/odishatv-khabar/media/post_attachments/uploadimage/library/16_9/16_9_0/train_1620317475.jpg)
train
ନୂଆଦିଲ୍ଲୀ: ପୁଣିଥରେ ଟ୍ରେନ୍ ସେବାକୁ ରୋକିଲା ମହାମାରୀ କରୋନା। ଆସନ୍ତା ୯ ତାରିଖରୁ ଦେଶବ୍ୟାପୀ ୨୮ଟି ଏକ୍ସପ୍ରେସ ତଥା ସ୍ପେଶାଲ ଟ୍ରେନ୍ ଚଳାଚଳକୁ ବାତିଲ କରିବାକୁ ରେଲୱେ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଲଗାତାର ଭାବେ ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୮ଟି ଟ୍ରେନକୁ ମେ ୯ରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନହେବା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ। ଏହି ୨୮ଟି ଟ୍ରେନ ମଧ୍ୟରେ ଶତାବ୍ଦୀ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ, ବନ୍ଦେ ଭାରତ ଏକ୍ସପ୍ରେସ ଓ ଦୂରନ୍ତ ଏକ୍ସପ୍ରେସ ରହିଛି।
ମିଳିଥିବା ସୂଚନା ଅନୁସାରେ, ବଢ଼ିଚାଲିଥିବା କରୋନା ସଂକ୍ରମଣ ସ୍ଥିତି ଏବଂ ଯାତ୍ରୀଙ୍କ ସଂଖ୍ୟା ହ୍ରାସକୁ ଦେଖି ଅନିର୍ଦ୍ଦିଷ୍ଟ କାଳ ଯାଏ ଟ୍ରେନ୍ ସେବାକୁ ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଛି। ବିଶେଷ କରି ଦିଲ୍ଲୀ ଦେଇ ବିଭିନ୍ନ ରାଜ୍ୟକୁ ଚଳାଚଳ କରୁଥିବା ଟ୍ରେନ ସେବାକୁ ସାମୟିକ ଭାବେ ବାତିଲ୍ କରାଯାଇଛି। ତେବେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିଲେ ଯାଇ ପୁଣି ଥରେ ଏସବୁ ଟ୍ରେନ୍ ଚାଲିପାରେ ବୋଲି ଆଶଙ୍କା କରାଯାଉଛି।
- କରୋନା ସଂକ୍ରମଣ ଓ କମ୍ ଯାତ୍ରୀ ଯୋଗୁଁ ପୂର୍ବତଟ ରେଲୱେର ପଦକ୍ଷେପ
- ୪ ଯୋଡ଼ା ସ୍ପେଶାଲ ଟ୍ରେନ୍ ସାମୟିକ ବାତିଲ୍ କଲା ପୂର୍ବତଟ ରେଲୱେ
- ଆସନ୍ତା ୮ରୁ ୨୨ ଯାଏ ଭୁବନେଶ୍ୱର-ଜଗଦଲପୁର ସ୍ପେଶାଲ ଟ୍ରେନ୍ ବାତିଲ୍
- ଆସନ୍ତା ୯ରୁ ୨୩ ଯାଏ ଜଗଦଲପୁର-ଭୁବନେଶ୍ୱର ସ୍ପେଶାଲ ଟ୍ରେନ୍ ବାତିଲ୍
- କାଲିଠୁ ୨୧ ଯାଏ ବିଶାଖାପାଟଣା-କିରନ୍ଦୁଲ ସ୍ପେଶାଲ ଟ୍ରେନ୍ ବାତିଲ୍
- ୮ରୁ ୨୨ ତାରିଖ ଯାଏ କିରନ୍ଦୁଲ-ବିଶାଖାପାଟଣା ସ୍ପେଶାଲ୍ ଟ୍ରେନ୍ ବାତିଲ୍
- କାଲିଠୁ ୩୦ ଯାଏ ତିରୁପତି-ବିଶାଖାପାଟଣା ସ୍ପେଶାଲ ଟ୍ରେନ୍ ବାତିଲ୍
- ୮ରୁ ୩୧ ତାରିଖ ଯାଏ ବିଶାଖାପାଟଣା-ତିରୁପତି ସ୍ପେଶାଲ ଟ୍ରେନ୍ ବାତିଲ୍
- ୮ରୁ ୨୯ ଯାଏ ସିକନ୍ଦରାବାଦ-ବିଶାଖାପାଟଣା ସ୍ପେଶାଲ ଟ୍ରେନ୍ ବାତିଲ୍
- ୯ରୁ ୩୦ ତାରିଖ ଯାଏ ବିଶାଖାପାଟଣା-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍ ବାତିଲ୍
/odishatv-khabar/media/post_attachments/wp-content/uploads/2021/05/Capture-2-1.jpg)
/odishatv-khabar/media/post_attachments/wp-content/uploads/2021/05/Capture-4-1.jpg)
/odishatv-khabar/media/post_attachments/wp-content/uploads/2021/05/Capture-5-1.jpg)
/odishatv-khabar/media/post_attachments/wp-content/uploads/2021/05/Capture-6-1.jpg)
/odishatv-khabar/media/post_attachments/wp-content/uploads/2021/05/Capture-7-1.jpg)
ଦେଶରେ ଆଜି ୪ ଲକ୍ଷ ୧୨ ହଜାର ୨୬୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୦ ଲକ୍ଷ ୭୭ ହଜାର ୪୧୦କୁ ବୃଦ୍ଧି ପାଇଛି। ଆଉ ଏହାରି ମଧ୍ୟରେ ଦେଶରେ ଦିନକରେ ୩ ହଜାର ୯୮୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୨ ଲକ୍ଷ ୩୦ ହଜାର ୧୬୮କୁ ବୃଦ୍ଧି ପାଇଛି। ଠିକ୍ ସେହିପରି ଆକ୍ଟିଭ୍ କେସ୍- ୩୫,୬୬,୩୯୮ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି- ୧,୭୨,୮୦,୮୪୪। ସେପଟେ ଏଯାବତ ୧୬ କୋଟି ୨୫ ଲକ୍ଷ ୧୩ ହଜାର ୩୩୯ ଡୋଜ୍ ଟିକାକରଣ କରାଯାଇଥବା ସ୍ୱାସ୍ଥ୍ୟ ମନ୍ତ୍ରଣାଲୟ ପକ୍ଷରୁ ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)