Advertisment

ଏହି ରାଜ୍ୟରେ ଡିସେମ୍ୱର ୧ରୁ ଲାଗୁ ହେବ ରାତ୍ରିକାଳୀନ କର୍ଫ୍ୟୁ

ନୂଆଦିଲ୍ଲୀ: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯିବ। ଏ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂ ନିର୍ଦ୍ଦେଶ ଦେଇଛନ୍ତି। ଏହି କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ଆଇନ୍‌କୁ କଡ଼ାକଡ଼ି କରାଯାଇଛି। ପୂର୍ବରୁ ରହିଥିବା ଫାଇନ୍‌କୁ ବଢ଼ାଇ ୧ ହଜାର ଟଙ୍କା କରାଯାଇଥିବା ବେଳେ ଏହି ନିୟମ ଆସନ୍ତା ମାସ ଡିସେମ୍ୱର ୧ ତାରିଖରୁ ଲାଗୁ ହେବା ନେଇ ଅମରିନ୍ଦର […]

ଅଦ୍ୟତନ ହୋଇଛି
ଏହି ରାଜ୍ୟରେ ଡିସେମ୍ୱର ୧ରୁ ଲାଗୁ ହେବ ରାତ୍ରିକାଳୀନ କର୍ଫ୍ୟୁ

1

Advertisment

ନୂଆଦିଲ୍ଲୀ: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯିବ। ଏ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂ ନିର୍ଦ୍ଦେଶ ଦେଇଛନ୍ତି। ଏହି କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

Advertisment

ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ଆଇନ୍‌କୁ କଡ଼ାକଡ଼ି କରାଯାଇଛି। ପୂର୍ବରୁ ରହିଥିବା ଫାଇନ୍‌କୁ ବଢ଼ାଇ ୧ ହଜାର ଟଙ୍କା କରାଯାଇଥିବା ବେଳେ ଏହି ନିୟମ ଆସନ୍ତା ମାସ ଡିସେମ୍ୱର ୧ ତାରିଖରୁ ଲାଗୁ ହେବା ନେଇ ଅମରିନ୍ଦର ସିଂ କହିଛନ୍ତି।

ଏହି କର୍ଫ୍ୟୁ ସମୟରେ ସମସ୍ତ ହୋଟେଲ୍, ରେଷ୍ଟୁରାଣ୍ଟ ଏବଂ ବାହାଘର ଆଦି ରାତି ୯.୩୦ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ହୋଇଛି।

Advertisment

ତେବେ ଏହି ନିୟମକୁ ଡିସେମ୍ୱର ୧୫ରେ ସମୀକ୍ଷା କରାଯାଇ ପରିସ୍ଥିତି ଅନୁସାରେ ପୁନର୍ବାର ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗତକାଲି ପଞ୍ଜାବରେ କରୋନାରେ ୨୨ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ମିଶାଇ ରାଜ୍ୟରେ ମୋଟ ୪ ହଜାର ୬ ଶହ ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କାଲିର ୬୧୪ ଜଣ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୭ ହଜାର ୬ ଶହ ୬୫ରେ ପହଞ୍ଚିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ