Advertisment

ପଞ୍ଜାବ ନିର୍ବାଚନ: କଂଗ୍ରେସ କାହାକୁ କରିବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଚଣ୍ଡିଗଡ : ପଞ୍ଜାବ ନିର୍ବାଚନରେ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଲାଣି । ତେବେ ଦଳର ବରିଷ୍ଠ ନେତା ତଥା କଂଗ୍ରେସ ସାଂସଦ ପ୍ରତାପ ସିଂହ ବାଜୱା, ରାହୁଲ୍ ଗାନ୍ଧୀଙ୍କୁ ଭେଟିବା ପରେ ଏହା…

author-image
Pramod Behera
ଅଦ୍ୟତନ ହୋଇଛି
ପଞ୍ଜାବ ନିର୍ବାଚନ: କଂଗ୍ରେସ କାହାକୁ କରିବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

Untitled-1

ଚଣ୍ଡିଗଡ : ପଞ୍ଜାବ ନିର୍ବାଚନରେ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଲାଣି । ତେବେ ଦଳର ବରିଷ୍ଠ ନେତା ତଥା କଂଗ୍ରେସ ସାଂସଦ ପ୍ରତାପ ସିଂହ ବାଜୱା, ରାହୁଲ୍ ଗାନ୍ଧୀଙ୍କୁ ଭେଟିବା ପରେ ଏହା ଉପରେ ଟିପ୍ପଣୀ କରିଛନ୍ତି । ତେବେ ସ୍ଥାନୀୟ ନେତାଙ୍କ ଆଶା ଓ ଲୋକଙ୍କ ଅଭିଳାଷାକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀ ଚୟନ କରାଯିବ ବୋଲି ସେ କହିଛନ୍ତି ।

Advertisment

ତେବେ ଦଳରେ ଥିବା ଅନ୍ତଃକନ୍ଦଳର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସେପଟେ ଦଳରେ ନିର୍ଦ୍ଦିଷ୍ଟ ଦୁଇ ଜଣ ବିଧାୟକଙ୍କ ପୁଅଙ୍କୁ ଦାୟିତ୍ୱ ଦେବାକୁ କିଛି ମନ୍ଦ ଉଦ୍ଦେଶ୍ୟ ରଖିଥିବା ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ କାନ ଭରୁଥିବା କହିଛନ୍ତି। ପଞ୍ଜାବ କଂଗ୍ରେସ ସଭାପତି ସୁନୀଲ ଜାଖର ତାଙ୍କର ଏ ବୟାନ ରାହୁଲ୍ ଗାନ୍ଧିଙ୍କୁ ଭେଟିବା ପରେ ସାମ୍ନାକୁ ଆସିଛି।

ପଞ୍ଜାବ କଂଗ୍ରେସରେ ଚାଲିଥିବା ମତଭେଦ ମଧ୍ୟରେ ରାଜ୍ୟର ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ରମିଜା ହାକିମ ଇସ୍ତଫା ଦେଇଛନ୍ତି। ପୂର୍ବ ଗୁରୁବାର ହାକିମଙ୍କ ଇସ୍ତଫା ଗ୍ରହଣ କରାଯାଇଛି। ପ୍ରକାଶ ଯେ, ସେ ପରିବହନ ମାଫିଆ ମାମଲା ସମେତ ରାଜ୍ୟର ଅନେକ ସମ୍ବେଦନଶୀଳ ପ୍ରସଙ୍ଗରେ କାର୍ଯ୍ୟ କରୁଥିଲେ। ସେ ଆଡଭୋକେଟ୍ ଜେନେରାଲ୍ ଅତୁଲ ନନ୍ଦଙ୍କ ପତ୍ନୀ।

Advertisment

କଂଗ୍ରେସର ଅନେକ ନେତା ଅମଲାତନ୍ତ୍ର ଏବଂ ନନ୍ଦାଙ୍କ ନେତୃତ୍ୱରେ ନ୍ୟାୟିକ ବିଭାଗକୁ ଟାର୍ଗେଟ କରୁଛନ୍ତି। ନନ୍ଦା ରାଜ୍ୟ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ନିକଟତର ବୋଲି ବିବେଚନା କରାଯାଏ। ତାଙ୍କ ପତ୍ନୀ ହାକିମ ଆଡଭୋକେଟ୍ ଜେନେରାଲ୍ କାର୍ଯ୍ୟାଳୟ ସହ ଜଡିତ କାର୍ଯ୍ୟରେ ବହୁତ ସକ୍ରିୟ ଥିଲେ। ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ସୂତ୍ରରୁ ପ୍ରକାଶ ଯେ, ବେହବାଲ୍ କାଲାନ୍ ଏବଂ କୋଟକପୁରା ଗୁଳିକାଣ୍ଡ ମାମଲାକୁ ସଠିକ୍ ଭାବେ ରକ୍ଷା ନ କରିବା ପାଇଁ ଆଡଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟ ପ୍ରତି ଆଙ୍ଗୁଠି ଉଠାଯାଇଥିଲା।

Panchayat Election
Advertisment
Advertisment