Advertisment

ପଞ୍ଜାବ କଂଗ୍ରେସକୁ ନାକେଦମ କଲେଣି ବିରୋଧୀ, ଖୋଲୁଛନ୍ତି ଦୁର୍ନୀତି ପେଡ଼ି..!

ଅମ୍ରିତଶର: ପଞ୍ଚାବ କଂଗ୍ରେସରେ ଦଳୀୟ କନ୍ଦଳ ଦିନକୁ ଦିନ ଘନଉଥିବା ବେଳେ ଏବେ ବିରୋଧୀଙ୍କ ମଧ୍ୟ ନାକେଦମ କଲେଣି । ଗୋଟିଏପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳ କଂଗ୍ରେସର କିଛି ବିଦ୍ରୋହୀ ନେତା ତାଙ୍କୁ ବିରୋଧ କରୁଥିବା ବେଳେ ଏବେ ସ୍ଥିତି…

ଅଦ୍ୟତନ ହୋଇଛି
ପଞ୍ଜାବ କଂଗ୍ରେସକୁ ନାକେଦମ କଲେଣି ବିରୋଧୀ, ଖୋଲୁଛନ୍ତି ଦୁର୍ନୀତି ପେଡ଼ି..!

vlcsnap-error432

Advertisment

ଅମ୍ରିତଶର: ପଞ୍ଚାବ କଂଗ୍ରେସରେ ଦଳୀୟ କନ୍ଦଳ ଦିନକୁ ଦିନ ଘନଉଥିବା ବେଳେ ଏବେ ବିରୋଧୀଙ୍କ ମଧ୍ୟ ନାକେଦମ କଲେଣି । ଗୋଟିଏପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳ କଂଗ୍ରେସର କିଛି ବିଦ୍ରୋହୀ ନେତା ତାଙ୍କୁ ବିରୋଧ କରୁଥିବା ବେଳେ ଏବେ ସ୍ଥିତି ଆହୁରି ଗମ୍ଭୀର ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀଙ୍କୁ ଦଳରେ ସମ୍ପୂର୍ଣ୍ଣ ସମର୍ଥନ ମିଳୁନଥିବା ବେଳେ ଏବେ ବିରୋଧୀ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପୋଲ ଖୋଲିବାରେ ଲାଗିଛନ୍ତି ।

Advertisment

Punjab Bhubaneswar

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ବାସଭବନ ଆଗରେ ଏବେ ଶିରୋମଣି ଅକାଳୀ ଦଳ ଜୋରଦାର ବିକ୍ଷୋଭ କରିଛି । ସଭାପତି ସୁଖବୀର ସିଂ ବାଦଲଙ୍କ ନେତୃତ୍ୱରେ ଆଜି ଶହ ଶହ ସଂଖ୍ୟାରେ ଅକାଳୀ ଦଳ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ବାସଭନରେ ଆଗରେ ବିଭିନ୍ନ ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ଅକାଳୀ କର୍ମୀ ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଶେଷରେ ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ପାଣି ମାଡ଼ କରିବାକୁ ବାଧ୍ୟ ହୋଇଥିଲା ।

ଆନ୍ଦୋଳନ ବେଳେ ପୋଲିସ ସୁଖବୀର ସିଂ ବାଦଲଙ୍କୁ ଅଟକ ରଖିଥିଲା । ପଞ୍ଜାବରେ ଭ୍ୟାକ୍ସିନେସନ୍ ସହ କୋଭିଡ ପରିଚାଳନରେ ବ୍ୟାପକ ଦୁର୍ନିତୀ ଅଭିଯୋଗ ଆଣିଛି ଅକାଳୀ ଦଳ । ଏହାସହ SC ଛାତ୍ରଛାତ୍ରୀଙ୍କ ସ୍କଲାରସିପ୍ ଟଙ୍କା ବାଟମାରଣା ସହ ବେଆଇନ ଭାବେ କୃଷକଙ୍କ ଜମି ହଡପର ଅଭିଯୋଗ ମଧ୍ୟ ଆଣିଛି ଦଳ । ଗତକାଲି ପଞ୍ଜାବର ମୁଖ୍ୟ ବିରୋଧୀ ଦଳ ଆମ୍‌ ଆଦମି ପାର୍ଟି ମଧ୍ୟ ସରକାରଙ୍କ ବିରୋଧରେ ବ୍ୟାପକ ଘୋଟାଲା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିଲା ।

Advertisment
Congress Punjab Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ