Advertisment

'୨୦୨୦-୨୧ ଆର୍ଥିକ ବର୍ଷରେ ନେଗେଟିଭ୍ ରହିବ ଜିଡିପି ଅଭିବୃଦ୍ଧି ହାର'

ନୂଆଦିଲ୍ଲୀ: କରୋନାଭାଇରସ୍ ସଙ୍କଟ ସମୟରେ ଦେଶର ଅର୍ଥବ୍ୟବସ୍ଥା ଅଭିବୃଦ୍ଧି ପାଇଁ ଆଜି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରେସ୍ କନଫରେନ୍ସ କରି ବଡ଼ ଘୋଷଣା କରିଛନ୍ତି। ଶକ୍ତିକାନ୍ତ ଦାସ କହିଛନ୍ତି, ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ନେଗେଟିଭ ରହିବ। ମୁଦ୍ରାନୀତି ଘୋଷଣା ଅବସରରେ ସେ କହିଛନ୍ତି, ଦେଶରୁ ଲକଡାଉନ୍ ହଟିବା ପରେ ଆର୍ଥିକ କାରବାର ବଢୁଥିଲା। କିନ୍ତୁ କରୋନା ସଂକ୍ରମଣ ଏହା ଉପରେ ଗଭୀର ପ୍ରଭାବ ପକାଇଛି। […]

author-image
Ranjeet Kumar Jena
'୨୦୨୦-୨୧ ଆର୍ଥିକ ବର୍ଷରେ ନେଗେଟିଭ୍ ରହିବ ଜିଡିପି ଅଭିବୃଦ୍ଧି ହାର'

rbi

ନୂଆଦିଲ୍ଲୀ: କରୋନାଭାଇରସ୍ ସଙ୍କଟ ସମୟରେ ଦେଶର ଅର୍ଥବ୍ୟବସ୍ଥା ଅଭିବୃଦ୍ଧି ପାଇଁ ଆଜି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରେସ୍ କନଫରେନ୍ସ କରି ବଡ଼ ଘୋଷଣା କରିଛନ୍ତି। ଶକ୍ତିକାନ୍ତ ଦାସ କହିଛନ୍ତି, ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ନେଗେଟିଭ ରହିବ।

Advertisment

ମୁଦ୍ରାନୀତି ଘୋଷଣା ଅବସରରେ ସେ କହିଛନ୍ତି, ଦେଶରୁ ଲକଡାଉନ୍ ହଟିବା ପରେ ଆର୍ଥିକ କାରବାର ବଢୁଥିଲା। କିନ୍ତୁ କରୋନା ସଂକ୍ରମଣ ଏହା ଉପରେ ଗଭୀର ପ୍ରଭାବ ପକାଇଛି। ତେଣୁ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ଅର୍ଥନୀତି। ଆର୍ଥିକ ସଂକଟ ଯୋଗୁଁ ଲୋକଙ୍କ ହାତରେ ଯେମିତି ଟଙ୍କା ରହିବ, ସହଜରେ ଋଣ ମିଳିବ ସେଥିପାଇଁ ମୁଦ୍ରାନୀତିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ରେପୋ ରେଟ୍ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟକୁ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି। ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ମୁଦ୍ରାସ୍ଫୀତି ଉଚ୍ଚ ରହିବ। ପରେ ଆର୍ଥିକ ବର୍ଷର ଦ୍ୱିତୀୟ ଭାଗରେ ଏହା କମିପାରେ। ମୋଟ ଉପରେ ଆଜିର ମୁଦ୍ରାନୀତି ଘୋଷଣାରେ ଦେଶର ଆର୍ଥିକ ସ୍ଥିରତା ଓ ଅଭିବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ନିଜ କର୍ମଚାରୀଙ୍କ ପାଇଁ ଆରବିଆଇ ତରଫରୁ ସ୍ୱତନ୍ତ୍ର କ୍ୱାରେଣ୍ଟିନ ବ୍ୟବସ୍ଥା କରାଯାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି।

Advertisment
Advertisment
Advertisment