Advertisment

ରାହୁଲ ଗାନ୍ଧି କହିଲେ, ସରକାରକୁ ଆସିଲେ ନୂଆ କୃଷି ନିୟମ ହଟାଇ ଦେବୁ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିଷୟରେ ଦେଶର ବିଭିନ୍ନ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ହେଉଛି। ପଞ୍ଜାବରେ ଏହାକୁ ଜୋର୍‌ଦାର ବିରୋଧ କରାଯାଉଛି। ଏହି ପ୍ରଦର୍ଶନରେ ଯୋଗ ଦେବା ପାଇଁ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପଞ୍ଜାବର ମୋଗାରେ ପହଞ୍ଚିଥିଲେ। ସେଠାରେ କୃଷକଙ୍କୁ ପ୍ରତିଶ୍ରୁତି ଦେଇ ରାହୁଲ କହିଥିଲେ, ଆମେ ସରକାରଙ୍କୁ ଆସିଲେ କୃଷି କ୍ଷେତ୍ର ସହିତ ଜଡିତ ଏହି ତିନୋଟି ଆଇନ୍‌କୁ ହଟାଇଦେବୁ। ସେ ଆହୁରି ମଧ୍ୟ କହିଥିଲେ ଯେ ମୋଦି ବର୍ତ୍ତମାନର MSP […]

ଅଦ୍ୟତନ ହୋଇଛି
ରାହୁଲ ଗାନ୍ଧି କହିଲେ, ସରକାରକୁ ଆସିଲେ ନୂଆ କୃଷି ନିୟମ ହଟାଇ ଦେବୁ

rahul

Advertisment

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ୍ ବିଷୟରେ ଦେଶର ବିଭିନ୍ନ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ହେଉଛି। ପଞ୍ଜାବରେ ଏହାକୁ ଜୋର୍‌ଦାର ବିରୋଧ କରାଯାଉଛି। ଏହି ପ୍ରଦର୍ଶନରେ ଯୋଗ ଦେବା ପାଇଁ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପଞ୍ଜାବର ମୋଗାରେ ପହଞ୍ଚିଥିଲେ।

Advertisment

ସେଠାରେ କୃଷକଙ୍କୁ ପ୍ରତିଶ୍ରୁତି ଦେଇ ରାହୁଲ କହିଥିଲେ, ଆମେ ସରକାରଙ୍କୁ ଆସିଲେ କୃଷି କ୍ଷେତ୍ର ସହିତ ଜଡିତ ଏହି ତିନୋଟି ଆଇନ୍‌କୁ ହଟାଇଦେବୁ। ସେ ଆହୁରି ମଧ୍ୟ କହିଥିଲେ ଯେ ମୋଦି ବର୍ତ୍ତମାନର MSP ଓ APMC ବ୍ୟବସ୍ଥାକୁ ନଷ୍ଟ କରିଦେବାକୁ ଚାହୁଁଛନ୍ତି। କଂଗ୍ରେସ ଏହାକୁ କେବେ ଗ୍ରହଣ କରିପାରିବ ନାହିଁ।

ଏତେ ତରତର ହୋଇ କୃଷି ଆଇନ୍‌ କାହିଁକି ଆସିଲା। ଏ ବିଷୟର ଲୋକସଭା ଓ ରାଜ୍ୟସଭାରେ ଆଲୋଚନା ହେବାର ଥିଲା। କୃଷକ ପାଇଁ ଆଇନ କରୁଛ, ତେବେ ଏ ବିଷୟରେ ଖୋଲାଖୋଲି ଆଲୋଚନା କରିବାର ଥିଲା। ଯଦି କୃଷକ ଏଥିରେ ଖୁସୀ ଅଛନ୍ତି ତେବେ ଏତେ ଆନ୍ଦୋଳନ କାହିଁକି ହେଉଛି ବୋଲି ରାହୁଲ କହିଥିଲେ।

Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରି ରାହୁଲ୍ କହିଥିଲେ, ୬ ମାସ ହେବ ମୋଦି ମିଛ ପରେ ମିଛ କହୁଛନ୍ତି। ପ୍ରଥମେ ବିମୁଦ୍ରାକରଣ ପରେ ଜିଏସ୍‌ଟି ଏବେ କୋଭିଡ୍ ଆସିଲା। ଉଦ୍ୟୋଗପତିଙ୍କ ଋଣ ଛାଡ଼ ହେଉଛି କିନ୍ତୁ କୃଷକର ହେଇପାରୁ ନାହିଁ ବୋଲି ରାହୁଲ କହିଥିଲେ। ଇଏ ମୋଦି ସରକାର ନୁହେଁ, ଆଦାନୀ ଓ ଅମ୍ବାନୀଙ୍କ ସରକାର ବୋଲି ଟାର୍ଗେଟ୍ କରିବା ସହିତ କୃଷକଙ୍କ ପାଇଁ ସମର୍ଥନ ଜଣାଇ ରାହୁଲ କହିଥିଲେ, ଆମେ ସବୁବେଳ କୃଷକ ପଛରେ ରହିଛୁ ଓ ଇଞ୍ଚେ ବି ଏଥିରୁ ଓହରିବୁନି।

କଂଗ୍ରେସର ‘କ୍ଷେତ ବଞ୍ଚାଅ ଅଭିଯାନ’ରେ ରାହୁଲ ପଞ୍ଜାବର ଅନେକ ସ୍ଥାନରେ କୃଷକଙ୍କ ସହିତ ଜନସେବା ଆୟୋଜିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅନୁସାରେ ରାହୁଲ ଆଜି ପଞ୍ଜାବର ମୋଗାରେ ପହଞ୍ଚି ଟ୍ରାକ୍ଟର ରାଲି କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ