Advertisment

ଖୁସି ଖବର ! ଜମାକାରୀଙ୍କୁ ଟଙ୍କା ଫେରାଇବ ଲକ୍ଷ୍ମୀବିଳାସ ବ୍ୟାଙ୍କ

ନୂଆଦିଲ୍ଲୀ: ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ମୋରାଟୋରିୟମରେ ରଖାଯିବା ପରେ ଏହି ବ୍ୟାଙ୍କର ଗ୍ରାହକମାନେ ଛାନିଆ ପଡ଼ିଛନ୍ତି। ଟଙ୍କା ମିଳିବ କି ନାହିଁ ସେ ସେମାନେ ସନ୍ଦିହାନ ହୋଇ ପଡ଼ିଛନ୍ତି। ବ୍ୟାଙ୍କକୁ ମୋରାଟୋରିୟମରେ ରଖିବା ନିଷ୍ପତ୍ତି ନିଆଯିବା ପରେ ଗତକାଲି ଏଟିଏମ୍ ଆଗରେ ଗ୍ରାହକଙ୍କ ଭିଡ଼  ଦେଖିବାକୁ ମିଳିଥିଲା। ତେବେ ଗ୍ରାହକଙ୍କ ପାଇଁ ଆଜି  ଏକ ଖୁସି ଖବର ଆସିଛି। ଗ୍ରାହକମାନଙ୍କୁ ସେମାନଙ୍କ ଟଙ୍କା ମିଳିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଶ୍ୱସ୍ତି ଦିଆଯାଇଛି। ରିଜର୍ଭ ବ୍ୟାଙ୍କ ଅଫ […]

ଖୁସି ଖବର ! ଜମାକାରୀଙ୍କୁ ଟଙ୍କା ଫେରାଇବ ଲକ୍ଷ୍ମୀବିଳାସ ବ୍ୟାଙ୍କ

laxmibilas

Advertisment

ନୂଆଦିଲ୍ଲୀ: ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ମୋରାଟୋରିୟମରେ ରଖାଯିବା ପରେ ଏହି ବ୍ୟାଙ୍କର ଗ୍ରାହକମାନେ ଛାନିଆ ପଡ଼ିଛନ୍ତି। ଟଙ୍କା ମିଳିବ କି ନାହିଁ ସେ ସେମାନେ ସନ୍ଦିହାନ ହୋଇ ପଡ଼ିଛନ୍ତି। ବ୍ୟାଙ୍କକୁ ମୋରାଟୋରିୟମରେ ରଖିବା ନିଷ୍ପତ୍ତି ନିଆଯିବା ପରେ ଗତକାଲି ଏଟିଏମ୍ ଆଗରେ ଗ୍ରାହକଙ୍କ ଭିଡ଼  ଦେଖିବାକୁ ମିଳିଥିଲା। ତେବେ ଗ୍ରାହକଙ୍କ ପାଇଁ ଆଜି  ଏକ ଖୁସି ଖବର ଆସିଛି। ଗ୍ରାହକମାନଙ୍କୁ ସେମାନଙ୍କ ଟଙ୍କା ମିଳିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଶ୍ୱସ୍ତି ଦିଆଯାଇଛି।

Advertisment

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ନିଯୁକ୍ତ ଲକ୍ଷ୍ମୀ ବିଳାସ ବ୍ୟାଙ୍କ ପ୍ରଶାସକ ଟିଏନ୍‌ ମୋନହରନ ଗ୍ରାହକଙ୍କୁ ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି, ଜାମାକାରୀଙ୍କୁ ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ଟଙ୍କା ଫେରାଇବା ପାଇଁ ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ରହିଛି। ଏବେ ଆମର ପ୍ରାଥମିକତା, ବ୍ୟାଙ୍କ ଜମାକାରୀଙ୍କ ଭରସା ରଖିବା। ଅନ୍ୟପକ୍ଷେ DBS India ସହ ଲକ୍ଷ୍ମୀବିଳାସ ବ୍ୟାଙ୍କ ମିଶ୍ରଣ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ହେବ ବୋଲି କହିଛନ୍ତି। ଆରବିଆଇ ପ୍ରଶାସକଙ୍କ କହିବା ଅନୁଯାୟୀ, ଲକ୍ଷ୍ମୀବିଳାସ ବ୍ୟାଙ୍କ ପାଖରେ ୨୦, ୨୦୦ କୋଟି ଟଙ୍କା ଡିପୋଜିଟ ରହିଛି। ବ୍ୟାଙ୍କ ୧୭, ୦୦୦ କୋଟି ଟଙ୍କା ଋଣ ଆକାରରେ ଦେଇଛି।

ସୂଚନାଥାଉ  କି, ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଲକ୍ଷ୍ମୀବିଳାସ ବ୍ୟାକଙ୍କୁ ଆରବିଆଇ ନଭେମ୍ବର ୧୭ ତାରିଖ Moratorium ଦେଇଥିଲା। ଏଥସହିତ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟରେ କଟକଣା ଜାରି କରିଥିଲା ଏବଂ ବୋର୍ଡ ଅଫ ଡାଇରେକ୍ଟର୍ସଙ୍କ କ୍ଷମତା ସିଜ କରି ଦେଇଥିଲା।ଏଠି କହି ରଖିବୁ, Moratorium ଅବଧିରେ ଗ୍ରାହକ ୨୫, ୦୦୦ ଟଙ୍କାରୁ ଅଧିକ ଟଙ୍କା ବ୍ୟାଙ୍କରୁ ଉଠାଇ ପାରିବେ ନାହିଁ।

Advertisment

ସୂଚନାଥାଉ କି, ଦୀର୍ଘ ତିନି ବର୍ଷ ଧରି କ୍ଷତିରେ ଚାଲିବା ପରେ ଏଲବିବିର ନେଟ ୱର୍ଥ ଶେଷ ହୋଇଯାଇଥିଲା। ଏହା ପରେ ଲକ୍ଷ୍ମୀବିଳାସ ବ୍ୟାକଙ୍କୁ ବଞ୍ଚାଇ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ଡିବିଏସ ବ୍ୟାଙ୍କ ସହ ମିଶ୍ରଣ ପାଇଁ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ