Advertisment

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ହରିବଂଶ ବନାମ ହରିପ୍ରସାଦ ଲଢ଼େଇ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଦେଖିବାକୁ ମିଳିଛି ହରିବଂଶ ବନାମ ହରିପ୍ରସାଦ ଲଢ଼େଇ। ନିର୍ବାଚନ ପାଇଁ ବିରୋଧୀଙ୍କ ମିଳିତ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସର ବି.କେ. ହରିପ୍ରସାଦ। ଆଜି ସେ ନିଜ ନାମାଙ୍କନ ଦାଖଲ କରିଛନ୍ତି। ହରିପ୍ରସାଦ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କୁ ମିଳିତ ଭାବେ ବିରୋଧୀ ଦଳଗୁଡ଼ିକ ପ୍ରାର୍ଥୀ କରିଛନ୍ତି। ହରିପ୍ରସାଦ ଏକଥା ମଧ୍ୟ କହିଛନ୍ତି, ବିଜେଡିର ସମର୍ଥନ ହାସଲ ଲାଗି କଂଗ୍ରେସ ନେତାମାନେ ବିଜେଡି ସହିତ ଆଲୋଚନା କରୁଛନ୍ତି। ସେପଟେ ଏନ୍‌ଡିଏ ତରଫରୁ ଜେଡିୟୁ ସାଂସଦ […]

author-image
Otv Khabar Bureau
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ହରିବଂଶ ବନାମ ହରିପ୍ରସାଦ ଲଢ଼େଇ

vlcsnap-error804

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଦେଖିବାକୁ ମିଳିଛି ହରିବଂଶ ବନାମ ହରିପ୍ରସାଦ ଲଢ଼େଇ। ନିର୍ବାଚନ ପାଇଁ ବିରୋଧୀଙ୍କ ମିଳିତ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସର ବି.କେ. ହରିପ୍ରସାଦ। ଆଜି ସେ ନିଜ ନାମାଙ୍କନ ଦାଖଲ କରିଛନ୍ତି। ହରିପ୍ରସାଦ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କୁ ମିଳିତ ଭାବେ ବିରୋଧୀ ଦଳଗୁଡ଼ିକ ପ୍ରାର୍ଥୀ କରିଛନ୍ତି।

Advertisment

ହରିପ୍ରସାଦ ଏକଥା ମଧ୍ୟ କହିଛନ୍ତି, ବିଜେଡିର ସମର୍ଥନ ହାସଲ ଲାଗି କଂଗ୍ରେସ ନେତାମାନେ ବିଜେଡି ସହିତ ଆଲୋଚନା କରୁଛନ୍ତି।

ସେପଟେ ଏନ୍‌ଡିଏ ତରଫରୁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହ ପ୍ରାର୍ଥୀ ହୋଇଛନ୍ତି। ସେ ମଧ୍ୟ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏନ୍‌ଡିଏ ପ୍ରାର୍ଥୀ ହରିବଂଶ ସିଂହ ବିଜେଡିର ସମର୍ଥନ ଲୋଡିଛନ୍ତି। ସଂସଦରେ ବିଜେଡିର ଦଳୀୟ ଅଫିସ୍‌ରେ ପହଞ୍ଚି ସମର୍ଥନ ଲୋଡ଼ିଛନ୍ତି ହରିବଂଶ ସିଂହ।

Advertisment
Advertisment
Advertisment