rajnatha singh
ନୂଆଦିଲ୍ଲୀ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଲେହ ଗସ୍ତରେ ଯାଇ ପୂର୍ବତନ ସେନା କର୍ମଚାରୀଙ୍କୁ ଭେଟିଛନ୍ତି । ପୂର୍ବତନ ସେନା କର୍ମଚାରୀଙ୍କ ସୁବିଧା ପାଇଁ ମୋଦି ସରକାରଙ୍କ ପକ୍ଷରୁ ୱାନ୍ ରାଙ୍କ୍ ୱାନ୍ ପେନସନ ଯୋଜନା ଘୋଷଣା କରାଯାଇଛି । ଏହାଦ୍ୱାରା ପୂର୍ବତନ ସେନା କର୍ମଚାରୀମାନେ ଅନେକ ଫାଇଦା ପାଇଛନ୍ତି ବୋଲି ପ୍ରତିରକ୍ଷା ମନ୍ରୀ କହିଛନ୍ତି । ୱାନ ରାଙ୍କ୍ ୱାନ ପେନସନ ଲାଗୁ ପାଇଁ ପୂର୍ବତନ ସେନା କର୍ମଚାରୀମାନେ ବହୁଦିନରୁ ଦାବିକରି ଆସୁଥିଲେ ।
ଏହି ଅବସରରେ ପ୍ରତିରକ୍ଷାମନ୍ତ୍ରୀ ପୂର୍ବତନ ସେନା କର୍ମଚାରୀଙ୍କ ସହ ମିଶିଥିଲେ । ତିନି ଦିନିଆ ଲଦାଖ ଗସ୍ତରେ ଥିବା ପ୍ରତିରକ୍ଷାମନ୍ତ୍ରୀ ସେନା ପକ୍ଷରୁ ଏକାଧିକ ଉନ୍ନୟନମୂଳକ ଓ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବେ । ବିଆରଓ ପକ୍ଷରୁ ନିର୍ମାଣ ହୋଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ପୋଲ ଓ ନିର୍ମାଣର ଶୁଭାରମ୍ଭ ବି କରିବେ ରାଜନାଥ । ଏହାସହ ସୀମାରେ ମୁତୟନ ଯବାନଙ୍କ ସହ ଆଲୋଚନା କରିବେ । ପାଙ୍ଗଙ୍ଗ ଓ ସିଆଚୀନ ଅଞ୍ଚଳରେ ସେନା ମୁତୟନ, ରଣନୀତିକୁ ନେଇ ସବିଶେଷ ଆଲୋଚନା କରିପାରନ୍ତି ପ୍ରତିରକ୍ଷା ମନ୍ତ୍ରୀ ।
ସେପଟେ ଆସନ୍ତା ବର୍ଷ ନୌସେନାରେ ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନବାହୀ ଯୁଦ୍ଧପୋତ INS ବିକ୍ରାନ୍ତ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସୂଚନା ଦେଇଛନ୍ତି । କେରଳର କୋଚି ସିପ୍ ୟାର୍ଡରେ ବିକ୍ରାନ୍ତ ନିର୍ମାଣ କାମ ଅନୁଧ୍ୟାନ କଲା ପରେ ଏହା କହିଥିଲେ ରାଜନାଥ ।
କର୍ଣ୍ଣାଟକ କରୱାରରେ ନୌସେନା ପ୍ରକଳ୍ପ ପରିଦର୍ଶନ ପରେ କୋଚି ପହଞ୍ଚିଥିଲେ ରାଜନାଥ । କୋଚି ସିପ୍ ୟାର୍ଡରେ ବିକ୍ରାନ୍ତ ନିର୍ମାଣ ଅଗ୍ରଗତିର ଅନୁଧ୍ୟାନ କରିବା ପରେ ସେ ଏହା କହିଥିଲେ । ଭାରତର ଏହି ଇଣ୍ଡିଜିନିୟସ ଏୟାରକ୍ରାଫ୍ଟ କ୍ୟାରିୟର ଆସନ୍ତାବର୍ଷ ଦେଶର ୭୫ତମ ସ୍ୱାଧୀନତା ଦିବସ ପୂର୍ତ୍ତୀ ଅବସରରେ ଉପଯୁକ୍ତ ଉପହାର ବୋଲି କହିଥିଲେ ରାଜନାଥ ।
ବିକ୍ରାନ୍ତ ଭାରତର ଗର୍ବ ଓ ଆତ୍ମନିର୍ଭର ଭାରତ ଅଭିଯାନର ଜ୍ୱଳନ୍ତ ଉଦାହରଣ । ଆସନ୍ତା ମାସରେ ସ୍ୱଦେଶୀ ଏୟାରକ୍ରାଫଟ କ୍ୟାରିୟର ବିକ୍ରାନ୍ତର ସି-ଟ୍ରାଏଲ ହେବ । ୨୦୨୨ ମଧ୍ୟ ଭାଗ ସୁଦ୍ଧା ଏହାକୁ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ସାମିଲ କରିନିଆଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/rajnatha-singh_1624788683.jpg)