Advertisment

ବଢ଼ିଲା ଆଗୁଆ ରିଜର୍ଭେସନ୍‌ ପାଇଁ ଟ୍ରେନ୍‌ ଟିକେଟ୍‌ ବୁକିଂ ଅବଧି

ନୂଆଦିଲ୍ଲୀ: ଟ୍ରେନ୍‌ରେ ଯାତ୍ରା ପାଇଁ ଯୋଜନା କରୁଥିବା ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ସ୍ୱତନ୍ତ୍ର ରାଜଧାନୀ ଏକ୍ସପ୍ରେସ୍‌ ଓ ସ୍ୱତନ୍ତ୍ର ମେଲ୍‌ ଏକ୍ସପ୍ରେସ୍‌ ଟ୍ରେନ୍ ଗୁଡିକର ଆଗୁଆ ରିଜର୍ଭେସନ୍‌ ଟିକେଟ୍‌ ବୁକିଂ ସମୟ ସୀମା ୩୦ ଦିନରୁ ୧୨୦ ଦିନକୁ ବୃଦ୍ଧି କରାଯାଇଛି। ଏନେଇ ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। Indian Railways has decided that for all trains notified to run, the advance reservation period (ARP) shall be […]

author-image
Rajalaxmi Sahoo
ବଢ଼ିଲା ଆଗୁଆ ରିଜର୍ଭେସନ୍‌ ପାଇଁ ଟ୍ରେନ୍‌ ଟିକେଟ୍‌ ବୁକିଂ ଅବଧି

train

ନୂଆଦିଲ୍ଲୀ: ଟ୍ରେନ୍‌ରେ ଯାତ୍ରା ପାଇଁ ଯୋଜନା କରୁଥିବା ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ସ୍ୱତନ୍ତ୍ର ରାଜଧାନୀ ଏକ୍ସପ୍ରେସ୍‌ ଓ ସ୍ୱତନ୍ତ୍ର ମେଲ୍‌ ଏକ୍ସପ୍ରେସ୍‌ ଟ୍ରେନ୍ ଗୁଡିକର ଆଗୁଆ ରିଜର୍ଭେସନ୍‌ ଟିକେଟ୍‌ ବୁକିଂ ସମୟ ସୀମା ୩୦ ଦିନରୁ ୧୨୦ ଦିନକୁ ବୃଦ୍ଧି କରାଯାଇଛି। ଏନେଇ ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।

Advertisment

କରୋନା ଯୋଗୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ମାର୍ଚ୍ଚ ୨୫ ପରଠାରୁ ଟ୍ରେନ୍ ସେବା ବନ୍ଦ ରହିଥିଲା। ଏହାପରେ ମେ’ ପହିଲାରୁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀମାନଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଗଡ଼ିଥିଲା। ମେ’ ୧୨ରୁ ୧୫ ଯୋଡା ଟ୍ରେନ୍ ଚଳାଚଳ ଆରମ୍ଭ କରିଥିଲା। ରାଜଧାନୀ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ୧୫ଟି ସହରକୁ ଏହି ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ ହୋଇଛି।

Advertisment

ସୂଚନାଥାଉ କି, ଆସନ୍ତା ଜୁନ୍ ପହିଲାରୁ ଅତିରିକ୍ତ ୨ଶହ ଯାତ୍ରୀବାହୀ ଟ୍ରେନ୍ ଚାଲିବାକୁ ଥିବାବେଳେ ମେ’ ୨୧ରୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ ଆରମ୍ଭ ହୋଇଥିଲା। ତେବେ ଟିକେଟ୍‌ କନ୍‌ଫର୍ମ ଥିବା ଯାତ୍ରୀମାନେ ହିଁ କେବଳ ଷ୍ଟେସନ୍‌ ଭିତରେ ପ୍ରବେଶ କରିପାରିବେ।

Tickets Booking Indian Railways Train Tickets Booking Train Tickets
Advertisment
Advertisment