coronavirus
ଚଣ୍ଡିଗଡ଼: ସ୍ୱାଧୀନତା ଦିବସରେ ଯୋଗ ଦେବା ପରେ କରୋନାରେ ସଂକ୍ରମିତ ହୋଇଛନ୍ତି ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀ ଗୁରପ୍ରୀତ କଙ୍ଗର। ପଞ୍ଜାବ ମନ୍ତ୍ରାଳୟରେ ଶକ୍ତିମନ୍ତ୍ରୀ ଥିବା ଗୁରପ୍ରୀତ ମନସାରେ ସ୍ୱାଧୀନତା ଦିବସ ପାଳନ ଅବସରରେ ମାସ୍କ ପିନ୍ଧିନଥିବାର ଦେଖାଯାଇଥିଲା।
ସେ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ବେଳେ ନିଜେ ମାସ୍କ ପିନ୍ଧି ନଥିଲେ। ଗୁରପ୍ରୀତଙ୍କ ବୋହୂ ବି କରୋନା ପଜିଟିଭ୍ ହୋଇଛନ୍ତି। ତେଣୁ ଯେଉଁମାନେ ଗୁରପ୍ରୀତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଆଇସୋଲେସନ୍ର ରହିବାକୁ କୁହାଯାଇଛି।
ପୂର୍ବରୁ ପଞ୍ଜାବରେ ଦୁଇ କଂଗ୍ରେସ ବିଧାୟକ ଓ କ୍ୟାବିନେଟ ମନ୍ତ୍ରୀ ତ୍ରିପ ରାଜିନ୍ଦର ସିଂହ ବାଜୱା କରୋନାରେ ସଂକ୍ରମିତ ହୋଇସାରିଛନ୍ତି। ଶନିବାର ସୁଦ୍ଧା ପଞ୍ଜାବରେ କରୋନା ମୃତ୍ୟୁ ସଂଖ୍ୟା ୭୭୧ରେ ପହଞ୍ଚିଛି। ୨୪ ଘଣ୍ଟାରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୦୪୧ରେ ପହଞ୍ଚିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/coronavirus-10_1625426042.jpg)