ସମୟରେ ଜବାବ ରଖିବା ପାଇଁ ଅତି କମରେ ୭ଦିନ ସମୟ ଦେବାକୁ ଆଇନଜୀବୀ ରୋହତଗୀ ନିବେଦନ କରିଥିଲେ।
ସଚିନ ପାଇଲଟଙ୍କ ସହିତ ୧୮ ବିଧାୟକଙ୍କୁ କାହଁକି ସେମାନଙ୍କ ସଭ୍ୟ ପଦ ରଦ୍ଦ କରାଯିବ ନାହିଁ ବୋଲି ଜବାବ ଦେବାକୁ ବାଚସ୍ପତି ନୋଟିସ କରିଥିଲେ। ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ୨୪ ତାରିଖରେ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)