Advertisment

ଆଉ କାହିଁକି ଦେଖିବାକୁ ମିଳୁନି ୨୦୦୦ ଟଙ୍କିଆ ନୋଟ୍ ? ଖୁଲାସା କଲା ଆରବିଆଇ

ନୂଆଦିଲ୍ଲୀ : ଆଜିକାଲି ବଜାରରେ ଆଉ ୨୦୦୦ ଟଙ୍କିଆ ନୋଟ୍ ଦେଖିବାକୁ ମିଳୁନି କହିଲେ ଚଳେ । ଏହା ପଛରେ ରହିଛି ବଡ଼ କାରଣ, ଯାହାର ଖୁଲାସା କରିଛି ଆରବିଆଇ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଧୀରେ ଧୀରେ…

author-image
Prangyan Parimita
ଅଦ୍ୟତନ ହୋଇଛି
ଆଉ କାହିଁକି ଦେଖିବାକୁ ମିଳୁନି ୨୦୦୦ ଟଙ୍କିଆ ନୋଟ୍ ? ଖୁଲାସା କଲା ଆରବିଆଇ

rbi

ନୂଆଦିଲ୍ଲୀ : ଆଜିକାଲି ବଜାରରେ ଆଉ ୨୦୦୦ ଟଙ୍କିଆ ନୋଟ୍ ଦେଖିବାକୁ ମିଳୁନି କହିଲେ ଚଳେ । ଏହା ପଛରେ ରହିଛି ବଡ଼ କାରଣ, ଯାହାର ଖୁଲାସା କରିଛି ଆରବିଆଇ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଧୀରେ ଧୀରେ ସିଷ୍ଟମରୁ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବା ଆରମ୍ଭ କରିଛି। ବିମୁଦ୍ରୀକରଣ ଘୋଷଣା ପରେ ୨୦୧୬ ରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ଆରମ୍ଭ ହୋଇଥିଲା କିନ୍ତୁ ଅଧିକ ମୂଲ୍ୟର ନୋଟ୍ ହୋଇଥିବାରୁ ନକଲି ନୋଟ୍ ବଜାରକୁ ଯିବାର ଆଶଙ୍କା ମଧ୍ୟ ଅଧିକ ରହିଥିଲା ।

Advertisment

ଆରବିଆଇ ଦ୍ୱାରା ଜାରି ବାର୍ଷିକ ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ୁଛି, ଧୀରେ ଧୀରେ ସିଷ୍ଟମରୁ ୨୦୦୦ ନୋଟ୍ ଫେରାଇବା ଆରମ୍ଭ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ୨୦୨୦-୨୦୨୧ ଆର୍ଥିକ ବର୍ଷ ଶେଷରେ ୨୦୦୦ ଟଙ୍କାର ୨୪୫ କୋଟି ନୋଟ୍ ପ୍ରଚଳିତ ଥିବାବେଳେ ଏକ ବର୍ଷ ପୂର୍ବେ ଏହାର ସଂଖ୍ୟା ୨୭୩.୯୮ କୋଟି ଥିଲା। ମୂଲ୍ୟ ଦୃଷ୍ଟିରୁ ଦେଖିଲେ ୨୦୨୧ ମାର୍ଚ୍ଚ ମାସରେ ୪.୯ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ବଜାରରେ ପ୍ରଚଳିତ ଥିବାବେଳେ ମାର୍ଚ୍ଚ ୨୦୨୦ ରେ ୪.୯ ଲକ୍ଷ କୋଟି ଟଙ୍କାର ପ୍ରଚଳନ ଥିଲା । ବଜାରରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ହ୍ରାସ ପାଇଥିଲେ ସୁଦ୍ଧା ଆରବିଆଇ ପକ୍ଷରୁ ଏହି ନୋଟ୍ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ ।

ଆରବିଆଇ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୦୧୮ ରେ ୨୦୦୦ ସିଷ୍ଟମରେ ୩୩୬.୩ କୋଟି ନୋଟ୍ ଥିଲା, କିନ୍ତୁ ୨୦୨୧ ମାର୍ଚ୍ଚ ୩୧ ରେ ଏହି ସଂଖ୍ୟା ୨୪୫.୧ କୋଟିକୁ ଖସି ଆସିଛି। ଅର୍ଥାତ୍ ଏହି ତିନି ବର୍ଷ ମଧ୍ୟରେ ୯୧.୨ କୋଟି ନୋଟକୁ ସିଷ୍ଟମରୁ ହଟାଇ ଦିଆଯାଇଛି । ଗତ ବର୍ଷ ପରି ୨୦୨୦-୨୧ ଆର୍ଥିକ ବର୍ଷରେ ୨,୦୦୦ ଟଙ୍କାର ଗୋଟିଏ ବି ନୋଟ୍ ଯୋଗାଣ କରାଯାଇ ନାହିଁ । ଦୁଇ ବର୍ଷ ପୂର୍ବରୁ ୨୦୦୦ ଟଙ୍କିଆ ନୋଟ୍ ଯୋଗାଣକୁ ବନ୍ଦ କରିଦେଇଛନ୍ତି ସରକାର । ୨୦୧୯-୨୦ ଆର୍ଥିକ ବର୍ଷରେ ମଧ୍ୟ ୨୦୦୦ ଟଙ୍କିଆ ନୋଟ୍ ଯୋଗାଣ ହୋଇନଥିଲା । ଏହା ପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୪୬୭ ଲକ୍ଷ ୨୦୦୦ ଟଙ୍କିଆ ନୋଟ୍ ସପ୍ଲାଇ କରିଥିଲା ଆରବିଆଇ ।

Advertisment
Advertisment
Advertisment