Advertisment

ଆସନ୍ତାକାଲି ଭାରତରେ ପହଞ୍ଚିବ ରାଫେଲ୍

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆସନ୍ତାକାଲି ଭାରତ ପହଞ୍ଚିବ ରାଫେଲ ଫାଇଟର ପ୍ଲେନ୍। ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରିଥିବା ୫ଟି ରାଫେଲ୍ ୭୩୬୪ କିଲୋମିଟରର ଲମ୍ବା ଯାତ୍ରା ପରେ ହରିଆଣା ଅମ୍ବାଲା ଏୟାରବେସରେ ପହଞ୍ଚିବ। ବାୟୁସେନାର ୧୨ ଜଣ ଯୋଦ୍ଧା ପାଇଲଟ୍ ଏହାକୁ ଉଡ଼ାଇ ଆଣୁଛନ୍ତି। ରାସ୍ତାରେ ଆବୁଧାବିରେ କିଛି ସମୟ ପାଇଁ ରହଣି ପରେ ପୁଣି ମଙ୍ଗଳବାର ସକାଳୁ ପାଇଲଟ୍ ଉଡ଼ାଣ ଆରମ୍ଭ କରିଥିଲେ। ଉଡ଼ାଣ ବେଳେ ମଝି ଆକାଶରେ ଇନ୍ଧନ ଭର୍ତ୍ତି ହୋଇଥିଲା। […]

author-image
Ranjeet Kumar Jena
ଆସନ୍ତାକାଲି ଭାରତରେ ପହଞ୍ଚିବ ରାଫେଲ୍

rafeal

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆସନ୍ତାକାଲି ଭାରତ ପହଞ୍ଚିବ ରାଫେଲ ଫାଇଟର ପ୍ଲେନ୍। ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରିଥିବା ୫ଟି ରାଫେଲ୍ ୭୩୬୪ କିଲୋମିଟରର ଲମ୍ବା ଯାତ୍ରା ପରେ ହରିଆଣା ଅମ୍ବାଲା ଏୟାରବେସରେ ପହଞ୍ଚିବ। ବାୟୁସେନାର ୧୨ ଜଣ ଯୋଦ୍ଧା ପାଇଲଟ୍ ଏହାକୁ ଉଡ଼ାଇ ଆଣୁଛନ୍ତି। ରାସ୍ତାରେ ଆବୁଧାବିରେ କିଛି ସମୟ ପାଇଁ ରହଣି ପରେ ପୁଣି ମଙ୍ଗଳବାର ସକାଳୁ ପାଇଲଟ୍ ଉଡ଼ାଣ ଆରମ୍ଭ କରିଥିଲେ। ଉଡ଼ାଣ ବେଳେ ମଝି ଆକାଶରେ ଇନ୍ଧନ ଭର୍ତ୍ତି ହୋଇଥିଲା। ଫ୍ରାନ୍ସ ବିମାନବନ୍ଦରରେ ଭାରତୀୟ ରାଷ୍ଟ୍ରଦୂତ ଜାଭେଦ୍ ଅସରଫ୍ ପାଇଲଟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

Advertisment

https://twitter.com/IAF_MCC/status/1288052402583527427?s=20

ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଥିବା ରାଫେଲ୍ ଫାଇଟର ପ୍ଲେନକୁ ଉଡ଼ାଇବା ଲାଗି ବାୟୁସେନାର ଯୋଦ୍ଧାଙ୍କୁ ବିଶେଷ ରୂପେ ଟ୍ରେନିଂ ଦିଆଯାଇଛି। ଫ୍ରାନ୍ସର ଜେଟ୍ ନିର୍ମାଣକାରୀ କଂପାନୀ ପକ୍ଷରୁ ହୋଇଥିବା ଟ୍ରେନିଂ କ୍ୟାଂପରେ ଭାରତୀୟ ବାୟୁସେନାର ପାଇଲଟମାନେ ଟ୍ରେନିଂ ନେଇଛନ୍ତି। ୨୦୧୮ରେ ଏହି ବିଶେଷ ଟ୍ରେନିଂ ପାଇଁ ଜଣେ ଫାଇଟର ପାଇଲଟ୍, ଜଣେ ଇଂଜିନିଅର ଓ ୪ ଜଣ ଟେକନିକାଲ ଏକ୍ସପର୍ଟଙ୍କୁ ଚୟନ କରାଯାଇଥିଲା। ଏବେ ବି ଟ୍ରେନିଂ କାର୍ଯ୍ୟକ୍ରମ ଜାରି ରହିଛି।

ପାଇଲଟଙ୍କ ଟ୍ରେନିଂ ପାଇଁ ଫ୍ରାନ୍ସରେ ଆଉ ୫ଟି ରାଫେଲ୍ ବିମାନକୁ ରଖାଯାଇଛି। ତେବେ ଫ୍ରାନ୍ସର ଦାସଲଟ କଂପାନି ପକ୍ଷରୁ ଭାରତକୁ ୧୦ଟି ରାଫେଲ୍ ଜେଟ୍ ପ୍ରଦାନ କରାଯାଇଛି। ଏହା ଭିତରୁ ୫ଟି ଆସୁଥିବାବେଳେ ୫ଟି ଟ୍ରେନିଂ ପାଇଁ ରଖାଯାଇଛି। ଚୁକ୍ତି ଅନୁସାରେ ୩୬ ଜଣ ପାଇଲଟ୍ ଫ୍ରାନ୍ସ ଦ୍ୱାରା ଟ୍ରେନିଂ ନେବେ। ଟ୍ରେନିଂ କ୍ୟାମ୍ପ ଆହୁରି ୯ ମାସ ଚାଲିବ ବୋଲି କୁହାଯାଇଛି।

Advertisment

ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ୩୬ଟି ରାଫେଲ୍ ଆସିବ। ୫ଟି ଆସି ପହଞ୍ଚୁଥିବାବେଳେ ୨୦୨୨ ସୁଦ୍ଧା ସମସ୍ତ ଜେଟ୍ ଭାରତକୁ ହସ୍ତାନ୍ତର କରାଯିବ। ତେବେ ଅଗଷ୍ଟ ୧୫ ପରେ ରାଫେଲକୁ ବାୟୁସେନାରେ ସାମିଲ କରାଯିବ ବୋଲି କୁହାଯାଇଛି।

Advertisment
Advertisment