ranbeer-singh
ମୁମ୍ବାଇ: ସଡ଼କ ଦୁର୍ଘଟଣାର ଶିକାର ହେଲା ବଲିଉଡ୍ ଅଭିନେତା ରଣବୀର ସିହଂଙ୍କ ଗାଡ଼ି। ଷ୍ଟୁଡିଓରୁ ଡବିଂ ସାରି ଫେରୁଥିବା ବେଳେ ରଣବୀରଙ୍କ ଗାଡ଼ି ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଥିଲା। ଜଣେ ବାଇକ୍ ଆରୋହୀ ରଣବୀରଙ୍କ କାର୍କୁ ପଛପଟୁ ଧକ୍କା ଦେଇଥିଲେ। କାର୍ରେ ଧକ୍କା ଲାଗିବା ପରେ ରଣବୀର ଗାଡ଼ିରୁ ଓହ୍ଲାଇ ଗାଡ଼ିର ସ୍ଥିତି ପରଖି ଥିବାର ଦେଖାଯାଇଥିଲା।
ସୌଭାଗ୍ୟବସତଃ ଏହା ଏକ ଛୋଟ ଦୁର୍ଘଟଣା ଥିବାରୁ କାହାର ବି ବିଶେଷ କିଛି କ୍ଷତି ହୋଇନଥିଲା। ଗାଡ଼ିର ବିଶେଷ କ୍ଷତି ହୋଇ ନଥିବା ଦେଖି ସେଠାରୁ ଫେରି ଯାଇଥିଲେ ରଣବୀର। ଏହି ସମସ୍ତ ଘଟଣାକୁ ତାଙ୍କ କ୍ୟାମେରାରେ କଏଦ୍ କରିଥିଲେ ଜଣେ ଫଟୋଗ୍ରାଫର।/odishatv-khabar/media/post_attachments/indiatoday/images/bodyeditor/202010/5_735-x1280.jpg)
ସୂଚନା ଥାଉକି, ଖେଳ ଉପରେ ଆଧାରିତ କବୀର ଖାନଙ୍କ ଫିଲ୍ମ 83ରେ ନଜର ଆସିବେ ରଣବୀର ସିଂହ। ଏହି ଫିଲ୍ମଟି ଏପ୍ରିଲ ୨୦ ତାରିଖରେ ମୁକ୍ତିଲାଭ କରିବାର ଥିଲା। କିନ୍ତୁ କରୋନା ଭାଇରସ ସଂକ୍ରମଣ ପାଇଁ ଏହାର ରିଲିଜ୍ ଡେଟ୍କୁ ଘୁଞ୍ଚାଇ ଦେଇଥିଲା ପ୍ରଯୋଜନା ସଂସ୍ଥା। ରଣବୀର ଏହି ଫିଲ୍ମରେ ପୂର୍ବତନ କ୍ରିକେଟ୍ କ୍ୟାପ୍ଟେନ୍ କପିଲ ଦେବଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟି ୧୯୮୩ କ୍ରିକେଟ୍ ବିଶ୍ୱ କପ୍ ବିଜୟ ଉପରେ ଆଧାରିତ। ଏହି ଫିଲ୍ମରେ ରଣବୀରଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି ଦୀପିକା ପାଦୁକୋନ।
View this post on InstagramChota sa accident and all's well 🙏 #ranveersingh in Mumbai today #Thursday #manavmanglani
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ranbeer-singh_1625225733.jpg)