Advertisment

ଆମେ ଦୁଇ ଆମର ଦୁଇ କଥା ଉଠାଇ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍; କହିଲେ, ଦେଶକୁ ଚଳାଉଛନ୍ତି ୪ ଜଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଆମେ ଦୁଇ, ଆମର ଦୁଇ ପଲିସିରେ ଚଳାଉଛନ୍ତି। ୪ ଜଣ ଲୋକ ଦେଶକୁ ଶାସନ କରୁଛନ୍ତି ବୋଲି କହି ବିଜେପିକୁ ଶାଣିତ ଆକ୍ରମଣ କରିଛନ୍ତି କଂଗ୍ରେସ ୱାୟନଡ଼ ସାଂସଦ ରାହୁଲ ଗାନ୍ଧି। ଆଜି ଲୋକସଭାରେ କୃଷକ ଆନ୍ଦୋଳନ ଘଟଣା ଉଠାଇବା ବେଳେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଏଭଳି ଜୋରଦାର ବର୍ଷିଛନ୍ତି ରାହୁଲ ଗାନ୍ଧି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ସଂସଦରେ ରାହୁଲ କହିଛନ୍ତି “ଫ୍ୟାମିଲି […]

ଆମେ ଦୁଇ ଆମର ଦୁଇ କଥା ଉଠାଇ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍; କହିଲେ, ଦେଶକୁ ଚଳାଉଛନ୍ତି ୪ ଜଣ

rahul-gandhi

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଆମେ ଦୁଇ, ଆମର ଦୁଇ ପଲିସିରେ ଚଳାଉଛନ୍ତି। ୪ ଜଣ ଲୋକ ଦେଶକୁ ଶାସନ କରୁଛନ୍ତି ବୋଲି କହି ବିଜେପିକୁ ଶାଣିତ ଆକ୍ରମଣ କରିଛନ୍ତି କଂଗ୍ରେସ ୱାୟନଡ଼ ସାଂସଦ ରାହୁଲ ଗାନ୍ଧି। ଆଜି ଲୋକସଭାରେ କୃଷକ ଆନ୍ଦୋଳନ ଘଟଣା ଉଠାଇବା ବେଳେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଏଭଳି ଜୋରଦାର ବର୍ଷିଛନ୍ତି ରାହୁଲ ଗାନ୍ଧି।

Advertisment

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ସଂସଦରେ ରାହୁଲ କହିଛନ୍ତି “ଫ୍ୟାମିଲି ପ୍ଲାନିଂ ବେଳେ ଆପଣମାନେ ସମସ୍ତେ ଶୁଣିଥିବେ ଯେ ଆମେ ଦୁଇ, ଆମର ଦୁଇ। ଏହି ସ୍ଲୋଗାନର ଅର୍ଥକୁ ଆଜି ସରକାର ବଦଳାଇ ଦେଇଛନ୍ତି। ଆଜି ଦେଶକୁ ୪ ଜଣ ଲୋକ ଚଳାଉଛନ୍ତି। ସେମାନେ କହୁଛନ୍ତି, ଆମେ ଦୁଇ, ଆମର ଦୁଇ।” ତେବେ କେଉଁ ଚାରିଜଣ ଦେଶ ଚଳାଉଛନ୍ତି ବୋଲି ନା ନେଇନଥିଲେ ବି ସମସ୍ତେ ଏହି ୪ ଜଣଙ୍କୁ ଭଲ ଭାବେ ଜାଣିଛନ୍ତି ବୋଲି ରାହୁଲ କହିଛନ୍ତି।

ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ଦୁଇମାସରୁ ଅଧିକ ଦିନ ହେବା କୃଷକ ଆନ୍ଦୋଳନକୁ ନେଇ ସେ କହିଛନ୍ତି ଯେ ଚାଷୀ ଆନ୍ଦୋଳନକୁ ଯେମିତି ଦେଖାଯାଉଛି, ବାସ୍ତବରେ ସେମିତି ଚାଲିନି। ଯଦି ଆପଣମାନେ ଭାବୁଛନ୍ତି ଏହା କେବଳ ଚାଷୀଙ୍କ ଆନ୍ଦୋଳନ, ତା’ହେଲେ ଆପଣମାନେ ଭୁଲ ଭାବୁଛନ୍ତି। ଏହା ସମଗ୍ର ଭାରତର ଆନ୍ଦୋଳନ। ଏହାକୁ କେବଳ ଚାଷୀମାନେ ନେତୃତ୍ୱ ନେଉଛନ୍ତି। କୃଷି ଆଇନ କେବଳ ଚାଷୀଙ୍କୁ ନୂନ୍ୟ କରିବ ନାହିଁ ବରଂ ଏହାର ଭୟଙ୍କର କୁପ୍ରଭାବ ଛୋଟ ଛୋଟ ଦୋକାନୀ ଓ ବ୍ୟବସାୟୀଙ୍କ ଉପରେ ମଧ୍ୟ ପଡ଼ିବ ବୋଲି ରାହୁଲ କହିଛନ୍ତି।

Advertisment

କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ପାଇଁ ଏହା ଶକ୍ତ ଧକ୍କା। ଏହା ଭାରତର ଗ୍ରାମୀଣ ଅର୍ଥନୀତିକୁ ଧ୍ୱଂସ କରିଦେବ। ଭାରତ କେବେ ହେଲେ ଅଭିବୃଦ୍ଧି କରିପାରିବ ନାହିଁ। ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ନାହିଁ। କାରଣ ଆମେ ଦୁଇ, ଆମର ଦୁଇଙ୍କ ଲାଭ ପାଇଁ ଦେଶର ମେରୁଦଣ୍ଡକୁ ଭାଙ୍ଗି ଦେବାକୁ ଚେଷ୍ଟା କରାଯାଉଛି ବୋଲି ରାହୁଲ କହିଛନ୍ତି।

ରାହୁଲ ଗାନ୍ଧି ସଂସଦରେ କହିବା ବେଳେ କ୍ରମାଗତ ଭାବେ ବିଜେପି ସଦସ୍ୟମାନେ ତାଙ୍କୁ ବିରୋଧ କରିଥିଲେ। ତଥାପି ରାହୁଲ ନିଜର ଭାଷଣ ଜାରି ରଖିଥିଲେ। ସେ କହିଥିଲେ, ପ୍ରଥମ କୃଷି ଆଇନର ଉଦ୍ଦେଶ୍ୟ ହେଲା ଚାଷୀମାନେ ନିଜର ଉତ୍ପାଦ ସାମଗ୍ରୀକୁ କିଛି ଶିଳ୍ପପତିଙ୍କୁ ବିକ୍ରି କରିବେ। ଏମାନଙ୍କ ମଧ୍ୟରେ ଥିବା ଜଣେ ଶିଳ୍ପପତିଙ୍କୁ ଆପଣମାନେ ଭଲ ଭାବେ ଜାଣିଥିବେ। ସେ ସରକାରଙ୍କ ପ୍ରଥମ ବନ୍ଧୁ।

Advertisment

ଦ୍ୱିତୀୟ କୃଷି ଆଇନ ଜରିଆରେ ସରକାର ତାଙ୍କ ଦ୍ୱିତୀୟ ବନ୍ଧୁଙ୍କୁ ଫାଇଦା ଦେବାକୁ ଚାହୁଁଛନ୍ତି। ଚାଷୀ, ଶ୍ରମିକ, ଛୋଟ ଦୋକାନୀ, ମଧ୍ୟସ୍ଥି ଓ ମଧ୍ୟମ ଉଦ୍ୟୋଗୀଙ୍କୁ ଧ୍ୱଂସ କରିବା ସରକାରଙ୍କ ଉଦ୍ଦେଶ୍ୟ ବୋଲି ୩ଟି ଯାକ କୃଷି ଆଇନରୁ ସ୍ପଷ୍ଟ ହୋଇଯାଇଛି। ଏହି ବର୍ଗର ଲୋକଙ୍କ ଠାରୁ ଟଙ୍କା ନେଇ ସରକାର ତାଙ୍କ ଶିଳ୍ପପତି ବନ୍ଧୁମାନଙ୍କୁ ଦେବାକୁ ଲକ୍ଷ୍ୟ ରଖିଥିବା ରାହୁଲ କହିଛନ୍ତି।

ରାହୁଲ ଆହୁରି କହିଛନ୍ତି, “ଦେଶର ଚାଷୀ ଓ ଶ୍ରମିକମାନେ ସରକାରଙ୍କୁ ଧ୍ୱଂସ କରିଦେବେ। ଆପଣ କେବେ ହେଲେ ସେମାନଙ୍କ ବିରୋଧରେ ଜିତି ପାରିବେନି। ଚାଷୀମାନେ ଗୋଟିଏ ଇଞ୍ଚ ବି ପଛକୁ ହଟିବେନି। ଆପଣଙ୍କୁ କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡ଼ିବ। ଶେଷରେ ଆପଣ ହାରିବେ। ଏକଥା ମନେ ରଖିଥିବେ।”

ଗତକାଲି ପ୍ରଧାନମନ୍ତ୍ରୀ ନୂଆ କୃଷି ଆଇନ୍‌ର କଣ୍ଟେଣ୍ଟ‌ ଓ ଇନ୍‌ଟେଣ୍ଟ କଂଗ୍ରେସ ବୁଝୁ ନାହିଁ ବୋଲି କହି ବିରୋଧୀ ଦଳ ଉପରେ କଟାକ୍ଷ କରିଥିଲେ। ଆଜି ତାହାର ଜବାବ ରଖିଛନ୍ତି ରାହୁଲ। ସେ କହିଛନ୍ତି " ବିରୋଧୀଦଳକୁ ଟିପ୍ପଣୀ କରି ମୋଦି କହିଥିଲ ଯେ ବିରୋଧୀ କୃଷି ଆଇନ୍‌ର କଣ୍ଟେଣ୍ଟ ଓ ଇନ୍‌ଣ୍ଟେଣ୍ଟ କଥା କହୁ ନାହିଁ। ତେଣୁ ଆଜି ଭାବୁଛି ତିନି କୃଷି ଆଇନ୍‌ର କଣ୍ଟେଣ୍ଟ ଓ ଇଣ୍ଟେଣ୍ଟ ସମ୍ପର୍କରେ କଥା ହେବି। " ଏହାପରେ ପ୍ରଥମେ ଆଇନ୍‌ର କଣ୍ଟେଣ୍ଟ ବୁଝାଇବାକୁ ଯାଇ ରାହୁଲ କହିଛନ୍ତି " ଏବେ ପ୍ରତ୍ୟେକ ବ୍ୟକ୍ତି ଯେ କୌଣସି ସ୍ଥାନରୁ ଯେତେ ଚାହିଁବ ସେତେ ଫସଲ ଓ ପନିପରିବା କିଣିପାରିବ। ତେଣୁ କିଏ କାହିଁକି ଫସଲ କିଣିବାକୁ ମଣ୍ଡିକୁ ଯିବ? ତେଣୁ ପ୍ରଥମ ଆଇନ୍‌ର ମାନେ ହେଲା ମଣ୍ଡିକୁ ନଷ୍ଟ କରିବା।

ସେହିଭଳି ଦ୍ୱତୀୟ ଆଇନ୍ ସମ୍ପର୍କରେ ବୁଝାଇବାକୁ ଯାଇ ରାହୁଲ କହିଛନ୍ତି " ଦ୍ୱିତୀୟ ନିୟମରେ କଣ୍ଟେଣ୍ଟର ମାନେ ହେଲା ବହୁ ବଡ଼ ବଡ଼ ଉଦ୍ୟୋଗ ପତି ଯେତେ ପାରିବେ ସେତେ ଫସଲଓ ପନିପରିବା ଷ୍ଟୋର୍ କରି ରଖିପାରିବେ। ତେଣୁ ଦ୍ୱିତୀୟ ଆଇନ୍‌ର ଅର୍ଥ ହେଲା ଅତ୍ୟାବଶ୍ୟକୀୟ ସାମଗ୍ରୀ ଆକ୍ଟକୁ ନଷ୍ଟ କରିବା। ଯାହାର ଉଦ୍ଦେଶ୍ୟ ହେଲା ଦେଶରେ ଅନିୟନ୍ତ୍ରିତ ଭାବେ ଖାଦ୍ୟ ସାମଗ୍ରୀ ଜମା ରଖିବା।"

ସେହିଭଳି ତୃତୀୟ ଆଇନ୍‌ର କଣ୍ଟେଣ୍ଟ ସମ୍ପର୍କରେ ସୂଚନା ଦେଇ ରାହୁଲ କହିଛନ୍ତି " ଯେବେ କୃଷକ କୌଣସି ବଡ଼ କମ୍ପାନୀ ଠାରୁ ଉଚିତ ମୂଲ୍ୟ ମାଗିବ ଆଉ ଯଦି କମ୍ପାନୀ ତାହା ନ ଦିଏ ତେବେ ସିଏ ଅଦାଲତ ଯାଇପାରିବ ନାହିଁ। "

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ