/odishatv-khabar/media/post_attachments/uploadimage/library/16_9/16_9_0/snae3_1626688665.jpg)
snae3
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ନରସିଂହଗଡ଼ରୁ ପ୍ରାୟ ଦେଢ଼ କୋଟି ଟଙ୍କା ମୂଲ୍ୟର ବିରଳ ସାପ ଉଦ୍ଧାର । ରେଡ୍ ସ୍ୟାଣ୍ଡ୍ ବୋଆ ପ୍ରଜାତିର ଏହି ବିରଳ ସାପକୁ ନରସିଂହଗଡ଼ ବସ୍ଷ୍ଟାଣ୍ଡରେ ୨ଜଣ ବ୍ୟକ୍ତିଙ୍କ ଠାରୁ ପୁଲିସ ଉଦ୍ଧାର କରିଛି । ସେମାନେ ସାପକୁ ଏକ ପ୍ଲାଷ୍ଟିକ୍ ଥଳିରେ ରଖି ଫୋନ୍ ଯୋଗେ ବିକ୍ରି ପାଇଁ ମୂଲଚାଲ କରୁଥିବା ସୂଚନା ପାଇ ପୁଲିସ ଚଢ଼ଉ କରିଥିଲା।
Advertisment
ଘଟଣାରେ ୩ ନାବାଳକଙ୍କୁ ହେପାଜତକୁ ନେବା ସହ ଅନ୍ୟ ୨ଜଣଙ୍କୁ ଅଟକ ରଖାଯାଇଛି । ଏହି ବିରଳ ବିଷହୀନ ସାପକୁ କିଛି ଦେଶରେ ଔଷଧ ଓ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବାରୁ ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୧ କୋଟି ୨୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। କିନ୍ତୁ ଏହି ସାପ ବିରଳ ଓ ଲୁପ୍ତପ୍ରାୟ ହୋଇଥିବାରୁ ଏହାକୁ ଧରିବା ଓ କିଣାବିକା କରିବା ଏକ ଦଣ୍ଡନୀୟ ଅପରାଧ । ବନ୍ୟପ୍ରାଣୀ ସୁରକ୍ଷା ଆଇନରେ ଏହାକୁ ସିଡ୍ୟୁଲ୍ ୨ ଶ୍ରେଣୀରେ ସୁରକ୍ଷା ପ୍ରଦାନ କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)