Advertisment

ରେକର୍ଡ ଭାଙ୍ଗିଲା କରୋନା, ୨୪ ଘଣ୍ଟାରେ ଆକ୍ରାନ୍ତ ସଂଖ୍ୟା ୫୩ହଜାର ଟପିଲା

ୱାଶିଂଟନ୍: ଆମେରିକାରେ କରୋନା ଭାଇରସ ହୁ ହୁ ହେଇ ବଢ଼ିଚାଲିଛି। ଗତକାଲି ୫୩୦୦୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ରିପୋର୍ଟ ଅନୁଯାୟୀ ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଛି। ବିଶ୍ୱବିଦ୍ୟାଳୟର ସୂଚନା ଅନୁଯାୟୀ, ଆଜି ସକାଳ ୮.୩୦ ସୁଦ୍ଧା ୫୩,୦୬୯ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬୪୯ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ। ବିଶେଷ କରି ଦକ୍ଷିଣ ଓ […]

author-image
Mahasweta Baral
ରେକର୍ଡ ଭାଙ୍ଗିଲା କରୋନା, ୨୪ ଘଣ୍ଟାରେ ଆକ୍ରାନ୍ତ ସଂଖ୍ୟା ୫୩ହଜାର ଟପିଲା

america

ୱାଶିଂଟନ୍: ଆମେରିକାରେ କରୋନା ଭାଇରସ ହୁ ହୁ ହେଇ ବଢ଼ିଚାଲିଛି। ଗତକାଲି ୫୩୦୦୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ରିପୋର୍ଟ ଅନୁଯାୟୀ ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଛି। ବିଶ୍ୱବିଦ୍ୟାଳୟର ସୂଚନା ଅନୁଯାୟୀ, ଆଜି ସକାଳ ୮.୩୦ ସୁଦ୍ଧା ୫୩,୦୬୯ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬୪୯ ଜଣଙ୍କର ମୃତ୍ୟୁ ଘଟିଛି।

Advertisment

ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ। ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କାଲିଫର୍ନିଆରେ ଅଧିକାଂଶ ଅଞ୍ଚଳରେ ବାର, ପ୍ରେକ୍ଷାଳୟ ଓ ରେଷ୍ଟୁରାଣ୍ଟକୁ ବନ୍ଦ କରାଯାଇଛି। ଆରିଜୋନାରେ ମହାମାରୀ ଭୟଙ୍କର ଭାବେ ବ୍ୟାପବାରେ ଲାଗିଛି।

ଆମେରିକୀୟମାନେ ମାସ୍କ ଓ ସାମାଜିକ ଦୂରତାର ନିୟମକୁ ପାଳନ ନକଲେ ସେମାନଙ୍କ ବିରୋଧରେ ନୂଆ ମାମଲା ରୁଜୁ କରାଯାଉଛି।

Advertisment
Advertisment
Advertisment