/odishatv-khabar/media/post_attachments/uploadimage/library/16_9/16_9_0/youthe-beaten_1623142276.jpg)
youthe beaten
ରାୟବରେଲି : ଗହମ ଚୋରି ଅଭିଯୋଗରେ ଯୁବକଙ୍କୁ ଗଛରେ ବାନ୍ଧି ନିର୍ଦ୍ଧୁମ ମାଡ଼ । ଉତ୍ତରପ୍ରଦେଶ ରାୟବରେଲିର ଘୁରୋନା ଗାଁରେ ଏପରି ଘଟଣା ଘଟିଛି । ତିନି ବସ୍ତା ଗହମ ଚୋରି କରିବାକୁ ତାଲିବାନି ସଜା ଶୁଣାଇଛନ୍ତି ଗ୍ରାମବାସୀ । ଚୋରି ସମୟରେ ଧରା ପଡ଼ିଯିବାରୁ ଯୁବକଙ୍କୁ ବନ୍ଧକ ରଖିବା ସହ ମାଡ଼ ମାରିଛନ୍ତି । ଏବେ ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ଭାଇରାଲ ହେବା ପରେ ରାୟବରେଲି ଏସପି କହିଛନ୍ତି, ଚୋରି କରି ଧରାପଡ଼ିଥିବା ଯୁବକଙ୍କ ବିରୋଧରେ ମାମଲା ରୁଜ କରାଯାଇଛି । ଅନ୍ୟପଟେ ଯୁବକଙ୍କୁ ମାଡ଼ ମାରିଥିବା ଲୋକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି ।
ରାୟବରେଲି ଜିଲ୍ଲା ମୁଖ୍ୟାଳୟ ଠାରୁ ୩୦ କିମି ଦୂର ବଛରାବ ଥାନା ଅଞ୍ଚଳର ଘୁରାନା ଗାଁରେ ରବିବାର ଦିନ ତିନି ଜଣ ଚୋର ପଶିଥିଲେ । ଏବଂ ଗାଁରେ ପଶି ଗହମ ବସ୍ତା ଚୋରି କରି ଫେରାର ହୋଉ ଯାଉଥିଲେ । ପାହାନ୍ତା ସମୟ ହୋଇଥିବାରୁ କିଛି ଲୋକ ଶୌଚ କିରବାକୁ ବାହାରିଥିଲେ । ଚୋରଙ୍କ ଉପରେ ସେମାନଙ୍କ ଆଖି ପଡିବାରୁ ପାଟି କରି ସସ୍ତଙ୍କୁ ଡାକିଥିଲେ । ସେମାନଙ୍କ ପାଠି ଶୁଣି ଗାଁ ଲୋକ ଜମା ହୋଇଯାଇଥିଲେ ଓ ଚୋରରଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଥିବାର ବେଳେ ଜଣେ ଗାଁ ଲୋକଙ୍କ ହାତରେ ଧରାପଡ଼ିଥିଲା ।
ଚୋରକୁ ଧରିବା ପରେ ପୋଲିସକୁ ଖବର ନଦେଇ ଗଛରେ ଚୋରକୁ ବାନ୍ଧି ଦେଇଥିଲେ ଏବଂ ତାଲିବାନୀ ଅନ୍ଦାଜରେ ସଜା ଦେଇଥିଲେ । କେବଳ ଏତିକି ନୁହେଁ ଘଟଣାର ଭିଡିଓ ତିଆରି କରି ଭାଇରାଲ କରିଛନ୍ତି ଗ୍ରାମବାସୀ । ଭିଡିଓ ଭାଇରାଲ ହେବା ପରେ ପୋଲିସ ଚୋରକୁ ଲୋକଙ୍କ ଠାରୁ ଉଦ୍ଧାର କରିଛି । ଏସପି ଶ୍ଳୋକ କୁମାର କହିଛନ୍ତି ଧରାପଡ଼ିଥିବା ଚୋର ପାଖରୁ ଚୋରି ହୋଇଥିବା ଗହମ ବସ୍ତା ମିଳୁଇଛି । ଚୋରି ଅଭିଯୋଗରେ ତା’ ବିରୁଦ୍ଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଏହାସହ ମାଡ଼ ମାରିଥବା ଲୋକଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)