minor-girl
ଜୟପୁର: ରାଜସ୍ଥାନ ସୱାଇ ମଧୂପୁର ନାବାଳିକା ଦୁଷ୍କର୍ମ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ମୁଖ୍ୟ ଓ ଦୁଇ କଂଗ୍ରେସ କର୍ମୀ ମଧ୍ୟ ଅଛନ୍ତି।
ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏସ୍ପି ଓ.ପି ସୋଲାଙ୍କି କହିଛନ୍ତି, ନାବାଳିକା ପୀଡ଼ିତା ଜଣଙ୍କ ଭିନ୍ନ ଭିନ୍ନ ସ୍ଥାନରେ ୮ ଥର ଦୁଷ୍କର୍ମର ଶିକାର ହୋଇଛନ୍ତି।, ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ମୁଖ୍ୟ ସୁନିତା ବର୍ମା, ଏବଂ ଦୁଇଜଣ ସରକାରୀ କର୍ମଚାରୀ ମଧ୍ୟ ସାମିଲ ଥିବା ନେଇ ଏସ୍ପି କହିଛନ୍ତି।
ତେବେ ସୁନୀତା ସହଯୋଗୀ ହୀରା ଲାଲ୍ ଓ ପୁନମ ଚୌଧୁରୀଙ୍କ ନାଁରେ ବି ମାମଲା ରୁଜୁ ହୋଇଛି। ଏହି ଦୁଇଜଣଙ୍କର କଂଗ୍ରେସ ଦଳ ସହିତ ସମ୍ପର୍କ ରହିଥିବା ଏସ୍ପି ସୋଲାଙ୍କି ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନ୍ଆଇକୁ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/minor-girl_1625277123.jpg)