congress
ନୂଆଦିଲ୍ଲୀ: କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଆସିଲେ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିବ। ଆଜି ବିଜୟଓ୍ୱାଡାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଜନତାଙ୍କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଏହି ପ୍ରତିଶ୍ରୁତି ଦେଇଛନ୍ତି।
କେବଳ କଂଗ୍ରେସ କିମ୍ବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନୁହେଁ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପ୍ରତିଶ୍ରୁତି ଦେଶର ବୋଲି କହି ରାହୁଲ ଜନତାଙ୍କୁ ସମ୍ବୋଧିତ କରିଛନ୍ତି।
ବିଜୟଓ୍ୱାଡାରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫ ବର୍ଷର ଶାସନକୁ ସମାଲୋଚନା କରିଥିଲେ। ଯେଉଁ ପ୍ରତିଶ୍ରୁତି ଦେଇ ପ୍ରଧାନମନ୍ତ୍ରୀ କ୍ଷମତାକୁ ଆସିଥିଲେ ତାକୁ ପୂରଣ କରିବାରେ ସେ ବିଫଳ ହୋଇଛନ୍ତି ବୋଲି ରାହୁଲ କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/congress-123-1_1626759480.jpg)